ଅନୁଗୋଳ ଜିଲାରେ ୭୨.୮୧ ପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍‌ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍‌ ହାର ହ୍ରାସ ପାଇଥିବା ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଜିଲାର ମୋଟ୍‌ ୨୬୨ଟି ସ୍କୁଲର ୧୭୨୦୭ ଛାତ୍ରୀଛାତ୍ର ଚଳିତବର୍ଷ ୮୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ୍‌ ୧୨୪୯୮ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୩୯୭ ଛାତ୍ରୀ ଥିବାବେଳେ ୬୧୦୧ ଛାତ୍ର ଅଛନ୍ତି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୪୧ ଜଣ ଧରାପଡ଼ିଛନ୍ତି। ଏଥର ଜିଲାରେ ମୋଟ୍‌ ୧୭,୧୬୬ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ସେଥିରୁ ୫୨ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ଅର୍ଥାତ୍‌ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଏ-୨ରେ ୩୮୪, ବି-୧ରେ ୮୮୭, ବି-୨ରେ ୧୭୪୪ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ସି’ରେ ୨୬୬୬, ଡି’ରେ ୩୩୭୨, ଇ’ରେ ୩୩୯୩ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ଏଫ’ରେ ୪୬୬୮ ଛାତ୍ରୀଛାତ୍ର ରହିଛନ୍ତି। ଜିଲାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ସ୍କୁଲ ମଧ୍ୟରେ ଅନୁଗୋଳ ହାଇସ୍କୁଲର ୪ ଛାତ୍ରୀଛାତ୍ର ରହିଥିବାବେଳେ ୧୫ ଜଣ ନାଲ୍‌କୋନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଛନ୍ତି। ୧୭ ଜଣ ଅନୁଗୋଳସ୍ଥିତ ଗାନ୍ଧୀମାର୍ଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପିବିକେ ହାଇସ୍କୁଲ ବଅଁରପାଳର ଜଣେ, ପିଏଚଏସ ଫୁଲପଡ଼ା, ଡିଏଭି(ସିଡବ୍ଲ୍ୟୁଏସ୍‌) ସେଣ୍ଟ୍ରାଲ କଲୋନୀ, କୁମଣ୍ଡ ଜରାସିଂହା ହାଇସ୍କୁଲ ଓ ତାଳଚେର ହାଇସ୍କୁଲର ଜଣେ ଲେଖାଏଁ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଡେରାର ଏସ୍‌ଆଇଇଆର୍‌ସି ବିଦ୍ୟାଳୟର ୩ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ କୋଶଳା ହାଇସ୍କୁଲର ଜଣେ ଛାତ୍ରୀ, ପାଲଲହଡ଼ା ମହତାବ ହାଇସ୍କୁଲର ଜଣେ ଛାତ୍ରୀ, ଗାନ୍ଧୀନଗର ଡିମିରିଆ ହାଇସ୍କୁଲର ଜଣେ ଛାତ୍ରୀ, ଖମାର ୟୁଜିୟୁବିପିର ଦୁଇ ଛାତ୍ର, ଧର୍ମପୁର ହାଇସ୍କୁଲର ଜଣେ ଛାତ୍ର ଓ ବଡ଼କେରା ଏସ୍‌ଜେ ନୋଡାଲ ହାଇସ୍କୁଲର ଜଣେ ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଏକ୍ସ-ରେଗୁଲାରେ ପାସ ହାର ୪୧.୩୨ ରହିଛି। ବି-୧ରେ ଜଣେ, ସି’ରେ ୯ ଜଣ, ଡି’ରେ ୪୦ ଜଣ, ଇ’ରେ ୧୧୭ ଜଣ, ଏଫରେ ୨୪୦ ଜଣ ରହିଛନ୍ତି। କରେସପଣ୍ଡେଣ୍ଟ କୋର୍ସରେ ୬ଟି ପରୀକ୍ଷାକେନ୍ଦ୍ରରେ ୨୯୯ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩୯ ପାସ କରିଥିବାବେଳେ ପରୀକ୍ଷାଫଳ ପ୍ରତିଶତ ୮୦.୨୦ ରହିଛି। ୨୦୧୮ରେ ଜିଲାରେ ୮୦.୩୨ ପ୍ରତିଶତ ପିଲା ପାସ୍‌ କରିଥିବା ବେଳେ ଚଳିତବର୍ଷ ସଂଖ୍ୟା ହ୍ରାସ ପାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ବେହେରା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ପରଜଙ୍ଗରେ ନୃସିଂହ, କାମାକ୍ଷାନଗରରେ ପ୍ରଫୁଲ୍ଲ ବିଜୟୀ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ଆସନରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶତ୍ରୁଘ୍ନ ଜେନାଙ୍କୁ...

ଲୋକଙ୍କ ସମସ୍ୟା ସମାଧାନ କର: ବିଧାୟକ

ବଇଣ୍ଡା,୩୧।୫(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଗୁରୁବାର ବିଧାନସଭାରେ ନୂତନ ଭାବେ ଶପଥ ନେବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଆସି କାର୍ଯ୍ୟ ଆରମ୍ଭ କରିଛନ୍ତି।...

ମଦ ସହ ସ୍କୁଟି ଜବତ, ୩ ଗିରଫ

ବଇଣ୍ଡା,୧୫।୭(ଡି.ଏନ.ଏ.)-ହଣ୍ଡପା ପୋଲିସ ରବିବାର ରାତିରେ ବିଭିନ୍ନ ଗ୍ରାମରେ ଚଢାଉ କରି ମଦ ସହିତ ସ୍କୁଟି ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ...

ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଲା : ନିର୍ମାଣ ହୋଇପାରୁନି ସମ୍ମୁଖ ରାସ୍ତା

ଢେଙ୍କାନାଳ ଅଫିସ,୨୮ା୫ ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡରେ ନିର୍ମିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି ଚିକିତ୍ସାଳୟରୁ...

୨୫ରୁ ଊର୍ଦ୍ଧ୍ୱ ଦିନ ହେବ ଏଟିଏମ୍‌ ଅଚଳ: ୬ ପଞ୍ଚାୟତ ଲୋକେ ହନ୍ତସନ୍ତ

ମାଧପୁର, ୧୭।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାର ଉପକଣ୍ଠରେ ଥିବା ଏକମାତ୍ର ଗ୍ରାମ୍ୟବ୍ୟାଙ୍କ ଏଟିଏମ୍‌ ଦୀର୍ଘ ୨୫ ଦିନରୁ ଊର୍ଦ୍ଧ୍ୱ ହେବ...

କେନ୍ଦୁପତ୍ର ବୋଝେଇ ଅଟୋ ଜବତ, ଜଣେ ଗିରଫ

ଛେଣ୍ଡିପଦା,୮।୬(ସ୍ବ.ପ୍ର)-ଛେଣ୍ଡିପଦା ବନାଞ୍ଚଳ ବ୍ରାହ୍ମଣବିଲ ଛକ ନିକଟରୁ ଶନିବାର ବନବିଭାଗ ଏକ କେନ୍ଦୁପତ୍ର ବୋଝେଇ ଅଟୋ ଜବତ କରିଛି। ଏହି ଘଟଣାରେ ଛେଣ୍ଡିପଦା ଥାନା କୋଶଳା ଶିମିଳିସାହିର...

‘ନୃତ୍ୟଗୀତ ମାନସିକ ଶାନ୍ତି ଦିଏ’

ଭୁବନ, ୧୮ା୫(ଡି.ଏନ.ଏ.)-ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ କଳାବିକାଶ କେନ୍ଦ୍ର’ର ୭ମ ବାର୍ଷିକ ଉତ୍ସବ ସ୍ଥାନୀୟ ରାମମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ବରିଷ୍ଠ...

ଜୈବବିବିଧତା ବଜାୟ ରହିଲେ ପରିବେଶ ସମୃଦ୍ଧି ଅତୁଟ ରହିବ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ ଜିଲା କୋଶଳା ଚନ୍ଦନନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କୋଶଳା ଚନ୍ଦନନଗର ବନ୍ୟପ୍ରାଣୀ ସମିତି ଓ ନିୟୁଜ ଅନୁଷ୍ଠାନ ଏବଂ କୋଶଳା ପଞ୍ଚାୟତ ଜୈବ ବିବିଧତା...

Leave a comment

Your email address will not be published. Required fields are marked *