Posted inଭଦ୍ରକ

ତାରିଣୀ ମନ୍ଦିରରୁ ଚୋରି ଘଟଣା: ୩ ଗିରଫ

ଭଦ୍ରକ ଅଫିସ, ୧୫।୯- ଭଦ୍ରକ ଗବସାହି ତାରିଣୀ ମନ୍ଦିରରୁ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ମାମଲା(ନଂ.୨୬୮/୧୯) ରୁଜୁ ହୋଇଛି। ଅନ୍ୟ ଜଣେ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ ହୋମ୍‌କୁ ପଠାଯାଇଛି। ଗିରଫ ୩ ଜଣ ଚାରିଘରିଆ ଗ୍ରାମର ନନ୍ଦୁ ମୁଣ୍ଡା, କେନ୍ଦୁଝର ଜିଲା ଗୋପୀନାଥପୁର ଗଁାର ଜଗନ୍ନାଥ ମାଝୀ ଓ ଗବସାହି ଗ୍ରାମର ବାପୁନୁ ସିଂ ବୋଲି ଜଣାପଡ଼ିଛି। ପୋଲିସ ସେମାନଙ୍କ ବୟାନକୁ ଭିତ୍ତିକରି ନିକଟସ୍ଥ ସାଳନ୍ଦୀ ନଦୀକୂଳ ବାଉଁଶ ଗଛମୂଳରୁ ଏକ ଚୋରି ରୂପା ସାମଗ୍ରୀ ଉଦ୍ଧାର କରିଛି। ଅନ୍ୟ ବହୁ ସାମଗ୍ରୀ ଉଦ୍ଧାର ହୋଇପାରି ନାହିଁ। ସୂଚନାଥାଉ କି, ଗତ ୧୦ ତାରିଖ ରାତିରେ ଗବସାହି ତାରିଣୀ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିବାକ୍ସ ସହିତ ମା’ ଙ୍କ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା।


All Right Reserved By Dharitri.Com

ଦୃଢ଼ ଇଚ୍ଛାଶକ୍ତି ଦେଇଛି ପରିଚୟ

ବାସୁଦେବପୁର, ୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଏବେ ଐତିହାସିକ କାଳୀପୂଜାର ମାହୋଲ ଚାଲିଛି। ଜିଲାରେ ପଥର ମୂର୍ତ୍ତି ଏବଂ ପଥରରେ ନିର୍ର୍ମିତ ସାମଗ୍ରୀର...

ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ

ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍‌ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି...

ଦୁଇ ଛାତ୍ରୀଙ୍କୁ ଏସିଡ୍‌ ମାଡ଼: ଯୁବକ ଅଟକ

ଭଦ୍ରକ ଅଫିସ,୨୮।୧୧: ଭଦ୍ରକ ଜିଲା ବନ୍ତ ଥାନା ଅଧିନସ୍ଥ କଣ୍ଟାପଡ଼ା ଗ୍ରାମର ଜଣେ ଯୁବକ ବାଙ୍ଗୁରପଦି ଗ୍ରାମର ଦୁଇ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି।...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଅଦାଲତର ବିଚାରପତି ପ୍ରଣତି ସାହା ଶନିବାର ଏକ ନାବାଳିକା ବଳାତ୍କାର ମାମଲାର...

ଶୁଖିଲା ପଡ଼ିଛି ଦଶମୌଜା କେନାଲ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଅପରପକ୍ଷେ ବିଭିନ୍ନ ପଞ୍ଚାୟତରେ ଜମିକୁ ଜଳସେଚିତ କରିବା...

ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବାମପନ୍ଥୀ ଦଳର ବିକ୍ଷୋଭ

ଭଦ୍ରକ ଅଫିସ, ୮।୮ – ବାମପନ୍ଥୀ ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଗୁରୁବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମ୍ମୁ କଶ୍ମୀରକୁ...

ଜିଲା ଯୋଜନା କମିଟି ବାର୍ଷିକ ବଜେଟ: ୧୩୬୦. ୭୯ କୋଟିର ପ୍ରସ୍ତାବ ଅନୁମୋଦନ

ଭଦ୍ରକ ଅଫିସ, ୪।୧- ଭଦ୍ରକ ଜିଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ ଶୁକ୍ରବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କମିଟି...

ନର୍ସିଂହୋମ୍‌ରେ ପ୍ରସୂତିଙ୍କୁ ବଳାତ୍କାର ଉଦ୍ୟମ : ଫାର୍ମାସିଷ୍ଟ ଗିରଫ

ଭଦ୍ରକ ଅଫିସ,୨୩।୯: ଗାନ୍ଧୀ ପଡ଼ିଆସ୍ଥିତ ଏକ ନର୍ସିଂହୋମ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପ୍ରସୂତିଙ୍କୁ ଇଞ୍ଜେକ୍ସନ ଦେବା ବାହାନାରେ...

Leave a comment

Your email address will not be published. Required fields are marked *