Posted inଜାତୀୟ

ଶିବକୁମାରଙ୍କ ଇଡି ରିମାଣ୍ଡ ବଢ଼ିଲା

ନୂଆଦିଲ୍ଲୀ,୧୪ା୯(ପି.ଟି.): କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ଇଡି ରିମାଣ୍ଡ ଅବଧିକୁ ଦିଲ୍ଲୀର ଏକ ଅଦାଲତ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତରେ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ରିମାଣ୍ଡ ଅବଧି ୫ ଦିନ ବଢ଼ାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆବେଦନ କରାଯାଇଥିଲା। ୩ ତାରିଖରେ ଗିରଫ ହୋଇଥିବା ଶିବକୁମାରଙ୍କୁ ଇଡି ପ୍ରଥମେ ୯ ଦିନ ରିମାଣ୍ଡରେ ନେଇଥିଲା। ଅବଧି ପୂରଣ ହେବା ପରେ ତାଙ୍କୁ ଆଜି ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହରଙ୍କ କୋର୍ଟରେ ହାଜର କରାଯାଇଥିଲା।
୨୦୧୭ରେ ଆୟକର ବିଭାଗ ଶିବକୁମାରଙ୍କ ୪୨୯ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଠାବ କରିଥିଲେ। ତେବେ ଇଡି ତଦନ୍ତରୁ ତାଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ବୋଲି ଜଣାପଡିଛି। ୩୧୭ ବ୍ୟାଙ୍କ ଆକାଉଣ୍ଟରେ ଶିବକୁମାରଙ୍କର ୨୦୦ କୋଟି ଟଙ୍କା ରହିଥିବା ବେଳେ ୮୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ରହିଥିବା ଇଡି ଜାଣିବାକୁ ପାଇଛି। ଗୁରୁବାର ତାଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ମଧ୍ୟ ଇଡି ଅଧିକାରୀମାନେ ୭ ଘଣ୍ଟା ଜେରା କରିଥିଲେ।


All Right Reserved By

ପାକିସ୍ତାନ- ଚାଇନାକୁ ଝଟକା: ୟୁଏନଏସସିରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ୯ଟି ଭୋଟ ସପକ୍ଷରେ ଆଣିପାରିଲେ ନାହିଁ ଦୁଇଦେଶ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ରେ ପାକିସ୍ତାନକୁ ପୁଣି ଝଟକା। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ବିଚଳିତ ପାକିସ୍ତାନକୁ ୟୁଏନଏସସିରେ କେବଳ ଚାଇନାକୁ...

ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନର ଷଡ଼ଯନ୍ତ୍ର: ଭାରତ ମହାସାଗର ବାଟେ ଦେଶରେ ଅନୁପ୍ରବେଶ ଯୋଜନା

ନୂଆଦିଲ୍ଲୀ,୨୦।୬: ଭାରତରେ ଅନୁପ୍ରବେଶ ପାଇଁ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଭାରତ ମହାସାଗର ବାଟେ ଦେଶରେ ପ୍ରବେଶ କରିବା ମାଷ୍ଟର ପ୍ଲାନ...

ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟ ପୁଣି ବର୍ଷେ ବଢ଼ିଲା

ନୂଆଦିଲ୍ଲୀ,୨୧।୭: ବାଂଲାଦେଶୀ ଲେଖିକା ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟକୁ ପୁଣି ବର୍ଷେ ପାଇଁ ବଢ଼ାଇ ଦିଆଯାଇଛି। ରବିବାର ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା...

କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ: ପୋଷ୍ଟାଲ ବ୍ୟାଲେଟ୍‌ ସହିତ ଇଭିଏମ୍‌

ନୂଆଦିଲ୍ଲୀ, ୨୩।୫: କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୭ତମ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ...

ଆମେ କଂଗ୍ରେସ ସହ ଅଛୁ: ଦେବଗୌଡା

ନୂଆଦିଲ୍ଲୀ,୧୮।୫: ଜେଡି(ଏସ୍‌) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡା କହିଛନ୍ତି ଆମେ କଂଗ୍ରେସ ସହ ଅଛୁ। ହେଲେ ଏ ସମ୍ପର୍କରେ ଏବେ ସେ...

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର,୨୨।୫: ଆଣ୍ଡାମାନ ନିକୋବରରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୬ଟା ୯ରେ ଏଠାରେ ଭୂକମ୍ପ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିବାଭାରତୀୟ...

କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ ଏବଂ ଲଦାଖରେ ରହିବ ୨ ଜିଲା

ଶ୍ରୀନଗର, ୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏଣିକି କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିବ। ସେହିପରି ଲଦାଖରେ ୨...

ସୀମାବର୍ତ୍ତୀ ଅଞ୍ଚଳରେ ଚାଇନା ଭାଷା କହୁଥିବା ଲୋକଙ୍କ ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୧।୭: ନେପାଳ ତଥା ଉତ୍ତରାଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କର ଯାଞ୍ଚ୍‌ ପାଇଁ ଭାରତ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏସବୁ ଅଞ୍ଚଳରେ ଚାଇନା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *