ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ ବ୍ୟତିକ୍ରମ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜୀବନ ସହ ସଂଗ୍ରାମ କରୁଥିବା ଜଣେ ରୋଗୀଙ୍କୁ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଫଳରେ ରୋଗୀ ପାଇଛି ନୂଆ ଜୀବନ। ଡାକ୍ତର ଜଣଙ୍କ ହେଲେ କଟକ ଏସ୍‌ସିବିର କାଡିଓଲୋଜି ବିଭାଗରେ କାର୍ଯ୍ୟରତ ଡା. ଶାରଦା ପ୍ରସାଦ ମହାନ୍ତି।

ସୂଚନାନୁଯାୟୀ, ଡାକ୍ତରଜଣଙ୍କ ଖଣ୍ଡଗିରି ସାଁପୁରରେ ରହୁଛନ୍ତି। ସେ ସବୁଦିନ ଭଳି ଶନିବାର ସକାଳେ କଟକ ବଡ଼ ମେଡିକାଲକୁ ଯାଉଥିଲେ। ଏହି ସମୟରେ ଅଗ୍ନିଶମ ବିଭାଗ ଅଫିସ ନିକଟରେ ଜଣେ ଯୁବକ ରାସ୍ତା ଉପରେ ଛଟପଟ ହେଉଥିଲେ। ସେଠାରେ ଏକାଧିକ ଲୋକ ଗଦା ହୋଇଥିଲେ ହେଁ କେହି ତାଙ୍କୁ ଉଠାଇ ଡାକ୍ତରଖାନା ନେଉ ନ ଥିଲେ। ଶାରଦା ଉକ୍ତ ବାଟ ଦେଇ ଯିବା ସମୟରେ ତାଙ୍କର ନଜର ଯୁବକଙ୍କ ଉପରେ ପଡ଼ିଥିଲା। ହସ୍ପିଟାଲ ନ ନିଆଗଲେ ତା’ର ଜୀବନ ଚାଲିଯାଇପାରେ ବୋଲି ସେ ଅନୁମାନ କରିଥିଲେ। ତେଣୁ ସେ ବିଳମ୍ବ ନ କରି ତାଙ୍କ କାର ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଅନ୍ୟ ଡାକ୍ତରମାନେ ଯୁବକଙ୍କ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ। ଆଉ କିଛି ସମୟ ବିଳମ୍ବ ହୋଇଥିଲେ କିଛି ବି ଅଘଟଣ ଘଟିପାରିଥାନ୍ତା। ତେବେ ଯୁବକଜଣଙ୍କ ମାତ୍ରାଧିକ ନିଶା ସେବନ କରି ଏପରି ହେଉଥିବା ଜଣାପଡ଼ିଛି। ଡାକ୍ତରଙ୍କ ଏଭଳି କାମକୁ ନେଇ ତାଙ୍କର ପ୍ରଶଂସା କରାଯାଉଛି। ଏନେଇ ଶାରଦା କହିଛନ୍ତି, ଲୋକମାନେ ଯେବେ ରୋଗୀଙ୍କୁ ଦେଖୁଛନ୍ତି ତୁରନ୍ତ ମାନବିକତା ଦେଖାଇ ହସ୍ପିଟାଲ ନିଅନ୍ତୁ। ଭଗବାନ ସହାୟ ହେବେ। ଛିଡ଼ା ହୋଇ ଦେଖିବା ଅପେକ୍ଷା ହସ୍ପିଟାଲ ନେବା ଉଚିତ ବୋଲି ସେ କହିଛନ୍ତି।


All Right Reserved By

ହୀରାକୁଦ ଡ୍ୟାମ୍‌ରେ ଖୋଲିଲା ଆଉ ଦୁଇଟି ଗେଟ୍‌

ସମ୍ବଲପୁର,୧୮।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଶନିବାର ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ରବିବାର ସକାଳେ ପୁଣି ଦୁଇଟି ଗେଟ ଖୋଲାଯାଇଛି। ମୋଟ...

ଓଡ଼ିଆ ସିନେମା ‘ସେଲଫିସ୍‌ ଦିଲ୍‌’ରେ ନାୟକ ସାଜିଛନ୍ତି ରାୟଗଡ଼ାର ଶ୍ରେୟାନ: ମୁନିଗୁଡ଼ାରେ ରୋଡ୍‌ ଶୋ’ କରି କଲେ ପ୍ରମୋଶନ

ମୁନିଗୁଡ଼ା,୧୭।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାରେ ଓଡ଼ିଆ ସିନେମା ‘ସେଲ୍‌ଫିସ ଦିଲ୍‌’ର ପ୍ରମୋଶନ ବୁଧବାର କରାଯାଇଛି। ଫିଲ୍ମର ନାୟକ ଶ୍ରେୟାନ ଏବଂ ନାୟିକା ସୂର୍ଯ୍ୟମୟୀ ରୋଡ୍‌ ଶୋ’...

୨୪ରେ ଭୁବନେଶ୍ୱରର ୪୦୦ ପୂଜା କମିଟିଙ୍କ ଆଲୋଚନା : ପୂଜାରେ ପ୍ରାକୃତିକ ପରିବେଶ, ପ୍ଲାଷ୍ଟିକ୍‌ ମୁକ୍ତ ଲକ୍ଷ୍ୟ

ଭୁବନେଶ୍ୱର,୧୯ା୮(ବ୍ୟୁରୋ) : ଆଗକୁ ଆସୁଥିବା ମା’ଙ୍କ ପୂଜାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା, ମଣ୍ଡପ ଚାରିକଡ଼େ ବୃକ୍ଷ ଲଗାଇ ପ୍ରାକୃତିକ ପରିବେଶ ସୃଷ୍ଟି କରାଯିବ। ପ୍ରତି ଜିଲାରେ...

ପୋଲିସ ଗୁଳି ଫେଲ୍‌

ଗଞ୍ଜାମ ଜିଲାରେ ଅପରାଧ କମୁନି। ବ୍ରହ୍ମପୁର ଏବଂ ଗଞ୍ଜାମ ଦୁଇଟି ପୋଲିସ ଜିଲାରେ ଦୁଇଜଣ ଏସ୍‌ପି ଏବଂ ମାଳମାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରାଟ ଟିମ୍‌...

ଧରମପୁରରେ ଚଢ଼ାଉ: ପଚାଶ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଜବତ

ହାଟଡ଼ିହୀ,୧୮।୫(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହଦଗଡ଼ ବନଖଣ୍ଡ ଅନ୍ତର୍ଗତ ଢେଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ଶନିବାର ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଜବତ ହୋଇଛି।...

ଜୀବିତ ଲୋକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ

ବରଗଡ଼ ଅଫିସ/ଅତାବିରା,୮ା୮: ଜଣେ ଜୀବିତ ଲୋକଙ୍କୁ ପୋଲିସ ମୃତ ଭାବିବା ଓ ବ୍ୟବଚ୍ଛେଦ ପାଇଁ ପଠାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ବ୍ୟବଚ୍ଛେଦ ଗୃହରେ...

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ପୋଷ୍ଟାଲ ବାଲଟ୍‌ ମତ: ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ପଛୁଆ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ଦୁଇ-ତୃତୀୟାଂଶରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହା ସତ୍ତ୍ୱେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟରୁ ସଂଗୃହୀତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *