ବରୁଣେଇରେ ହେବ ପାଇକ ସ୍ମାରକୀ, ୨୭ରେ ଶିଳାନ୍ୟାସ କରିବେ ରାଷ୍ଟ୍ରପତି: ଧର୍ମେନ୍ଦ୍ର

ଖୋର୍ଦ୍ଧା ଅଫିସ,୧୫।୯: ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବ ପାଇକ ସ୍ମାରକୀ। ଆସନ୍ତା ୨୭ ଓ ୨୮ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବା ସୂଚନା ମିଳିଛି। ୨୭ ତାରିଖରେ ରାଷ୍ଟ୍ରପତିଙ୍କ କରକମଳରେ ପାଇକ ସ୍ମାରକୀ ଶୁଭ ଦିଆଯିବ। ସ୍ମାରକୀ ଚିହ୍ନିତ କ୍ଷେତ୍ର ବରୁଣେଇ ପାଦଦେଶରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରୋକ୍ତ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଅପରାହ୍ନରେ ସ୍ମାରକୀ ଚିହ୍ନଟ ସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ମନ୍ତ୍ରୀଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ପରିଚାଳନା ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଜିଲାପାଳ ସିତାଂଶୁ କୁମାର ରାଉତ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ କହିଥିଲେ, ପାଇକ ବିଦ୍ରୋହର ଦୁଇଶହ ବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ସ୍ମାରକ ନିର୍ମାଣ କରିବା କେନ୍ଦ୍ର ସରକାର ପରିକଳ୍ପନା ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖି ବରୁଣେଇ ପାହାଡ ତଳେ ପାଇକ ସ୍ମାରକୀ ପାଇଁ ୧୦ ଏକର ଜମି ଉପଲବ୍ଧ କରାଇଥିବା ସୂଚନା ଦେଇଛନ୍ତି। ଏଣୁ ରାଜ୍ୟର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ରାଷ୍ଟ୍ର ମନ୍ତ୍ରୀ ପାଣିଗ୍ରାହୀଙ୍କ ସହ ସେ ଓ ଅଧିକାରୀମାନେ ପାଇକ ସ୍ମାରକୀ ଚିହ୍ନଟ ଅଞ୍ଚଳ ବୁଲି ଦେଖିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଓ ପାଇକ ସ୍ମାରକୀ ପାଇଁ ଜିଲାପାଳଙ୍କ ଅଫିସରେ ଯୋଜନା କରାଯାଇଛି। ଓଡ଼ିଆ ଜାତିର ପ୍ରେରଣା କେନ୍ଦ୍ର ବରୁଣେଇ ପାହାଡର ଭବିଷ୍ୟତକୁ ଧ୍ୟାନରେ ରଖି ୨୦୦ ବର୍ଷ ପାଳନ ଅବସରରେ ଗୋଟିଏ ନୂଆ ତୀର୍ଥକ୍ଷେତ୍ର, ପର୍ଯ୍ୟଟନସ୍ଥଳ ତିଆରି କରାଯିବ, ଯେଉଁଠାରେ କି ଓଡ଼ିଆ ଜାତିର ବୀରଗାଥା ଜନଜୀବନର କଥା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବଢ଼ିଲାଣି ଶୀତ: ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ କମ୍‌ ହୋଇଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସେହିପରି ଭବାନୀପାଟଣା, ଥୁ.ରାମପୁର,...

ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ : ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ମାଓବାଦୀଙ୍କ ଶହୀଦ ସପ୍ତାହ ରବିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ସରକାରୀ...

କେନାଲ, ରାସ୍ତା କାମ ନିମ୍ନମାନର ଅଭିଯୋଗ : କାର୍ଯ୍ୟ ବନ୍ଦ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଖଇରା, ୨୦।୪(ଡି.ଏନ.ଏ.)-ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ଖଇରା ଉପଖଣ୍ଡ ଅଧୀନ ଗଡ଼ ଗ୍ରାମ ନିକଟରେ ଚାଲିଥିବା କେନାଲ ଓ ତତ୍‌ସଂଲଗ୍ନ ଆପ୍ରୋଚ ରୋଡ଼ କାର୍ଯ୍ୟ ନିମ୍ନମାନର...

ଦୀପାବଳି ପାଇଁ ବନ୍ଦ ରହିବ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ

ପୁରୀ ଅଫିସ,୨୬ା୧୦:ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ...

ଡ୍ରେସ କୋଡ ପରିବର୍ତ୍ତନ ନେଇ ଅସନ୍ତୋଷ : ଜିଲାପାଳଙ୍କୁ ଭେଟିଲେ ଛାତ୍ର ପ୍ରତିନିଧି ଦଳ

ଭବାନୀପାଟଣା,୧୧।୮(ଡି.ଏନ.ଏ.) ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶନିବାର ଛାତ୍ର ପ୍ରତିନିଧି ଦଳ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସାକ୍ଷାତ...

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ...

କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି...

ସାନ ୨ ଭାଇଙ୍କୁ ଆକ୍ରମଣ ମାମଲା: ବଡ଼ ଭାଇ ଗଲେ ଜେଲ

ଦିଗପହଣ୍ଡି,୭ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମରେ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ୨ ଭାଇଙ୍କୁ ଗତ ରବିବାର ସକାଳେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମାମଲା ନଂ.୨୫୫/୧୯ରେ...

Leave a comment

Your email address will not be published. Required fields are marked *