ଦୁବାଇ ଷ୍ଟାଇଲରେ ମେଗା ଶପିଂ ଫେଷ୍ଟିଭାଲ

ନୂଆଦିଲ୍ଲୀ,୧୫-୯: ମାନ୍ଦାବସ୍ଥାକୁ ଦୂର କରିବା ଲକ୍ଷ୍ୟରେ ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୫୦ ହଜାର କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ସରକାର ଦୁବାଇ ଷ୍ଟାଇଲରେ ନୂଆ କରି ମାର୍ଚ୍ଚ ୨୦୨୦ରୁ ଦେଶରେ ଶପିଂ ଫେଷ୍ଟିଭାଲ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶର ୪ ବଡ଼ ସହରରେ ଏହାକୁ ଆୟୋଜନ କରାଯିବ। ଜେମ୍ସ ଆଣ୍ଡ ଜୁଏଲେରି, ଯୋଗ ଏବଂ ପର୍ଯ୍ୟଟନ, ବୟନଶିଳ୍ପ ଏବଂ ଚମଡା ଉଦ୍ୟୋଗ ସହ ସମ୍ପର୍କିତ ଫେଷ୍ଟିଭାଲ ଆୟୋଜନ କରାଯିବ। ଦିଲ୍ଲୀର ପ୍ରଗତି ମଇଦାନରେ ଯେପରି ପ୍ରତିବର୍ଷ ଟ୍ରେଡ୍‌ ଫେୟାର ଆୟୋଜନ କରାଯାଉଛି, ଠିକ୍‌ ସେହି ଢ଼ଙ୍ଗରେ ଶପିଂ ଫେଷ୍ଟିଭାଲ ଆୟୋଜନ କରାଯିବ। ଦୁବାଇରେ ଏଭଳି ଶପିଂ ଫେଷ୍ଟିଭାଲ ପ୍ରତିବର୍ଷ ଆୟୋଜନ କରାଯାଇଥାଏ।
ସେହିପରି ରପ୍ତାନି ପାଇଁ ଲାଗୁଥିବା ସମୟକୁ କମାଇବାକୁ ସରକାର ଚାହୁଁଛନ୍ତି। ଅର୍ଥାତ୍‌ ବନ୍ଦରଗୁଡ଼ିକରେ ରପ୍ତାନି ପାଇଁ ଆପଣାଯାଉଥିବା ପଦ୍ଧତିକୁ ଅଧିକ ସରଳ କରାଯିବ। ବର୍ତ୍ତମାନ ସାମଗ୍ରୀର କ୍ଲିୟରିଂ ଲାଗି ଅଧିକ ସମୟ ଲାଗିଥାଏ। ଏହାକୁ କମାଇ ଦିଆଯିବ। ନିର୍ମଳା ଆମେରିକା ଓ ଚାଇନାର ଉଦାହରଣ ଦେଇ କହିଛନ୍ତି ଯେ, ସେଠାରେ ବନ୍ଦରରେ ସାମଗ୍ରୀର କ୍ଲିୟରାନ୍ସ ଲାଗି ଗୋଟିଏ ଦିନରୁ କମ୍‌ ସମୟ ଲାଗିଥାଏ। କିନ୍ତୁ ଭାରତରେ ଏଥିପାଇଁ ୧ରୁ ଅଧିକ ଦିନ ଲାଗିଯାଏ। ସେହିପରି ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ରପ୍ତାନି ଉତ୍ପାଦ ଉପରେ ଲାଗୁଥିବା ଶୁଳ୍କ ଏବଂ ଟିକସ ଛାଡ଼(ଆର୍‌ଓଡିଟିଇପି) ସ୍କିମ୍‌କୁ ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ୱାରା ସରକାରଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆର୍‌ଓଡିଟିଇପି ସ୍କିମ୍‌ ୨୦୨୦ ଜାନୁୟାରୀ ପହିଲାରୁ ମର୍ଚ୍ଚାଣ୍ଡାଇଜ ଏକ୍ସପୋର୍ଟସ ଫ୍ରମ୍‌ ଇଣ୍ଡିଆ ସ୍କିମ୍‌(ଏମ୍‌ଇଆଇଏସ୍‌)ର ସ୍ଥାନ ନେବ। ପୁରୁଣା ସ୍କିମ୍‌ ଅଧୀନରେ ସରକାର ସାମଗ୍ରୀ ଏବଂ ଦେଶ ଆଧାରରେ ଶୁଳ୍କ ଉପରେ ଲାଭ ଉପଲବ୍ଧ କରାଇଥାଏ। ଦେଶର ରପ୍ତାନି ୬% ହ୍ରାସ ପାଇଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ମତରେ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରିଦେଇଛନ୍ତି। ସୀତାରାମନ୍‌ କହିଛନ୍ତି ଯେ, ରପ୍ତାନି କ୍ଷେତ୍ରରେ ଇ-ରିଫଣ୍ଡ ଶୀଘ୍ର ଲାଗୁ କରାଯିବ। ଏଥିସହିତ ଏକ୍ସପୋର୍ଟ କ୍ରେଡିଟ୍‌ ସ୍କିମ୍‌(ଇସିଜିସି)ର ରପ୍ତାନି ଋଣ ବୀମା ଯୋଜନା ପରିସରକୁ ବୃଦ୍ଧି କରାଯିବ। ଏହାଦ୍ୱାରା ସରକାର ବାର୍ଷିକ ୧୭୦୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ପ୍ରାଥମିକତା ଥିବା ସେକ୍ଟର ଅଧୀନରେ ଏକ୍ସପୋର୍ଟ କ୍ରେଡିଟ ଲାଗି ୩୬ହଜାର କୋଟି ଟଙ୍କାରୁ ୬୮ ହଜାର କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଜାରି କରାଯିବ ବୋଲି ସୀତାରାମନ୍‌ କହିଛନ୍ତି। ରପ୍ତାନି କ୍ଷେତ୍ର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପ୍ୟାକେଜ ଘୋଷଣାକୁ ଉଦ୍ୟୋଗ ଜଗତ ସ୍ବାଗତ କରିଛି।


All Right Reserved By

ଜେଟ୍‌ ଏୟାରଓ୍ବେଜ୍‌ ମାମଲା: ପାଇଲଟ, ୨ ବିଦେଶୀ ଭେଣ୍ଡର ଅଦାଲତ ଗଲେ

ନୂଆଦିଲ୍ଲୀ,୨୦ା୬: ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ, ଇଞ୍ଜିନିୟର ସଂଗଠନ ଏବଂ ନେଦରଲାଣ୍ଡର ୨ ଭେଣ୍ଟର ବୁଧବାର ଦେବାଳିଆ ଅଦାଲତ ଏନ୍‌ସିଏଲ୍‌ଟିରେ ପହଞ୍ଚତ୍ଛନ୍ତି। ନିଜକୁ ଜେଟ୍‌ର ଦେବାଳିଆ ପ୍ରକ୍ରିୟାରେ...

ବିଦେଶରେ ୩୪ ଲକ୍ଷ କୋଟିର କଳାଧନ ରହିଛି

ନୂଆଦିଲ୍ଲୀ,୨୫-୬: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ୩୦ ବର୍ଷର ଅବଧିରେ ପ୍ରାୟ ୨୪୬.୪୮ ବିଲିୟନ ଡଲାର(୧୭,୨୫,୩୦୦ କୋଟଇ ଟଙ୍କା)ରୁ ୪୯୦ ବିଲିୟନ ଡଲାର(୩୪, ୩୦,୦୦୦ କୋଟି...

କୋଇଲା ଚାହିଦା ଏବେ କମିବନି: କୋଲ୍‌ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶରେ ବିକଳ୍ପ ଶକ୍ତି ଉତ୍ସଗୁଡିକର ଚାହିଦା ବର୍ତ୍ତମାନ ବଢୁଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ ଶକ୍ତି ଚାହିଦା ଅନେକ ବର୍ଷ ଯାଏ କମିବନି।...

ବ୍ୟାନ୍‌ ହେଲା ଇ-ସିଗାରେଟ

ନୂଆଦିଲ୍ଲୀ,୧୯-୯: କେନ୍ଦ୍ରର ମୋଦି ସରକାର ଦେଶରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

ଇ-ସିଗାରେଟ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧-୧୦: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଇ-ସିଗାରେଟ ସମେତ ଇ-ହୁକା ଏବଂ ଏଭଳି ଅନ୍ୟ ଡିଭାଇସଗୁଡିକର ରପ୍ତାନିକୁ ସୋମବାର ନିଷେଧ କରାଯାଇଛି। ଚଳିତ ମାସ ୧୮ରେ ସରକାର...

ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ,୧୭-୫: ଜେଟ୍‌ ଏୟାରଓ୍ବେଜ୍‌ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର...

ଦୃଷ୍ଟିବାଧିତଙ୍କ ଲାଗି ଆର୍‌ବିଆଇର ନୋଟ୍‌ ଚିହ୍ନିବା ଆପ୍‌

ମୁମ୍ବାଇ,୧୩।୫: ଦୃଷ୍ଟିବାଧିତଙ୍କୁ ସହଜରେ ନୋଟ୍‌ ଚିହ୍ନିବାରେ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ମୋବାଇଲ ଆପ୍‌ ଆଣିବାକୁ ଯାଉଛି। ବର୍ତ୍ତମାନ ଦେଶରେ ୫,୧୦,୨୦,୫୦,୧୦୦,...

ବାତ୍ୟା ପ୍ରଭାବିତଙ୍କୁ ଟୟୋଟା କର୍ମଚାରୀଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୯।୫: ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ଲାଗି ରିଲିଫ ପ୍ରଦାନ କରାଯାଇଛି। ପ୍ରଭାବିତ ୮୦୦ ପରିବାରକୁ ଖାଦ୍ୟ ସାମଗ୍ରୀ ଏବଂ ୧୫୦...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *