ଅର୍ଥ କମିଶନ ସର୍ତ୍ତ ପ୍ରସଙ୍ଗରେ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରନ୍ତୁ: ମନମୋହନ

ନୂଆଦିଲ୍ଲୀ,୧୫-୯: ମୋଦି ସରକାର ୧୫ତମ ଅର୍ଥ କମିଶନଙ୍କ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବା ଲାଗି ଏକତରଫା ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରନ୍ତୁ। ଅର୍ଥ କମିଶନଙ୍କ ନିକଟରେ ଉପସ୍ଥାପିତ ଅତିରିକ୍ତ ବିଷୟ ଏବଂ ରାଜ୍ୟଗୁଡ଼ିକ ଉପରେ ପଡିବାକୁ ଥିବା ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ କହିଛନ୍ତି ଯେ, ସରକାରଙ୍କ ଏକଚାଟିଆ ଚିନ୍ତାଧାରା ସଂଘୀୟ ନୀତି ଏବଂ ସହଯୋଗୀ ମହାସଂଘବାଦ୍‌ ଲାଗି ଠିକ୍‌ ନୁହେଁ। ସେ କହିଛନ୍ତି ଯେ, ସରକାର ଅର୍ଥ କମିଶନଙ୍କ ବିଚାରଣୀୟ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ ଡାକି ସେମାନଙ୍କ ସହ ଆଲୋଚନା କରିବା ଉଚିତ୍‌ ହେବ। କାରଣ ଏଥିଲାଗି ସେମାନଙ୍କର ସମର୍ଥନ ନେବା ନିହାତି ଜରୁରୀ। ଏହା କରା ନ ଗଲେ ପାଣ୍ଠି ଆବଣ୍ଟନ ମାମଲାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଅଧିକାର ଛଡ଼ାଇ ନେଉଛନ୍ତି ବୋଲି ବାର୍ତ୍ତା ଯିବ। ମନମୋହନ କହିଛନ୍ତି ଯେ, କମିଶନଙ୍କ ରିପୋର୍ଟ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଥାଏ। ଏହାପରେ ଏହାକୁ କ୍ୟାବିନେଟ ନିକଟରେ ଉପସ୍ଥାପନ କରାଯାଏ। ଏଭଳି ସ୍ଥିତିରେ ବର୍ତ୍ତମାନର ମୋଦି ସରକାର ରାଜ୍ୟଗୁଡ଼ିକ ବାବଦରେ କମିଶନ ଉପରେ ଏକତରଫା ଭାବେ ନିଜର ଦୃଷ୍ଟିକୋଣକୁ ଲଦିବା ବନ୍ଦ କରନ୍ତୁ। ଏହା ବଦଳରେ ପାର୍ଲାମେଣ୍ଟର ନିର୍ଦ୍ଦେଶକୁ ସରକାର ପାଳନ କରିବା ଉଚିତ୍‌ ହେବ। ଉଲ୍ଲେଖଥାଉ କି, ୧୫ତମ ଅର୍ଥ କମିଶନଙ୍କୁ ରାଜ୍ୟ-ରାଜ୍ୟ ମଧ୍ୟରେ ପାଣ୍ଠି ବଣ୍ଟନ ଲାଗି ୧୯୭୧ ବଦଳରେ ୨୦୧୧ ଜନସଂଖ୍ୟାକୁ ଆଧାର ଭାବେ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ ଭାରତର କେତେକ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏନ୍‌.କେ.ସିଂଙ୍କ ଅଧ୍ୟକ୍ଷତାରେ ୧୫ତମ ଅର୍ଥ କମିଶନ ଗଠନ କରାଯାଇଛି। ମନମୋହନ କହିଛନ୍ତି ଯେ, ସହଯୋଗୀ ମହାସଂଘବାଦ୍‌ରେ ପରସ୍ପର ମଧ୍ୟରେ ସାଲିସ୍‌ କରିବାକୁ ପଡିଥାଏ। ଏଣୁ ରାଜ୍ୟଗୁଡ଼ିକର ଦାବିଗୁଡ଼ିକୁ ମଧ୍ୟ କେନ୍ଦ୍ର ସରକାର ଶୁଣୁ ଏବଂ ସେମାନଙ୍କୁ ସାଥିରେ ନେଇ ଚାଲୁ ବୋଲି ମନମୋହନ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ଧୀରେ ଧୀରେ ଫେରିବ ଅଭିବୃଦ୍ଧି:ୟୁବିଏସ୍‌

ନୂଆଦିଲ୍ଲୀ, ୩-୯: ଦେଶର ଜିଡିପି ଅଭିବୃଦ୍ଧି ଧାରାରେ ହ୍ରାସ ଜାରି ରହିଥିବା ବେଳେ ଏହା ଆଗାମୀ ଦିନରେ ଆଉ ଦେଖାଯିବ ନାହିଁ ବୋଲି ଆର୍ଥତ୍କ ସଂସ୍ଥା...

ଡିସେମ୍ବର ୧୫ରୁ ଫାଷ୍ଟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦-୧୧: ସାରା ଦେଶର ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଫାଷ୍ଟାଗ କାର୍ଯ୍ୟକାରୀ କରିବା ତାରିଖକୁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଯାଏ ବଢାଇ...

ଇସ୍ପାତ ପ୍ରକଳ୍ପ ଲାଗି ଜମି ଯୋଗାଣ;ସେଲ୍‌କୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦-୬: ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ନୂଆ ୟୁନିଟ୍‌ ସ୍ଥାପନା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ...

ଏଜିଆର୍‌କୁ ନେଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ,୨୪-୧୧: ଟେଲିକମ୍‌ କମ୍ପାନୀଙ୍କଠାରୁ ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭେନ୍ୟୁ (ଏଜିଆର୍‌) ସଂଗ୍ରହ ଲାଗି ସୁପ୍ରିମକୋର୍ଟ ନିକଟରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ସପକ୍ଷରେ ଏହି ରାୟ ଆସିଥିବା...

ୟୁବିଆଇର ଆର୍ଥିକ ଫଳାଫଳ ଘୋଷଣା

ଭୁବନେଶ୍ୱର,୨-୮-ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଜୁନ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ବ୍ୟାଙ୍କର ମୋଟ ବାଣିଜ୍ୟ କାରବାର ୨.୦୫...

ଆଜିଠାରୁ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୩୧-୧: ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ଦେଇଥିବା କର୍ମଚାରୀଙ୍କ ଲାଗି ୧୫% ବେତନ ବୃଦ୍ଧି ପ୍ରସ୍ତାବକୁ ବ୍ୟାଙ୍କ ସଂଘ ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ ବ୍ୟାଙ୍କ...

ଫନୀ ପ୍ରଭାବିତଙ୍କୁ ଏଚ୍‌ପିସିଏଲ୍‌ ଦେଲା ୫ କୋଟି

ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍‌ପିସିଏଲ୍‌) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଏଲ୍‌ପିଜି...

ନଭେମ୍ବରରେ ଶକ୍ତି ଚାହିଦା ୪.୨୮% କମିଲା

ନୂଆଦିଲ୍ଲୀ,୧୨-୧୨: ଲଗାତର ଭାବେ ୪ ମାସ ଲାଗି ଦେଶର ଶକ୍ତି ଚାହିଦା ୪.୨୮% ହ୍ରାସ ଘଟି ୯୪.୬ ବିଲିୟନ ୟୁନିଟ ରହିଛି। ବିଶେଷ କରି ଋତୁ...

Leave a comment

Your email address will not be published. Required fields are marked *