Posted inଜାତୀୟ

ତେଜସ୍‌ ଯୁଦ୍ଧବିମାନ ନାଭାଲ ଭର୍ସନର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୯: ସମୁଦ୍ର ଗର୍ଭରେ ଯୁଦ୍ଧବିମାନବାହୀ ଜାହାଜରେ ଅବତରଣ କରିବା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ନାଭାଲ ଭର୍ସନର ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ ଶୁକ୍ରବାର ସଫଳ ହୋଇଛି। ଗୋଆ ଉପକୂଳରେ ଥିବା ଆଇଏନ୍‌ଏସ୍‌ ହଂସ ନାଭାଲ ବେସ୍‌ ସୀମିତ ରନ୍‌ଓ୍ବେରେ ତେଜସ୍‌ ସଫଳତାର ସହ ଅବତରଣ କରିଥିବାରୁ ଏହା ଏକ ବଡ଼ ସଫଳତା ବୋଲି ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି। ଭାରତ ନିର୍ମିତ ଲଢ଼ୁଆ ବିମାନ ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ କରିବା ଏହା ପ୍ରଥମ ଘଟଣା। କେବଳ ଆମେରିକା, ରୁଷିଆ, ଫ୍ରାନ୍ସ, ଚାଇନା ଭଳି କେତେକ ଦେଶ ଏଭଳି ଲ୍ୟାଣ୍ଡିଂ କ୍ଷମତା ହାସଲ କରିଛନ୍ତି। ତେବେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଏବଂ ନିର୍ମାଣାଧୀନ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅବତରଣ ଏବଂ ନୌସେନାରେ ସାମିଲ ହେବା ପାଇଁ ଆହୁରି ଅନେକ କିଛି କରିବାକୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ବର୍ତ୍ତମାନ ନୌସେନା ରୁଷିଆ ନିର୍ମିତ ୪୫ଟି ମିଗ୍‌ ୨୯କେ ଯୁଦ୍ଧବିମାନକୁ ବ୍ୟବହାର କରୁଛି, ଯାହା ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରୁ ଉଡ଼ାଣ କରିପାରିବ। ଏକକ ଇଞ୍ଜିନ ବିଶିଷ୍ଟ ତେଜସ୍‌ର ଓଜନ ଅଧିକ ଥିତ୍ବାରୁ ଏହାକୁ ପୂର୍ବରୁ ନୌସେନା ପ୍ରତ୍ୟାଖ୍ୟାନ କରିଥିଲା। ପରେ ଡିଆର୍‌ଡିଓ ତେଜସ୍‌ର ମାର୍କ-୨ ଭର୍ସନ ନିର୍ମାଣ କରିଥିଲା ଯାହାର ଇଞ୍ଜିନ କ୍ଷମତା ଅଧିକ ହେବା ସହ ଓଜନ କମ୍‌ ରହିଛି। ବାୟୁସେନାରେ ୧୨୩ଟି ତେଜସ ସାମିଲ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୪ଟି ମିଳିଛି। ନୌସେନାକୁ ୫୦ଟି ନାଭାଲ ଭାରିଆଣ୍ଟ ତେଜସ୍‌ ମିଳିବ ବୋଲି ଜଣାପଡିଛି।


All Right Reserved By Dharitri.Com

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ଶ୍ରୀନଗର, ୨୬।୭: ଜମ୍ମୁ-କଶ୍ମୀରର ଦ୍ରାସ୍‌ରେ ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଧାରଣ ଲୋକଙ୍କଠାରୁ ଯବାନଙ୍କ...

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ...

ବିଷାକ୍ତ ମଦ ନେଲା ୧୨ ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶ ପୁଣି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ବାରବାଙ୍ଗୀରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି।...

ଶପଥ ନେଲେ ୧୩ ନବ ନିର୍ବାଚିତ ବିଧାୟକ

ବେଙ୍ଗାଲୁରୁ,୨୨।୧୨: ନିକଟରେ କର୍ନାଟକରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟ ଲାଭ କରିଥିବା ୧୫ ବିଧାକୟକଙ୍କ ମଧ୍ୟରୁ ୧୩ଜଣ ରବିବାର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି।...

ନିଦରେ ଚାଲି ଚାଲି ମଥୁରାରୁ ଅମୃତସର ପହଞ୍ଚିଗଲେ ନାବାଳିକା

ଅମ୍ବାଲା,୧୪।୭: କେତେକଙ୍କଠାରେ ନିଦରେ ଚାଲିବା ସମସ୍ୟା ଦେଖାଦେଇଥାଏ। ଏହା ବେଳେବେଳ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ମଥୁରା ଯମୁନାନଗରର ଜଣେ ୧୫ବର୍ଷ ବୟସ୍କା ନାବାଳିକା ନିଦରେ...

ଶ୍ରୀନଗରରେ ସୁଧୁରୁଛି ସ୍ଥିତି

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି। ଏହାପରେ କଶ୍ମୀରରେ ଧାରା ୩୭୦କୁ ଅଚଳ କରି...

ଚନ୍ଦ୍ରୟାନ-୨: ଇସ୍ରୋକୁ ମିଳିଛି ୯୫ ପ୍ରତିଶତ ସଫଳତା

ଶ୍ରୀହରିକୋଟା,୭।୯: ଚନ୍ଦ୍ରୟାନ-୨ ମିଶନ୍‌ରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲେ ଏଥିରେ ଥିବା ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠର କେତେକ ଫଟୋ...

କଶ୍ମୀରକୁ ନେଇ ମୂଲ୍ୟହୀନ କଥା କହୁଛି ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୮: ପାକିସ୍ତାନ ଭାରତ ପ୍ରତି ଯେଉଁ ମନୋଭାବ ପୋଷଣ କରୁଛି ତାକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।...

Leave a comment

Your email address will not be published. Required fields are marked *