୩ ବେଆଇନ ସ’ ମିଲରେ ଚଢ଼ାଉ : ୧୧ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା/ବସ୍ତା, ୧୪।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସଦର ଓ ବସ୍ତା ଥାନା ଅଞ୍ଚଳରେ ଚାଲିଥିବା ୩ଟି ବେଆଇନ୍‌ ସ’ ମିଲ ଉପରେ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ୧୧ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି। ମିଲ ମାଲିକଙ୍କ ବିରୋଧରେ ବିଭାଗ ପକ୍ଷରୁ ୩ଟି ପୃଥକ୍‌ ମାମଲା (ନଂ. ୬୦/୬୧/୬୨-୧୯) ରୁଜୁ କରାଯାଇଛି।
ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ବନବିଭାଗ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସଦର ଥାନାର ପଦାଗାଁ, ବସ୍ତା ଥାନା ଧପାଖନ୍ଦ ଓ ପୋଡ଼ାପୋଡ଼ା ଗ୍ରାମରେ ଥିବା କରତକଳ ଉପରେ ଚଢ଼ାଉ କରିଥିଲା। କରତକଳ ମାଲିକ ସଦର ଥାନା ପଦାଗାଁର ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବସ୍ତା ଥାନା ଧପାଖନ୍ଦ ଗାଁର ଭବାନୀଶଙ୍କର ପ୍ରଧାନ ଓ ପୋଡ଼ାପୋଡ଼ା ଗ୍ରାମର ରଘୁନାଥ ଗିରି ଓ କର୍ମଚାରୀ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନାହଁି।


All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ହତ୍ୟା, ଅଭିଯୁକ୍ତ ଗିରଫ

କ.ନୂଆଗାଁ,୧୮ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପିପଳପଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶୀକାର ହୋଇଛନ୍ତି ଯୋଗେଶ୍ୱର ପ୍ରଧାନ।...

ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ...

‘ଭାରତୀୟ ସଂସ୍କୃତି ପ୍ରତି ବିଶ୍ୱ ଆକର୍ଷିତ

ଛତ୍ରପୁର,୨୭।୬(ଡି.ଏନ.ଏ.)-ଭାରତର ସଂସ୍କୃତି ଓ ଆଧ୍ୟାମତ୍ିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ପୂର୍ବରୁ ବିଭିନ୍ନ ଦେଶର ବିଦ୍ୱାନମାନେ ଆସି ନିଜକୁ ଏଥିରେ ସମର୍ପି ଦେଇଛନ୍ତି। ଭାରତର ସନ୍ଥ,...

କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ...

ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି: କହିଲେ ‘ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ’

ଖୋର୍ଦ୍ଧା ଅଫିସ,୮।୧୨: ବରୁଣେଇ ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆରେ ଜୟ ଜଗନ୍ନାଥ କହି ଉଦ୍‌ବୋଧନ ଆରମ୍ଭ...

ନାବାଳିକାଙ୍କୁ ବଳାତ୍କାର ଭିଡିଓ ଭାଇରାଲ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲା ଭୁବନ ଥାନା ମାର୍ଥାପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଏବଂ ଘଟଣାର ଭିଡିଓ ଭାଇରାଲ ମାମଲାର ରାୟ ଶୁକ୍ରବାର...

ଶିଶୁପୁତ୍ର ସହ ଅପ୍ରାକୃତିକ ଯୌନ ସମ୍ପର୍କ : ଜେଲ୍‌ ଗଲେ ଯୁବକ

ମାର୍ଶାଘାଇ,୧୩।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ୬ ବର୍ଷର ଶିଶୁପୁତ୍ରଙ୍କ ସହ ଗାଁରେ ବୁଲି କପଡ଼ା ବିକ୍ରି କରୁଥିବା ଜଣେ ଯୁବକ ଅପ୍ରାକୃତିକ...

କୃଷକ ସଭାର ବିକ୍ଷୋଭ, ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୩।୮(ଡି.ଏନ.ଏ.)ଅଖିଳ ଭାରତ କୃଷକ ସଭା ଅନୁବଦ୍ଧିତ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ...

Leave a comment

Your email address will not be published. Required fields are marked *