ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୪ ପ୍ଲାଟୁନ୍‌ ଫୋର୍ସ

ଛତ୍ରପୁର,୨୨ା୫(ଡି.ଏନ.ଏ)- ଚଳିତମାସ ୨୩ରେ ଗଞ୍ଜାମ ଜିଲାରେ ହୋଇଥିବା ଭୋଟର ଗଣତି ହେବ। ଏନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଓ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଯୋଗଦେଇ ସୂଚନା ଦେଇଛନ୍ତି। ଜିଲାର ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ସରକାରୀ ହାଇସ୍କୁଲ ପରିସରରେ ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ , ଛତ୍ରପୁର ଓ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ହୋଇଥିବା ଭୋଟର ଗଣତି ହେବ। ସେହିପରି ବ୍ରହ୍ମପୁରସ୍ଥିତ ପଲିଟେକନିକରେ ବ୍ରହ୍ମପୁର ଓ ଗୋପାଳପୁର, ଆଇଟିଆଇରେ ସାନଖେମୁଣ୍ଡି, ଦିଗପହଣ୍ଡି ଓ ଚିକିଟି ଏବଂ ଭଞ୍ଜନଗର ସ୍ଥିତ କେଏସୟୁବି କଲେଜରେ ଭଞ୍ଜନଗର, ଆସିକା ଓ ସୋରଡା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ। ଗୋପାଳପୁର, ଚିକିଟି ଓ ସାନଖେମୁଣ୍ଡିର ନିର୍ବାଚନମଣ୍ଡଳୀର ଉଭୟ ବିଧାନସଭା ଓ ଲୋକସଭା ଆସନର ଇଭିଏମ୍‌ରେ ଭୋଟ ଗଣତି ୧୦ଟି ଟେବୁଲରେ ହେବ। ନିର୍ବାଚନ କମିଶନ ଏଥିପାଇଁ ଅନୁମତି ଦେଇଛନ୍ତି। ଅନ୍ୟ ଗୁଡିକର ୭ ଟେବୁଲ୍‌ରେ ଗଣତି ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଆସିକା ଲୋକସଭାର ପୋଷ୍ଟାଲ ବାଲଟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏବଂ ବ୍ରହ୍ମପୁର ଲୋକସଭାର ପୋଷ୍ଟାଲ ବାଲଟ ଡିଆରଡିଏରେ ଗଣତି ହେବ। ଏଥିପାଇଁ ସକାଳ ୮ ଟା ଧାର୍ଯ୍ୟ ହୋଇଛି। ସକାଳ ୮ ଟା ୩୦ରୁ ଇଭିଏମ୍‌ର ଭୋଟ ଗଣତି ଆରମ୍ଭ ହେବ ବୋଲି କୁହାଯାଇଛି। ଆସିକା ଲୋକସଭା ଆସନ ପାଇଁ ୨୦୮୬ ପୋଷ୍ଟାଲ ବାଲଟ ଓ ବ୍ରହ୍ମପର ଲୋକସଭା ଆସନ ପାଇଁ ୧୨୭୯ ପୋଷ୍ଟାଲ ବାଲଟ ପହଞ୍ଚତ୍ଛି। ଭୋଟ ଗଣତିର ମନିଟରିଂ ପାଇଁ ଜିଲାକୁ ୧୨ ଜଣ ପର୍ଯ୍ୟବେକ୍ଷକ ଆସିଛନ୍ତି। ଜଣେ ପର୍ଯ୍ୟବେକ୍ଷକ ଆସିନଥିବାରୁ ହିଞ୍ଜିଳି ଓ ଖଲ୍ଲିକୋଟ ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଭୋଟ ଗଣତି ପାଇଁ ୨୫୮ ଜଣ କାଉଣ୍ଟିଙ୍ଗ ସୁପରଭାଇଜର, ୨୦୬ ଆସିଷ୍ଟାଣ୍ଟ ସୁପରଭାଇଜର ଓ ୨୩୨ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଥିବା ଜିଲାପାଳ କହିଛନ୍ତି। ଅପରପକ୍ଷରେ ପ୍ରାର୍ଥୀ, ପ୍ରାର୍ଥୀଙ୍କ ଏଜେଣ୍ଟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଫୋନ୍‌ ଗଣତି କେନ୍ଦ୍ର ମୁଖ୍ୟ ଗେଟ୍‌ ଭିତରକୁ ନେବାକୁ ବାରଣ ରହିଛି। ଏପରିକି ପେନ୍‌ ଓ ପେପର ମଧ୍ୟ ଭିତରକୁ ନେବାକୁ ବାରଣ ରହିଥିବା ଜିଲାପାଳ କହିଛନ୍ତି। ଗଣତି କେନ୍ଦ୍ର ବାହାରେ ମିଡିଆ ସେଲ୍‌ ରହିବ। ଭୋଟ ଗଣତି ପରିପ୍ରେକ୍ଷୀରେ କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ପକ୍ଷରୁ ୨୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ଏଥିସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଂଜାମ ଏସ୍‌ପି କହିଛନ୍ତି ଛତ୍ରପୁର ଓ ଭଞ୍ଜନଗରରେ ହେବାକୁ ଥିବା ଭୋଟ ଗଣତି ପାଇଁ ୨ ଜଣ ଅତିରିକ୍ତ ଏସପି, ୫ ଡିଏସପି, ୮ ଇନ୍ସପେକ୍ଟର, ୧୭ ସବଇନ୍ସପେକ୍ଟର, ୩୩ ଏଏସଆଇ, ୧୦୯ ଓଆର୍‌ , ୧୧୫ ହୋମଗାର୍ଡ, ୧୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିସହ ଟ୍ରାଫିକ୍‌ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ଯେ, ୨ ଜଣ ଅତିରିକ୍ତ ଏସ୍‌ପି, ୬ ଡିଏସପି, ୧୦ ଇନ୍ସପେକ୍ଟର, ୭୦ ଏସଆଇ ଓ ଏଏସଆଇ, ୧୦ ହୋମଗାର୍ଡ ଓ ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ।


All Right Reserved By Dharitri.Com

ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି...

କାଠଗଡାରେ ୧୨ ବଖରା ପୋଡିଗଲା

ସୋରଡା,୪ା୧୦(ଡି.ଏନ୍‌.ଏ.)- ସୋରଡା ବ୍ଲକ ଅସୁରବନ୍ଧ ଗ୍ରାମ ପଞ୍ଚାୟତ କାଠଗଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ନିଅଁା ଲାଗି ୪ ପରିବାରର ୧୨ ବଖରା ପୋଡି ପାଉଁଶ ହୋଇଯାଇଛି।...

ସପ୍ତାହେ ନ ପୂରୁଣୁ ଉଠିଲା ପିଚୁ, ରାସ୍ତାରେ ଡ୍ରେନ୍‌ ପାଣି

ଫୁଲବାଣୀ ଅଫିସ, ୧୮ା୫ -ଫୁଲବାଣୀ ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏବେ ସହରର ମୁଖ୍ୟ ରାସ୍ତାରେ ହୋଇଥିବା ପିଚୁ, ଡ୍ରେନ୍‌...

କାର୍ଯ୍ୟରେ ଅବହେଳା, ବରଡାବିଲି ପିଇଓ ନିଲମ୍ବିତ

ଛତ୍ରପୁର,୭ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବରଡାବିଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଂଧ୍ୟା ରାଣୀ ବେହେରାଙ୍କୁ ଶୁକ୍ରବାର ଚାକିରିରୁ ନିଳମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା, ଉପରିସ୍ଥ...

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ :ପ୍ରଶ୍ନପତ୍ର ନିଅଣ୍ଟକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି,୨।୧୧(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରେ ରହିଥିବା ପ୍ରାୟ ୩ ଶହ ବିଦ୍ୟାଳୟରେ ଶୁକ୍ରବାର ଏକକ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ତେବେ ପରିଚାଳନାଗତ ତ୍ରୁଟି...

ରୋଗୀଙ୍କ ପାଇଁ ହେବ ସ୍ବତନ୍ତ୍ର ପ୍ରତୀକ୍ଷା ଗୃହ

ଛତ୍ରପୁର,୭ା୮(ଡି.ଏନ.ଏ.) -ପ୍ରତ୍ୟେକ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷା ଗୃହ ନିର୍ମାଣ କରାଯିବ। ଗୃହ ସଂଲଗ୍ନ ଶୌଚାଳୟ ରହିବ। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହେବ।...

ବଡ଼ ମେଡିକାଲର ଗୁମର କଥା: ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରହସନ

ବ୍ରହ୍ମପୁର ଅଫିସ,୧୬ା୧୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଭରସାଯୋଗ୍ୟ ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ,...

୩ ଜୁଆଆଡ୍ଡାରେ ଚଢାଉ, ୧୩ ଗିରଫ: ୪ ବାଇକ୍‌, ୨୪୩୨୦ ଟଙ୍କା ଜବତ

ଆସିକା,୪ା୧୦ (ଡି.ଏନ୍‌.ଏ.)- ଆସିକା ଥାନା ଇଲାକାର ବେଣିଆ, ନୂଆଗଁା ଓ ଦେବଭୂମି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ଉପରେ ଗୁରୁବାର ରାତିରେ ପୋଲିସ ଚଢାଉ କରିଥିଲା। ଏଠାରୁ...

Leave a comment

Your email address will not be published. Required fields are marked *