Posted inଖେଳ

ଆଶେସ୍‌ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ସ୍ଥିତ ଦୃଢ଼

ଲଣ୍ଡନ, ୧୫।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ଘରୋଇ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ଇନିଂସରେ ଓପନର ଜୋ ଡେନ୍‌ଲି, ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଜୋଶ ବଟଲରଙ୍କ ଲଢୁଆ ବ୍ୟାଟିଂ ସହାୟତାରେ ଇଂଲଣ୍ଡ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ଼ କରିଛି। ପ୍ରଥମ ଇନିଂସରେ ୬୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୯୧ ଓଭରରେ ୮ ଉଇକେଟ ହରାଇ ୩୧୩ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ଇଂଲଣ୍ଡ ୨ ଉଇକେଟ ହାତରେ ରଖି ୩୮୨ ରନର ବୃହତ୍‌ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଟେଲଏଣ୍ଡର ଜୋଫ୍ରା ଆର୍ଚର ୩ ଓ ଜ୍ୟାକ ଲିଚ୍‌ ୫ ରନ କରି ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୯/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ରୋରି ବନର୍‌ସ ୪ରୁ ଖେଳ ଆରମ୍ଭ କରି ୨୦ ରନ କରି ଆଉଟ ହୋଇଥିଲେ। ସେହିପରି ଓପନର ଜୋ ଡେନ୍‌ଲି ୧ ରନରୁ ଖେଳ ଆରମ୍ଭ କରି ୯୪ ରନର ପାଳି ଖେଳି ଆଉଟ ହେବା ସହ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୬୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଜୋଶ ବଟଲର ୪୭, ଅଧିନାୟକ ଜୋ ରୁଟ ୨୧, ଜନି ବେୟାରଷ୍ଟୋ ୧୪, ସାମ କୁରାନ ୧୭ ଓ କ୍ରିସ ଓ୍ବକ୍ସ ୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ସ୍ପିନର ନାଥନ ଲିୟନ ୩, ପିଟର ସିଡଲ ଓ ମିଚେଲ ମାର୍ଶ ଦୁଇଟି ଲେଖାଏ ଓ ପ୍ୟାଟ କୁମିନ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୮୭.୧ ଓଭରରେ ୨୯୪ ରନ କରି ଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୬୮.୫ ଓଭରରେ ୨୨୫ ରନ କରି ଅଲଆଉଟ ହେବା ସହ ୬୯ ରନ ପଛରେ ପଡିଥିଲା। ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ରହିଛି।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୮୭.୧ ଓଭରରେ ୨୯୪ ଅଲଆଉଟ୍‌।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୬୮.୫ ଓଭରରେ ୨୨୫ ଅଲଆଉଟ୍‌
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୯୧ ଓଭରରେ ୩୧୩/୮
(ଡେନଲି- ୯୪, ଷ୍ଟୋକ୍ସ- ୬୭, ବଟଲର- ୪୭, ଲିୟନ- ୩/୬୫, ସିଡଲ- ୨/୫୨, ମିଚେଲ ମାର୍ଶ- ୨/୪୦)।


All Right Reserved By Dharitri.Com

Posted inଖେଳ View All

ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ: ଫର୍ମକୁ ଫେରିଲେ ପନ୍ତ, ମୟଙ୍କ

ହାମିଲଟନ, ୧୬।୨(ପି.ଟି.)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ...

ପ୍ରଥମେ ବ୍ୟାଟିଂ କରିବ ଭାରତ

ବିଶାଖାପାଟଣା,୧୮।୧୨- ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ...

ସେମିରେ ରାନ୍‌କୀରେଡ୍ଡୀ-ଶେଟି

ବ୍ୟାଙ୍କକ୍‌,୨।୮(ପିଟି)- ଭାରତୀୟ ସାତ୍ୱିକ ସାଇରାଜ ରାନ୍‌କୀରେଡ୍ଡୀ ଓ ଚିରାଗ ଶେଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲେ। ରାନ୍‌କୀରେଡ୍ଡୀ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- କେରଳ ସମ୍ମାନ ଲଢ଼େଇ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର କେରଳ ବ୍ଲାଷ୍ଟର୍ସ ଓ ଘରୋଇ ଓଡ଼ିଶା ଏଫ୍‌ସି ପରସ୍ପରକୁ ଭେଟିବେ। ପ୍ଲ ଅଫ୍‌...

କରୋନା ଭାଇରସ ଡର: ଖେଳାଳିଙ୍କ ଲାଗି ନିୟମ

ନୂଆଦିଲ୍ଲୀ,୧୨।୩- ବିଶ୍ୱବ୍ୟାପୀ ଦେଖା ଦେଇଥିବା କରୋନା ଭାଇରସନ ଆତଙ୍କ କ୍ରୀଡ଼ା ଉପରେ ବ୍ୟାପକ ଭାବେ ପ୍ରଭାବ ପକାଇଛି। କେତେକ ବଡ଼ ଇଭେଣ୍ଟ ବାତିଲ ହୋଇଥିବା ବେଳେ...

ମହିଳା ଟି୨୦: ଅଭ୍ୟାସ ମ୍ୟାଚ୍‌ରେ ହାରିଲା ବୋର୍ଡ ସଭାପତି ଏକାଦଶ

ସୁରାଟ, ୨୩।୯(ପି.ଟି.)- ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ଅଭ୍ୟାସ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମହିଳା ଦଳଠାରୁ ବୋର୍ଡ ସଭାପତି ଏକାଦଶ ବୃହତ୍‌...

କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ।...

୪ରୁ ଟ୍ରେନିଂ ଆରମ୍ଭ କରିବେ ଲା ଲିଗା ଖେଳାଳି

ମାଡ୍ରିଡ,୨୯।୪ (ଏଏଫ୍‌ପି): ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଥିଲେ ମଧ୍ୟ ସ୍ପେନ୍‌ର ଆଥଲେଟମାନେ ଆସନ୍ତା ୪ ତାରିଖରୁ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ। ଏ...

Leave a comment

Your email address will not be published. Required fields are marked *