ଉଜୁଡ଼ା ସଂସାର ସଜାଡ଼ିଦେଲେ ଶାଶୁ: ବିଧବା ବୋହୂଙ୍କୁ ଦେଲେ ବିବାହ

ତାଳଚେର,୧୪।୯(ନି.ପ୍ର.) – ୫ ମାସ ତଳେ ପୁଅର ବିବାହ କରି ଘରକୁ ବୋହୂଟିଏ ଆଣିଥିଲେ। ପୂଅ-ବୋହୂଙ୍କ ସୁଖର ସଂସାର ଦେଖି ଖୁସିରେ ଉଚ୍ଛୁଳି ଉଠୁଥିଲେ। ଭାବିଥିଲେ ନାତୁଣୀ କି ନାତିଟିଏ ଆସିଲେ କୁଳ ସହ କୋଳ ପୂରିଉଠିଥାନ୍ତା ତାଙ୍କର। ହେଲେ ନିୟତିର ନିର୍ଦ୍ଦେଶ ଥିଲା କିଛି ଭିନ୍ନ। ଜୁଲାଇ ୨୩ ଭରତପୁର ଖଣି ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ବୋହୂର ବିଧବା ବେଶ ବେଶ୍‌ ଯନ୍ତ୍ରଣା ଦେଉଥିଲା ତାଙ୍କୁ। ପୁଅକୁ ହରାଇଥିଲେ ବି ଭାଙ୍ଗି ପଡ଼ି ନ ଥିଲେ ସେ। ବୋହୂକୁ କିପରି ପୁଣି ପୂର୍ବ ରୂପରେ ଦେଖିବେ ସେହି ଯୋଜନାରେ ଥିଲେ ସେବେଠୁ। ଯୋଗକୁ ସହଯୋଗର ହାତ ବଢ଼ାଇଲେ ଭାଇ। ଆଉ ଗତ ୧୧ ତାରିଖରେ ଭାଇର ପୁଅ ପୁତୁରା ସହ ବିଧବା ବୋହୂର ବିବାହ ଦେଇ ଏକ ନିଆରା ଉଦାହରଣ ପାଲଟିଛନ୍ତି ଅନୁଗୋଳ ଜିଲା ତାଳଚେର ବ୍ଲକ ଗୋବରା ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତିମା ବେହେରା।
ପ୍ରତିମାଙ୍କ କହିବା ଅନୁଯାୟୀ, ଗତ ଫେବୃୟାରୀରେ ସେ ପୁଅ ରଶ୍ମିରଞ୍ଜନଙ୍କୁ ତୁରଙ୍ଗ ଗ୍ରାମର ଲିଲି ବେହେରାଙ୍କ ସହ ବିବାହ କରାଇଥିଲେ। ବୋହୂ ନୁହେଁ ଝିଅଟିଏ ଘରକୁ ଆସିଲା ବୋଲି ସେ ଭାବିନେଇଥିଲେ। ବୋହୂ ଲିଲି ମଧ୍ୟ ତାଙ୍କୁ ମା’ ପରି ମାନୁଥିଲେ। ହେଲେ ଜୁଲାଇ ୨୩ ରାତିରେ ଭରତପୁର ଖଣିରେ ପୁଅ ରଶ୍ମିରଞ୍ଜନ କାମ କରୁଥିବା ବେଳେ କୋଇଲା ଅତଡ଼ା ତଳେ ଚାପି ହୋଇଯାଇଥିଲେ। ଖଣିରୁ ପୁଅର ମୃତଦେହ ଉଦ୍ଧାର ପରେ ସେ ହତବାକ ହୋଇଯାଇଥିଲେ। ବିବାହର ମାତ୍ର ୫ ମାସ ପରେ ପୁଅର ଏପରି ମୃତ୍ୟୁ ଓ ଝିଅ ପରି ଚଳୁଥିବା ବୋହୂର ବିଧବା ମୁହଁ ତାଙ୍କୁ ଯେମିତି ଅଥୟ କରିଦେଇଥିଲା। ବୋହୂ କିପରି ପୁଣି ଘରସଂସାର କରନ୍ତା ତାହାକୁ ନେଇ ସେ ଦିନରାତି ଚିନ୍ତାରେ ପଡ଼ିଥିଲେ। ଶେଷରେ ନିଜ ମନ କଥା ଲିଲିଙ୍କୁ କହିଥିଲେ। ମାତ୍ର ଦେଢ଼ମାସ ତଳେ ସ୍ବାମୀଙ୍କୁ ହରାଇଥିବା ଲିଲି ଶାଶୁଙ୍କ ଏପରି କଥାକୁ ଗ୍ରହଣ କରିପାରି ନ ଥିଲେ। ଝିଅ ହୋଇ ତାଙ୍କ ପାଖରେ ସବୁଦିନ ରହିବାକୁ ନିଷ୍ପତ୍ତି କରିଥିବା ଜଣାଇ ଦେଇଥିଲେ। ବୋହୂଠାରୁ ନାସ୍ତିବାଣୀ ଶୁଣି ବି ସେ ଚୁପ୍‌ ହୋଇ ବସି ନ ଥିଲେ। ଅନୁଗୋଳ ହେମସୁରପଡାଠାରେ ରହୁଥିବା ଭାଇ ପ୍ରାଣବନ୍ଧୁ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ପୁତୁରା ସଂଗ୍ରାମଙ୍କ ସହ ବୋହୂର ବିବାହ କଲେ କେମିତି ହୁଅନ୍ତା ବୋଲି ଭାଇଙ୍କୁ ପଚାରିଥିଲେ। ଭଉଣୀ ପ୍ରତିମାଙ୍କ ଏପରି ପ୍ରସ୍ତାବ ପ୍ରାଣବନ୍ଧୁଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଶେଷରେ ବୋହୂ ଲିଲି ମୁହଁରେ ହସ ଫୁଟାଇବାକୁ ଦୁଇ ପରିବାର ଏପରି ଏକ ନିଆରା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ କଥାରେ ସହମତ ହେବା ପରେ ଗତ ୧୧ ତାରିଖରେ ଅନୁଗୋଳ ରାଜକିଶୋରପଡା ଜଗନ୍ନାଥ ମନ୍ଦିରରେ ସଂଗ୍ରାମ ଓ ଲିଲିଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ କାର୍ଯ୍ୟରେ ଉଭୟ ପରିବାର, ବନ୍ଧୁବାନ୍ଧବ ଓ ଲିଲିଙ୍କ ବାପଘର ଲୋକ ମଧ୍ୟ ଉପସ୍ଥିତ ଥିବା ପ୍ରତିମା କହିଛନ୍ତି। ବୋହୂ ଲିଲି ହାତରେ ପୁଣି ଶଙ୍ଖା ଓ ମଥାରେ ସିନ୍ଦୂର ଦେଖି ସେ ଅତି ଆନନ୍ଦିତ। ବାପଘର ପକ୍ଷରୁ ଯେଭଳି ଝିଅକୁ ବିଦାୟ ଦିଆଯାଏ, ଠିକ୍‌ ସେଭଳି ସେ ଲିଲିଙ୍କୁ ଭାଇ ଘରକୁ ପଠାଇବେ ବୋଲି ପ୍ରତିମା ପ୍ରକାଶ କରିଛନ୍ତି। ଶାଶୁ ହୋଇ ବି ବୋହୂ ପ୍ରତି ପ୍ରତିମାଙ୍କ ଏପରି ସ୍ନେହ, ଶ୍ରଦ୍ଧା ଓ କର୍ତ୍ତବ୍ୟପରାୟଣତା ଏବେ ଅନୁଗୋଳ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


All Right Reserved By Dharitri.Com

ଛେଣ୍ଡିପଦା ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୯।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରକଳ୍ପ ଗୁଡିକୁ ଶୁକ୍ରବାର ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟ୍‌ନ କରିଛନ୍ତି। ‘ଆମ ଗାଁ ଆମ...

ଅନୁଗୋଳ ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ଅନୁଗୋଳ ଅଫିସ,୧୪।୧୨: ଅନୁଗୋଳ ଗସ୍ତରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ। ଏହି ଅବସରରେ ସେ ଅନୁଗୋଳ ସର୍କିଟ...

ଧୁମ୍‌ଧାମ୍‌ରେ ପାଳନ ହେଲା ନୂତନବର୍ଷ: ସକାଳେ ଦିଅଁ ଦର୍ଶନ, ସନ୍ଧ୍ୟାରେ ପାର୍କରେ ଭିଡ଼

ଅନୁଗୋଳ ଅଫିସ, ୨ା୧ – ନୂଆ ଉତ୍ସାହ। ନୂଆ ଉଦ୍ଦୀପନା। ପ୍ରିୟଜନଠାରୁ ଆରମ୍ଭ କରି ବନ୍ଧୁ, ସମ୍ପର୍କୀୟଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ସଭିଏଁ। ନିଆରା ଢଙ୍ଗରେ...

ଧଣ୍ଡାତୋପାରେ ଥମୁନି ହାତୀ ଉପଦ୍ରବ

ବଇଣ୍ଡା,୧୯।୧୦(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲୁ ଗ୍ରାମାଭିମୁଖୀ ହୋଇ ବ୍ୟାପକ...

ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ପାଲଲହଡ଼ା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ସିବିଡ଼ା ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳ କାଠ ଚାଲାଣ ବେଳେ ବନ ବିଭାଗର ଏକ ଟିମ୍‌ ଚଢ଼ାଉ କରି...

ରାସ୍ତାରେ ଯୁବତୀଙ୍କୁ ପ୍ରେମ ନିବେଦନ ମହଙ୍ଗା ପଡ଼ିଲା, ଗ୍ରାମବାସୀ ଧରି ନିର୍ଧୁମ ଛେଚିଲେ

ଛେଣ୍ଡିପଦା,୨୬।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକ ଯୁବକ ରାସ୍ତାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଛନ୍ତି। ସୂଚନାନୁଯାୟୀ,...

ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ...

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବଇଣ୍ଡା, ୨୦ା୯(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ପାଗବନ୍ଧା ନିକଟରେ ଶୁକ୍ରବାର ସକାଳେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ...

Leave a comment

Your email address will not be published. Required fields are marked *