ଭ୍ୟାନିଟ୍‌ ଝାମ୍ପିନେଲେ ଲୁଟେରା, ଗାଡିରୁ ପଡି ମହିଳା ଗୁରୁତର

ନୂଆଗାଁ,୧୪।୯ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ମାଇଛେଳି ନିକଟସ୍ଥ ରାଇଖମଣ ବାଙ୍କଠାରେ ମଙ୍ଗଳବାର ସନ୍ଧ୍ୟାରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରା ମାନେ ଭ୍ୟାନିଟ୍‌ ଝାମ୍ପି ନେଇଥିଲେ। ଫଳରେ ଗାଡିରୁ ଖସି ପଡି ମହିଳା ଗୁରୁତର ହୋଇଛନ୍ତି। ରାଜପଥ ଲୁଟେରାଙ୍କ ଶିକାର ହୋଇଥିବା ମହିଳା ହେଲେ ସସ୍ମିତା ସାହୁ (୩୫)। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଯେ,ଖଣ୍ଡପଡା ଥାନା ଶିଖରପୁର ଗ୍ରାମର ସସ୍ମିତା ସାହୁ ସ୍ବାମୀ ପ୍ରମୋଦ ସାହୁଙ୍କ ସହ ବାଇକ୍‌ରେ ଯାଉଥିବାବେଳେ ତାଙ୍କ ଦିଅର ସୋମନାଥ ସାହୁ ମଧ୍ୟ ଅନ୍ୟ ଏକ ବାଇକ୍‌ରେ ଯାଉଥିଲେ। ସମସ୍ତେ ଲୁଗା କିଣିବା ପାଇଁ ଦଶପଲା ଯାଇଥିଲେ । ସେଠାରେ ସମସ୍ତ କାମ ସାରି ଦିଅର ଲୁଗା ନେଇ ଗୋଟିଏ ବାଇକରେ ଯାଉଥିବା ସମୟରେ ସସ୍ମିତା ସ୍ବାମୀଙ୍କ ସହ ହିରୋହୁଣ୍ଡା ସ୍ପ୍ଲେଣ୍ଡର ବାଇକ ଯୋଗେ ଯାଉଥିଲେ । ସନ୍ଧ୍ୟା ସମୟରେ ରାଇଖମଣ ବାଙ୍କଠାରେ ନିଛାଟିଆ ଦେଖି ୁ ପଲସର ବାଇକରେ ପିଛା କରୁଥିବା ଦୁଇଜଣ ରାଜପଥ ଲୁଟେରା ସସ୍ମିତା କାନ୍ଧରେ ଧରିଥିବା ଭ୍ୟାନିଟ୍‌ ବ୍ୟାଗଟିକୁ ଝାମ୍ପି ନେଇଥିଲେ । ଫଳରେ ବାଇକରୁ ଖସି ପଡି ଗୁରୁତର ହୋଇଥିଲେ । ତାଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଲୁଟେରା ଝାମ୍ପି ନେଇଥିବା ଭ୍ୟାନିଟରେ ଗୋଟିଏ ମୋବାଇଲ ଓ ନଗଦ ୧୨ ହଜାର ଟଙ୍କା ଥିବା ଅଭିଯୋଗ ହୋଇଛି । ଏ ନେଇ ଆହତଙ୍କ ଦିଅର ସୋମନାଥ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେଶ ନଂ ୬୯/୧୯ ରୁଜୁ କରିବା ସହ ଘଟଣାର ତଦନ୍ତ କରି ଲୁଟେରାଙ୍କୁ ଧରିବାର ପ୍ରୟାସ ଜାରି ରହିଥିବା ନୂଆଗାଁ ଆଇ ଆଇ ସି ମନୋରମା ମଲିକ କହିଛନ୍ତି।


All Right Reserved By Dharitri.Com

୧୩ ବର୍ଷର ବାଳକଙ୍କ ଉପରେ ପଡିଗଲା ରାବଣ ପ୍ରତିକୃତି

ନୂଆପଡା ଅଫିସ୍‌,୯।୧୦: ନୂଆପଡା ଜିଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପ୍ରତିକୃତି ପଡି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ...

ପୋଡ଼ି ହୋଇ ବାପାପୁଅ ଗୁରୁତର

ଧାମନଗର, ୧୯।୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୬।୧୦(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶନିବାର ଅଷ୍ଟମୀ ଜନ୍ମତିଥି ଅବସରରେ...

ପଞ୍ଚମ ପାଳିରେ ନବୀନ: ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ...

ମନ୍ତ୍ରୀପରିଷଦ ବୈଠକ: ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ ଦେବ। ଏହି ବଜେଟ ଆଗତ...

ପଡିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପଡିଆ,୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ସୋମବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି।...

ମୃତ ଶ୍ରୀକାନ୍ତଙ୍କ ପରିବାରକୁ ଭେଟିଲେ ଜିଲାପାଳ

ଯାଜପୁର ଅଫିସ,୨୨ା୮: କଲିକତାଠାରେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ କୁରୁଡି ଗ୍ରାମର ଶ୍ରୀକାନ୍ତ ରାଉତଙ୍କ ରବିବାର ମୃତ୍ୟୁ ହୋଇଯାଇଥିଲା।...

ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଦିବ୍ୟାଙ୍ଗ

ବରଗଡ଼ ଅଫିସ୍‌,୧୮।୬- ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଧୀନ ଲୌଡ଼ିଦରା ପଁଚେତ୍‌ର ଦିବ୍ୟାଙ୍ଗମାନକୁ ସରକାରୀ ସୁବିଧା ସୁଯୋଗ ଅପହଁଚ୍‌ ହେଇଥିବାର ଅଭିଯୋଗ ହେଇଛେ। ଏନ୍‌ତା ଅଭିଯୋଗ...

Leave a comment

Your email address will not be published. Required fields are marked *