ଭୁବନେଶ୍ୱରର ପ୍ରତି ଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ

ଭୁବନେଶ୍ୱର, ୧୪ା୯(ବ୍ୟୁରୋ): ଭୁବନେଶ୍ୱରର ଘରେ ଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଯୋଜନାଟି ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଚିହ୍ନଟ କରିବାକୁ କରାଯାଇଥିବାବେଳେ ଏଥିରେ ଭୁବନେଶ୍ୱରରେ ବସବାସ କରୁଥିବା ଲୋକସଂଖ୍ୟାର ତଥ୍ୟ ମିଳିବ। ଏଥିସହ କେଉଁଟା ବ୍ୟବସାୟିକ ଅନୁଷ୍ଠାନ ଓ କେଉଁଟା ବାସଗୃହ ତାହାର ତଥ୍ୟ ରହିପାରିବ। ଏନେଇ ପୂର୍ବ ଯୋଜନା ଅନୁଯାୟୀ ବିଏମ୍‌ସି ନୂଆ ଟ୍ୟାକ୍ସ କଲେକ୍ଟର ନିୟୋଜିତ କରିବ। ତା’ସହ ଭୁବନେଶ୍ୱରରେ ଯେଉଁମାନେ ଘର ଖୋଜିବାରେ ସମସ୍ୟା ଅନୁଭବ କରୁଛନ୍ତି ସେମାନଙ୍କୁ ସହାୟତା ମିଳିବ। ସମସ୍ତ ଓ୍ବାର୍ଡରେ ନିୟୋଜିତ ଥିବା ଓ୍ବାର୍ଡ ଅଫିସରମାନେ ଏହାକୁ ତଦାରଖ କରିବେ। ଏହି ନୂତନ ବ୍ୟବସ୍ଥା ପାଇଁ ବିଏମ୍‌ସି ଗତ ୫ତାରିଖରୁ ଅନ୍‌ଲାଇନ୍‌ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ଟେଣ୍ଡର ପ୍ରକ୍ରିିୟା ସରିବା ପରେ ସମ୍ପୃକ୍ତ ସଂସ୍ଥା ଆସନ୍ତା ୬ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଓ୍ବାର୍ଡରେ ସର୍ଭେ କରି ବିଏମ୍‌ସିକୁ ରିପୋର୍ଟ ଦେବ। ତା’ପରେ ପ୍ରତ୍ୟେକ ଘରେ ଡିଜିଟାଲ ଠିକଣା ବୋର୍ଡ ଲଗାଯିବ ବୋଲି ବିଏମ୍‌ସି ଯୋଜନା ରଖିଛି।
ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ପୂର୍ବରୁ ଘର ସଂଖ୍ୟା ଅନୁଯାୟୀ ଖୋଜି ବାହାର କରିବା କାଠିକର ପାଠ ହେଉଥିଲା। ନୂଆ ଯୋଜନାରେ ପ୍ରତ୍ୟେକ ଘରକୁ ଏକ ଆଇଡି ନମ୍ବର ବା ପରିଚୟ ସଂଖ୍ୟା ଯୋଗାଇ ଦିଆଯିବ। ତାହା ଜିପିଏସ୍‌ ଆଧାରିତ ହୋଇଥିବାରୁ ପ୍ରତି ଘରର ଭୌଗୋଳିକ ଚିହ୍ନଟ ସହଜରେ ହୋଇପାରିବ। ଏପରି କି ଘର, ଘର ସମ୍ପର୍କିତ ତଥ୍ୟ ଓ ଘରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା, ବିମାନବନ୍ଦର, ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଓ ଲେନ୍‌ ବିବରଣୀ ଏହି ନୂଆ ବ୍ୟବସ୍ଥାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ସେହିପରି ଡିଜିଟାଲ ଠିକଣା ବୋର୍ଡ ଲାଗିଯିବା ପରେ କୌଣସି ଘରେ ରହୁଥିବା ବ୍ୟକ୍ତିଙ୍କ ବିବରଣୀ ସମେତ ବିଦ୍ୟୁତ୍‌ ସଂଯୋଗ, ପାଇପ ଜଳ ସଂଯୋଗ, ସମ୍ପତ୍ତି, ଟ୍ୟାକ୍ସ ଦେୟ ତଥ୍ୟ ମିଳିପାରିବ ଓ ଏସବୁ ସହଜରେ ପରିଚାଳନା କରାଯାଇପାରିବ। ଯେଉଁମାନେ ଜାଣତରେ ବିଏମ୍‌ସିକୁ ରାଜସ୍ବ ଫାଙ୍କୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।


All Right Reserved By

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି...

ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ:ମୁକ୍ତି ସଂଗ୍ରାମରେ ଓଡ଼ିଶାର ବଳିଷ୍ଠ ଭୂମିକା ଥିଲା

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ମୁକ୍ତି ସଂଗ୍ରାମରେ ଓଡ଼ିଶାର ଭୂମିକା ଯଥେଷ୍ଟ ଥିଲା। ଓଡ଼ିଶାର ବରପୁତ୍ରମାନେ ନିଜ ତ୍ୟାଗ ଓ ବଳିଦାନ ପାଇଁ ଚିରକାଳ ମନେରହିବେ। ସେହି ମହାନ ବରପୁତ୍ରମାନଙ୍କ...

ବୁଧବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ବୁଧବାର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ କରାଯିବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ...

ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ

ପୁରୀ ଅଫିସ, ୭ା୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜଙ୍କ ପରଲୋକରେ ଦେଶବ୍ୟାପୀ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶ୍ରଦ୍ଧାଞ୍ଜଳି...

ସରକାରୀ ସ୍କୁଲରେ ପ୍ରଥମ ଥର ଶିକ୍ଷକ-ଅଭିଭାବକ ବୈଠକ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଲଗାତର ଭାବେ ନିରୁତ୍ସାହଜନକ ଫଳାଫଳ ହେଉଛି। ଉପସ୍ଥାନ ହ୍ରାସ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।...

ଲୋକ ସଭା ଉପବାଚସ୍ପତି ପଦ ପାଇଁ ୱାଇଏସ୍‌ଆର ସିପି ଅରାଜି : ଶିବସେନା, ବିଜେଡି ଉପରେ ନଜର

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଥିବା ୱାଇଏସ୍‌ଆର କଂଗ୍ରେସ ପାର୍ଟି ଲୋକ ସଭା ଉପବାଚସ୍ପତି ପଦ ଗ୍ରହଣ କରି ନ ପାରେ। ଅବିଭକ୍ତ ଆନ୍ଧ୍ରର ବିଭାଜନ...

ଝରକା ବାଟେ ବାହାରକୁ ଗରମ ପାଣି ଫିଙ୍ଗିଲେ ସହାୟିକା, ଅଙ୍ଗନଓ୍ବାଡି ଶିଶୁ ଗୁରୁତର

ସୋନପୁର/ବୀରମହାରାଜପୁର,୧୪।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦ୍ରର ସହାୟିକା ବେଦମତୀ ମହାକୁର ଶିଶୁକନ୍ୟା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *