ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଲଗାଣ ବର୍ଷା ଯୋଗୁ ଶଙ୍ଖାଳିଙ୍କ ମାଟିଘର କାନ୍ଥ ଭିଜିଯାଇଥିବା ବେଳେ ଶୁକ୍ରବାର ସକାଳୁ ଘରଟି ଭାଙ୍ଗି ପଡିଥିଲା। ସୌଭାଗ୍ୟବଶତଃ ସକାଳେ ଶଙ୍ଖାଳି କୌଣସି କାର୍ଯ୍ୟରେ ଘରୁ ଅନ୍ୟତ୍ର ଚାଲିଯାଇଥିଲେ । ଫଳରେ ସେ ଏକ ବଡ ବିପଦରୁ ବର୍ତ୍ତି ଯାଇଥିବା ପଡୋଶୀ ପ୍ରକାଶ କରିଛନ୍ତି ।
ଶଙ୍ଖାଳି ଜଣେ ଦିନମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଗତ କିଛିବର୍ଷ ଧରି ରୋଗଗ୍ରସ୍ତ ହେବା ଯୋଗୁ ଆଉ କୌଣସି କାମଧନ୍ଦା କରିପାରୁନାହାନ୍ତି । ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରୁ ମିଳୁଥିବା ୩୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଶଙ୍ଖାଳିଙ୍କ ବଞ୍ଚତ୍ବାର ରାହା ପାଲଟିଛି । ଦୁଇଝିଅଙ୍କ ବିବାହ ପରେ ରୋଗଗ୍ରସ୍ତ କାରଣରୁ ଗତ ୩ ବର୍ଷ ତଳେ ସ୍ତ୍ରୀ ମହରଗୀଙ୍କ ମୃତ୍ୟୁ ହୋଇଥିଲା । ତା’ ପର ଠାରୁ ଶଙ୍ଖାଳି ଏକାକୀ ଜୀବନ ବିତାଉଥିବା ଗ୍ରାମବାସୀ କହିଛନ୍ତି । ରୋଗଗ୍ରସ୍ତ ଜୀବନ ସାଙ୍ଗକୁ ଆର୍ଥିକ ଅନଟନ ଯୋଗୁ ବାପଅଜା ଅମଳର ପୁରୁଣା ଚାଳଘରକୁ ମରାମତି କରିବାକୁ ସମର୍ଥ ନାହାନ୍ତି ଶଙ୍ଖାଳି । ୨ବଖରା ଝାଟିମାଟି ଚାଳଘର ମଧ୍ୟରୁ ଗୋଟିଏ ବଖରା ଭାଙ୍ଗିଯାଇଥିବା ବେଳେ ଅନ୍ୟଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବା ଦେଖାଯାଇଛି । ବାର୍ଦ୍ଧକ୍ୟ ସମୟରେ ଆମତ୍ୀୟ ସ୍ବଜନ କେହି ପାଖରେ ନ ଥିବା ବେଳେ ଘର ଭାଙ୍ଗିଯିବା ପରେ ଶଙ୍ଖାଳି ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ବାଭିମାନୀ ମଣିଷ ହେତୁ ସରକାରଙ୍କ କୌଣସି ସହାୟତା ପାଇଁ କେବେ କାହାରିକୁ ମଧ୍ୟ ସେ ଗୁହାରି କରି ନ ଥିବା ପଡ଼ୋଶୀମାନେ କୁହନ୍ତି । ତେବେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଶଙ୍ଖାଳିଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା ଯୋଗାଇଦେବା ସହ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


All Right Reserved By Dharitri.Com

ପୁରୀ ଗଣବଳାତ୍କାର ମାମଲା: ଆଉ ୩ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୯।୧୨: ପୋଲିସ କ୍ବାର୍ଟର୍ସରେ ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର କୁମ୍ଭାରପଡ଼ା ପୋଲିସ ଦମ୍ପତି ସମେତ ୩ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଭୁବନେଶ୍ବର ବାଘମରାର...

ଆଜି ନାଲ୍‌କୋ ବିଶ୍ୱକର୍ମା ପୂଜାର ମେଲାଣି ଉତ୍ସବ; ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼

ବଅଁରପାଳ,୨୩।୯(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ନଗରରେ ଚାଲିଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ରବିବାର ଥିଲା ଶେଷ ସନ୍ଧ୍ୟା। ଛୁଟି ଦିନରେ ପୂଜା ଦେଖିବା ପାଇଁ ଆଖପାଖ...

ବାଇଚଢ଼େଇ ବଂଶ ବୃଦ୍ଧି ପାଇଁ ପ୍ରୟାସ ଜାରି

ଖଣ୍ଡପଡା,୧୩।୬(ସ୍ବ.ପ୍ର.): ବାଇଚଢେଇ ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ତା’ର ବିଚକ୍ଷଣ ବୁଦ୍ଧି ଖଟାଇ ନିଜ ପାଇଁ ସେ ଯେଉଁ ବସା ତିଆରି କରେ ତାହା ଖୁବ୍‌...

ଉଦଳାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ଉଦଳା,୧୫।୮(ଡି.ଏନ୍‌.ଏ.)- କପ୍ତିପଦା ଉପଖଣ୍ଡସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ଉଦଳା ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉପଜିଲାପାଳ ଭଗବାନ ବେହେରା ଯୋଗଦେଇ ପତାକା...

କୃଷ୍ଣପ୍ରସାଦ ଉପକୂଳରେ ଲାଗିଲା ମାଲୋସିଆ ଜାହାଜ

କୃଷ୍ଣପ୍ରସାଦ,୧୦ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳସ୍ଥ ଖିରିସାହି ନିକଟରେ ଏକ ବିରାଟ ଜାହାଜ ଲାଗିିଛି । ଜାହାଜରେ ନାବିକଙ୍କ ସମେତ ୯ଜଣ...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ।...

ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ

ସାକ୍ଷୀଗୋପାଳ,୧୧।୧୧(ଡି.ଏନ.ଏ): ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ...

୧୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲିଗୁଡ଼ା,୨୧।୭(ଡି.ଏନ୍‌.ଏ.): ଫୁଲବାଣୀ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଜିଲା ଚିକିତ୍ସାଳୟକୁ ନିଆଯାଉଥିବା ସମୟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ...

Leave a comment

Your email address will not be published. Required fields are marked *