Posted inରାଜ୍ୟ

ଭୋଟ ଗଣତି ପାଇଁ ସରିଲା ପ୍ରସ୍ତୁତି: ମୋଟ୍‌ ୧୬ ଟେବୁଲ ପାଇଁ କର୍ମଚାରୀ ନିୟୋଜିତ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ତାରିଖର ଭୋଟ ଗଣତି ପାଇଁ ଆବଶ୍ୟକ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଅଣୁ ପର୍ଯ୍ୟବେକ୍ଷକ ଓ ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକମାନଙ୍କ ରାଣ୍ଡୋମାଇଜେଶନ କାର୍ଯ୍ୟ ମଙ୍ଗଳବାର ଏନ୍‌ଆଇସି ଭିଡିଓ କନ୍‌ଫରେନ୍ସ ହଲରେ ସମ୍ପୂର୍ଣ୍ଣ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଓ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର କାଉଣ୍ଟିଂ ପର୍ଯ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ଦ୍ୱିତୀୟ ରାଉଣ୍ଡ ରାଣ୍ଡୋମାଇଜେଶନ କରାଯାଇ କର୍ମଚାରୀମାନଙ୍କୁ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିୟୋଜିତ କରଯାଇଛି।
ପୂର୍ବାହ୍ନ ୮ଟାରୁ ଆରମ୍ଭ ହେଉଥିବା ଭୋଟ ଗଣତି ପାଇଁ ଆବଶ୍ୟକ କର୍ମଚାରୀମାନଙ୍କ ନାମ ତାଲିକାକୁ ଏନ୍‌ଆଇସି ସଫ୍ଟୱେର ମାଧ୍ୟମରେ ଜିଲାର ୫ଟି ବିଧାନସଭା ଗଣତି କେନ୍ଦ୍ରରେ ସାମିଲ କରାଯାଇଥିଲା। ୨୩ ତାରିଖ ସକାଳ ୬ଟାରେ ସମ୍ପୃକ୍ତ କାଉଣ୍ଟିଂ ପର୍ଯ୍ୟବେକ୍ଷକମାନେ ନିୟୋଜିତ କର୍ମଚାରୀମାନଙ୍କୁ ଟେବୁଲ ଆବଣ୍ଟନ କରିବା ପରେ ୮ ଘଟିକା ସମୟରେ ଗଣନା କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ୫ଟି ଗଣତି କେନ୍ଦ୍ରରେ ୧୬ଟି ଲେଖାଏ ଟେବୁଲ ମଧ୍ୟରୁ ୮ଟିରେ ବିଧାନସଭା ଓ ଅନ୍ୟ ୮ଟି ଟେବୁଲରେ ଲୋକ ସଭା ନିର୍ବାଚନମଣ୍ଡଳୀ ଭୋଟ ଗଣନା ହେବ। ଭୋଟ ଗଣତି କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ ପାଇଁ ସମସ୍ତ ଗଣତି କେନ୍ଦ୍ରରେ ମେଡିଆ ସେଲ ପ୍ରତିଷ୍ଠା କରାଯାଇଛି। ପାଲଲହଡ଼ା ପାଇଁ ୩୦ ଜଣ କାଉଣ୍ଟିଂ ସୁପରଭାଇଜର, ୩୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୨ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସେହିପରି ତାଳଚେର ପାଇଁ ୩୦ ଜଣ କାଉଣ୍ଟିଂ ସୁପରଭାଇଜର, ୩୨ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୨ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିବାବେଳେ ଅନୁଗୋଳ ପାଇଁ ୩୨ କାଉଣ୍ଟିଂ ସୁପରଭାଇଜର, ୩୨ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୨ ଅଣୁ ପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଛେଣ୍ଡିପଦା (ସଂରକ୍ଷିତ) ପାଇଁ ୨୮ ଜଣ କାଉଣ୍ଟିଂ ସୁପରଭାଇଜର, ୨୭ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୩୩ ଜଣ ଅଣୁପର୍ଯ୍ୟବେକ୍ଷକ/ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ପାଇଁ ୩୧ ଜଣ କାଉଣ୍ଟିଂ ସୁପରଭାଇଜର, ୩୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୯ ଜଣ ଅଣୁ ପର୍ଯ୍ୟବେକ୍ଷକ/ଅତିରକ୍ତ ଅଣୁପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅନୁଗୋଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣନା ହେବ। ତାଳଚେର ପାଇଁ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ, ଆଠମଲ୍ଲିକ ପାଇଁ ଆଠମଲ୍ଲିକ ମହାବିଦ୍ୟାଳୟ ଓ ପାଲଲହଡ଼ା ପାଇଁ ପାଲଲହଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣନା କାର୍ଯ୍ୟ ହେବ। ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟ ଗଣନା ପାଇଁ ରମେଶ ବର୍ମା, ଅନୁଗୋଳ ପାଇଁ ଏନ୍‌.ସି. ସାହୁ, ତାଳଚେର ପାଇଁ ଜେ.ପି. ଦେବାଗନ୍‌ ଓ ଛେଣ୍ଡିପଦା ପାଇଁ ଯୋଗେନ୍ଦ୍ର ରାମଙ୍କୁ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର (ନିର୍ବାଚନ) ଲମ୍ବୋଦର ମାରାଣ୍ଡି, ଡେପୁଟି କଲେକ୍ଟର ବୈତୁରା ଦୀପ୍‌ଙ୍କ ସମେତ ଏନ୍‌ଆଇସିର କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ସାପ କାମୁଡାରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ

ବିଞ୍ଝାରପୁର,୮ା୬(ଡି.ଏନ୍‌.ଏ.): ବିଞ୍ଝାରପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଶୁକ୍ରବାର ସାପକାମୁଡାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗୋପାଳ ମଲିକଙ୍କ(୪୮)। ସେ ଥାନାରେ ଗ୍ରାମରକ୍ଷୀଭାବେ କାର୍ଯ୍ୟ...

ଶିକ୍ଷକ ନିଯୁକ୍ତି ଦାବିରେ ୩ଦିନ ହେଲା ସ୍କୁଲରେ ତାଲା

ଦେବଗଡ଼,୧।୩(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତ ଅନ୍ତର୍ଗତ ନବଡିହି କରଡାପାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି...

କରୋନା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ଅଫିସ, ୧୧।୪: ତିହିଡ଼ି ବ୍ଲକ ଅନ୍ତର୍ଗତ ତଳଗୋପବିନ୍ଧା ପଞ୍ଚାୟତରେ ଗୋପସେବା ସମାଜ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୋପସେବା ସମାଜର ପ୍ରମୁଖ...

ପ୍ରଥମଖଣ୍ଡ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା: ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ରସୁଲପୁର,୪ା୧(ଡିଏନଏ): ରସୁଲପୁର ବ୍ଲକ ଅଧୀନ ୧୧ଟି ପ୍ରାଥମିକ କୃଷି ସେବା ସମିତି(ପାକ୍ସ) ରହିଛି। ସେଥିରୁ ପ୍ରଥମଖଣ୍ଡ ସେବା ସମିତି ଧାନ ମଣ୍ଡି ଖୋଲିବାରେ ଆଗୁଆ ରହିଛି।...

ଆଜି ସଙ୍ଗୀତ ପରିବେଷଣ କରିବେ କେକେ

କଟକ ଅଫିସ,୧୯ା୧୧ ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ କ୍ରୀଷ୍ଣାକୁମାର କୁନାଥ(କେକେ) ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ମଙ୍ଗଳବାର ଦେଖିବାକୁ ମିଳିବେ। ସୋମବାର ସ୍ଥାନୀୟ ଅଞ୍ଚଳରେ ଆୟୋଜିତ...

ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଜେଏସ୍‌ଡବ୍ଲ୍ୟୁର ପ୍ରୟାସ

ପାରାଦୀପ, ୧୧ା୧ (ସ୍ବ.ପ୍ର.): ପାରାଦୀପଠାରେ ହେବାକୁ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଶୁକ୍ରବାର ଶିଳ୍ପ ପ୍ରଭାବିତ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ...

ଓଡ଼ିଶା ଛୁଇଁଲା ମୌସୁମୀ: ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ଦୀର୍ଘ ପ୍ରତିକ୍ଷା ପରେ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।...

ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୯ା୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି...

Leave a comment

Your email address will not be published. Required fields are marked *