ଟ୍ରାଫିକ୍‌ ପରେ ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର,୧୪।୯(ବ୍ୟୁରୋ) – ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଧରପଗଡ଼ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇ ନିଜର ସମସ୍ତ କାଗଜପତ୍ର ସଜାଡ଼ିବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟର ସବୁ ଆର୍‌ଟିଓ ଅଫିସ୍‌ଠାରୁ ଆରମ୍ଭ କରି ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରରେ ଭିଡ଼ ଦେଖିବାକୁ ମିଳୁଛି। ଠିକ୍‌ ଏତିକିବେଳେ ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ତନାଘନା ଆରମ୍ଭ ହୋଇଯାଇଛି। ବେଆଇନଭାବେ ବିଦ୍ୟୁତ୍‌ ନେଉଥିବା ଲୋକଙ୍କୁ ଶୁକ୍ରବାର ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଛି।
ସହରାଞ୍ଚଳରେ ବିଦ୍ୟୁତ୍‌ ଚୋରି ରୋକିବା ସକାଶେ ସେସୁ ନିଜର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଅଚାନକ ପରିଦର୍ଶନ କରିବ। ଗୁରୁବାର ବିଭିନ୍ନ ଅଞ୍ଚଳର ମୋବାଇଲ୍‌ ଫୋନ ଟାଓ୍ବାର ଉପରେ ସେସୁ ଅଧିକାରୀମାନେ ଚଢାଉ କରିଥିଲେ। ସେହିପରି ଶୁକ୍ରବାର ୩ ଡିଭିଜନର ସ୍ପେଶାଲ ସ୍କ୍ବାଡ୍‌ ଡମଣାଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଟେଲିକମ୍‌ ଟାଓ୍ବାର, କମର୍ସିଆଲ କମ୍ପ୍ଲେକ୍ସଠାରୁ ଆରମ୍ଭ କରି ବଡ଼ବଡ଼ ଦୋକାନଗୁଡିକରେ ଯାଞ୍ଚ କରାଯାଇଛି। ୩୦ ଜଣ ସେସୁ ଅଧିକାରୀ ୪ ଗ୍ରୁପ୍‌ରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଘରୋଇ ବ୍ୟବହାର କଥା କହି ବିଦ୍ୟୁତ୍‌ ନେବାପରେ ବଡ଼ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ। ଏହାସହ ହୁକ୍‌ ପକାଇ ମଧ୍ୟ ବହୁ ଲୋକ ବିଦ୍ୟୁତ୍‌ ଚୋରି କରୁଥିଲେ। ଏମାନଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଇଛି। ଏପରି କି ଜଣେ ଜଣେ ବ୍ୟବସାୟୀଙ୍କଠାରୁ ଅଧିକାରୀମାନେ ୬୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିଛନ୍ତି। ପ୍ରଥମେ ଏହା ଏକ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମଭାବେ କରାଯାଉଛି। ଆଗକୁ ଏହାକୁ ଆହୁରି ଜୋର୍‌ଦାର କରାଯିବ ବୋଲି ସେସୁ ଅଧିକାରୀ ବାଣୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ବିଦ୍ୟୁତ୍‌ ଚୋରି ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି।


All Right Reserved By

ନୂଆ ମନ୍ତ୍ରୀ ପାଇଲେ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜ୍ୟର ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କୁ ଶୁକ୍ରବାର ବ୍ୟକ୍ତିଗତ ସଚିବ ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି...

ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ...

ଆନ୍ଧ୍ରର ବିରାଟ ଚକ୍ରାନ୍ତ: ମହେନ୍ଦ୍ରତନୟା ପାଣି ଓଡିଶାରେ କମୁଛି, ଆନ୍ଧ୍ରରେ ବଢୁଛି

ପାରଳାଖେମୁଣ୍ଡି, ୧୨ା୭(ସ୍ବ.ପ୍ର.) – ବିଭିନ୍ନ ସମୟରେ ଓଡିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ...

ଭାସୁଛି ୫କେଜିର ପଥର

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ...

ବ୍ୟାଙ୍କିଙ୍ଗ୍‌, ଇନ୍‌ସ୍ୟୁରାନ୍ସ ସେବା ସ୍ବାଭାବିକ ପାଇଁ କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କ ବୈଠକ:ଓଡ଼ିଶା ଆପଣାଇବ କେରଳ ମଡେଲ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ପୂର୍ବଭଳି ସ୍ବାଭାବିକ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର...

ଓଡ଼ିଶା ପୋଲିସର ୩୫୩ ଏଏସ୍‌ଆଇଙ୍କୁ ପଦୋନ୍ନତି

କଟକ ଅଫିସ, ୭ା୯- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୩୫୩ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର(ଏଏସ୍‌ଆଇ)ଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି କରାଯାଇଛି। ଶନିବାର ଏ ନେଇ ରାଜ୍ୟ...

ବଦନାମରୁ ମୁକୁଳିବାକୁ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି ଅପରାଧ। ସକାଳୁ ରାତି ମାତୁଛନ୍ତି ଅପରାଧୀ। କମିଶନରେଟ ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗତ କିଛିଦିନ ହେବ ସହରରେ ବଡ଼...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *