ଏଇ ଭାରତରେ

ଜଳାଭାବ କେବଳ ମଣିଷକୁ ନୁହେଁ ମହାବିନାୟକଙ୍କୁ ବି ସଙ୍କଟରେ ପକାଇଦେଇଛି। ଏମିତି ପରିସ୍ଥିତି ଦେଖାଦେଇଛି ମହାରାଷ୍ଟ୍ରର ଲାଟୁର୍‌ରେ। ସେଠାରେ ବିନାୟକଙ୍କ ମୂର୍ତ୍ତି ବିସର୍ଜନ ହେଉନି। ପୂଜା ମଣ୍ଡପଗୁଡିକ ମୂର୍ତ୍ତିକୁ ଜିଲା ପ୍ରଶାସନ ଓ ମୂର୍ତ୍ତି କାରିଗରଙ୍କୁ ଦାନ କରିଦେଉଛନ୍ତି। କେତେକ ମଣ୍ଡପ ତାହାକୁ ଆସନ୍ତା ବର୍ଷ ପୂଜା କରାଯିବାକୁ ନିଷ୍ପତ୍ତି ବି ନେଇଛନ୍ତି। ମରୁଡ଼ି ପରିସ୍ଥିତି ଯୋଗୁ ୩ ବର୍ଷ ହେବ ଲାଟୁରକୁ ପ୍ରତି ୧୫ ଦିନରେ ଥରେ ପାଣି ଯୋଗାଯିବା ସହ ନିୟମିତ ୧୨୫ଟି ଟ୍ୟାଙ୍କର୍‌ ଯୋଗେ ପିଇବା ପାଣି ଦିଆଯାଉଛି। ଲାଟୁର ଜିଲାପାଳ, ଗଣପତି ପୂଜା ମଣ୍ଡପ, ପୋଲିସ ତଥା ସମାଜିକ କର୍ମୀଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୫୯ଟି ମଣ୍ଡପ ମୂର୍ତ୍ତିକୁ ଆସନ୍ତା ବର୍ଷ ପୁନଃସଂସ୍ଥାପନ କରିବାକୁ ରାଜି ହୋଇଛନ୍ତି, ୧୨ଟି ମଣ୍ଡପ ମୂର୍ତ୍ତି କାରିଗରଙ୍କୁ ଦେଇ ଦେଇଛନ୍ତି। ସେଠାକାର ହନୁମାନ ସାଂସ୍କୃତିକ ଗଣେଶ ମଣ୍ଡପରେ ୧୮ ବର୍ଷ ହେବ ଫାଇବର ଗଣେଶ ମୂର୍ତ୍ତି କରାଯାଇ ତାହାକୁ ପାଣି ଛିଞ୍ଚି ବିସର୍ଜନ କରାଯାଇ ପୁଣି ଆର ବର୍ଷକୁ ରଖାଯାଉଛି। ଏମିତି ୧୮ ବର୍ଷ ହେବ ପୂଜା ଚାଲିଛି ବୋଲି କହନ୍ତି ଏହି ମଣ୍ଡପର ସଭାପତି। ବିସର୍ଜନ ଉସତ୍ବରେ ଯାହା ଖର୍ଚ୍ଚ ହେବା କଥା ସେହି ପରିମାଣର ଅର୍ଥ ସେଠାକାର ବାସିନ୍ଦାଙ୍କ ପାଇଁ ପାଣି ଟାଙ୍କି ନିର୍ମାଣ କରିବାରେ ବ୍ୟୟ କରୁଛନ୍ତି ବୋଲି କହନ୍ତି ରାଜ ଗଣେଶ ମଣ୍ଡପର ସଭାପତି ଶ୍ୟାମ ଯାଦବ।


All Right Reserved By Dharitri.Com

କୃଷିର ସ୍ଥିତି ଚିନ୍ତାଜନକ

ନଟବର ଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ କୃଷି ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଛି। ୨୦୧୦-୧୧ରେ କୃଷି ଗଣନା ହୋଇଥିବା ବେଳେ...

ଦକ୍ଷ କୂଟନୀତିଜ୍ଞ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ସବୁ କାର୍ଯ୍ୟରେ ନିଷ୍ଠା ଓ ପ୍ରଚେଷ୍ଟା କାର୍ଯ୍ୟଦକ୍ଷତା ପ୍ରତିପାଦନ କରେ , ଯାହା କରିଛନ୍ତି ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାରେ ଭାରତର...

ଦୁଃଖବ୍ୟାଧିର ମହୌଷଧି

ଡ. ଶରତ ଚନ୍ଦ୍ର ରଥ ଏ ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅଧିକ ଦୁଃଖୀ। ଅନ୍ୟାନ୍ୟ ପ୍ରାଣୀ ଏତେ ଦୁଃଖରେ...

ମଣିଷଠାରୁ ବୁଦ୍ଧିଆ ଡଲ୍‌ଫିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଏଇ ନିକଟରେ ମୁଁ ୧୦୦ ଦୂରଦୃଷ୍ଟିସମ୍ପନ୍ନ ଜ୍ଞାନୀ, ଗବେଷକ ଓ ଉଦ୍ଭାବକମାନଙ୍କ ସମ୍ମିଳନୀରୁ ଫେରିଛି। ଡେଲ୍‌ଫି, ଗ୍ରୀସ୍‌ଠାରେ ଅନୁଷ୍ଠିତ ସମ୍ମିଳନୀକୁ...

ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ...

ଏଇ ଭାରତରେ

ବିହାରର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକାବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ। ଏନେଇ ସେ...

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର...

ଆଜିର ଅର୍ଥନୀତି/ବଜେଟ ତ୍ରୁଟି

ନିକଟରେ ବଜେଟ ଉପସ୍ଥାପନ ପରେ ପରେ ବିଏସ୍‌ଇ ସେନ୍‌ସେକ୍ସ ତଳକୁ ଖସିଥିବା ବେଳେ ଗୁରୁବାର ଓଲଟିଯାଇ ୨୬୬ ପଏଣ୍ଟ ବୃଦ୍ଧିପାଇଛି। ୟୁଏସ୍‌ ଫେଡ୍‌ ରେଟ୍‌ ହ୍ରାସ...

Leave a comment

Your email address will not be published. Required fields are marked *