Posted inଜାତୀୟ

ମୋଦିଙ୍କ ଜନ୍ମଦିନକୁ ନେଇ ଆରମ୍ଭ ହେଲା ‘ସେବା ସପ୍ତାହ’: ଏମ୍ସରୁ ସେବା ଆରମ୍ଭ କଲେ ଶାହ

ନୂଆଦିଲ୍ଲୀ,୧୪।୯: ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଭାଜପା ପକ୍ଷରୁ ‘ସେବା ସପ୍ତାହ’ ପାଳନ କରାଯାଉଛି। ଶନିବାର ଏହା ଆରମ୍ଭ କରାଯାଇଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ) ପହଞ୍ଚିଥିଲେ। ସେଠାରେ ସେ ରୋଗୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବଚାରି ବୁଝିବା ସହ ସେମାନଙ୍କୁ ଫଳ ବିତରଣ କରିଥିଲେ। ଏହି ସମୟରେ ଶାହ ମେଡିକାଲ ଚଟାଣ ପୋଛିବା ଦେଖାଯାଇଥିଲା। ତାଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଏହା କରିଥିଲେ। ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ପଡୁଥିବା ବେଳେ ଏହି ସେବା ସପ୍ତାହ ସେପ୍ଟେମ୍ବର ୧୪-୨୦ ପର୍ଯ୍ୟନ୍ତ ପାଳନ କରାଯିବ। ଏହା ପଞ୍ଚାୟତସ୍ତରରୁ ଆରମ୍ଭ କରି ସବୁ ସ୍ତରରେ ଭାଜପା ପାଳନ କରିବ ବୋଲି ସୂଚନା ରହିଛି।


All Right Reserved By Dharitri.Com

ଟ୍ରାଫିକ୍‌ ଅପରାଧ ଉଭୟ ଆଇପିସି, ମୋଟରଯାନ ଆଇନରେ ଦଣ୍ଡନୀୟ

ନୂଆଦିଲ୍ଲୀ,୬ା୧୦(ଆଇଏଏନ୍‌ଏସ୍‌): ବେପରଓ୍ବା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଉଭୟ ଭାରତୀୟ ଦଣ୍ଡ ସଂହିତା (ଆଇପିସି)...

ପଣ୍ଡିତ ନେହେରୁଙ୍କ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ପିଏମ୍‌ସି ବ୍ୟାଙ୍କ ବିରୋଧ ପ୍ରଦର୍ଶନ ପରେ ଦୃଦ୍‌ଘାତରେ ଜଣେ ଜମାକାରୀଙ୍କ ମୃତ୍ୟୁ

ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରୋଟିଭ(ପିଏମ୍‌ସି) ବ୍ୟାଙ୍କର ଜମାକାରୀଙ୍କୁ କିଛି ଦିନ ହେଲା ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ପିଏମ୍‌ସି ବ୍ୟାଙ୍କ ବନ୍ଦ ହୋଇଯିବା...

ରାବିଡି ଦେବୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ଐଶ୍ଚର୍ଯ୍ୟା: ଆରଜେଡି ବିଧାୟକ ଥାନାରେ କଲେ ଅଭିଯୋଗ

ପାଟନା,୧୮।୧୨: ବିହାରର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡିି) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣିଥରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିହାରର...

କେସିଆରଙ୍କ ଯଜ୍ଞ ଚିନ୍ତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ସବୁବେଳେ ବାସ୍ତୁ ଉପରେ ବିଶ୍ୱାସ କରି ସବୁ କାର୍ଯ୍ୟ କରନ୍ତି। ତାଙ୍କ ଅଫିସଠାରୁ ଆରମ୍ଭ କରି ଘର, ସବୁଠି ବାସ୍ତୁ...

ଏନ୍‌ଏଚ୍‌ଆର୍‌ସି ଟିମ୍‌ର ତନାଘନା: ଏସ୍‌ଆଇଟି ତଦନ୍ତ ଲାଗି ପିଆଇଏଲ୍‌

ହାଇଦ୍ରାବାଦ, ୮ା୧୨(ପି.ଟି.): ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରି ହତ୍ୟା...

ମମତାଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ ଅଭିଯୋଗ

କୋଲକାତା, ୩ା୧୧(ପି.ଟି.): କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଆକ୍ରମଣ କରିଛନ୍ତି। ସେ ଶନିବାର ଅଭିଯୋଗ କରି କହିଛନ୍ତି ଯେ,...

ଜଳିଗଲା ଭାଜପା କାର୍ଯ୍ୟାଳୟ

ଆସନସୋଲ,୧୩।୧: ପଶ୍ଚିମବଙ୍ଗ ଆସନସୋଲର ସଲାନପୁର ଗାଁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ରବିବାର ବିଳମ୍ବିତ ରାତିରେ ଜଳିଯାଇଥିବା ଖବର ମିଳିଛି। ଏହି ଘଟଣାରେ ଭାଜପା...

Leave a comment

Your email address will not be published. Required fields are marked *