ଏମ୍‌ସିସି ସେଣ୍ଟର ଦେଖିଲେ ଯୁଗ୍ମ ସଚିବ: ଆହାର କେନ୍ଦ୍ର ପରିମଳ ଅବ୍ୟବସ୍ଥା ଦେଖି ଖପ୍ପା

ଅନୁଗୋଳ ଅଫିସ, ୧୪।୯ – ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଶୁକ୍ରବାର ଅନୁଗୋଳ ଗସ୍ତରେ ଆସି ସହରର ପରିମଳ ବ୍ୟବସ୍ଥା ଅନୁଧ୍ୟାନ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ପୌରପାଳିକାର ୱାର୍ଡ ଅଫିସର, କର୍ମଚାରୀଙ୍କୁ ନେଇ ବୈଠକ କରିବା ସହିତ ସ୍ବଚ୍ଛ ସାଥୀଙ୍କୁ ଉତ୍ସାହିତ କରିଛନ୍ତି। ତେବେ ସହର ସଫେଇ ଓ ବସ୍‌ଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ର ପରିଦର୍ଶନ ବେଳେ ପରିମଳ ଅବ୍ୟବସ୍ଥା ଦେଖି ଯୁଗ୍ମ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ। ଏଣିକି ସଫେଇ କର୍ମଚାରୀ ପରିବର୍ତ୍ତେ ପରିମଳ କର୍ମଚାରୀ ବୋଲି ଡାକିବାକୁ ସଚିବ ମହାପାତ୍ର ପରାମର୍ଶ ଦେଇଥିଲେ।
ବସ୍‌ଷ୍ଟାଣ୍ଡ ଆହର କେନ୍ଦ୍ର ପରିଦର୍ଶନ ପାଇଁ ପହଞ୍ଚିଥିବା ଯୁଗ୍ମ ଶାସନ ସଚିବ ପରିମଳ ବ୍ୟବସ୍ଥା ଠିକ୍‌ ନ ଥିବାରୁ କେନ୍ଦ୍ର ଡିଲିଂ ଆସିଷ୍ଟାଣ୍ଟ ଓ ପୌର ଅଧିକାରୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କ ଖାଦ୍ୟପେୟ ସ୍ଥାନ କାହିଁକି ସଫା ସୁତରା ନାହିଁ ତାହାକୁ ନେଇ ପ୍ରଶ୍ନ କରିଥିଲେ। ତେବେ ଖାଦ୍ୟର ମାନ ମାପିବାକୁ ଯାଇଥିଲେ ହେଁ ଖାଦ୍ୟ ଶେଷ ହୋଇଯାଇଥିବାରୁ ତାହା ପରଖି ପାରି ନ ଥିଲେ। ପୌର କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କନିଷ୍ଠ କିରାଣି ଓ ବରିଷ୍ଠ କିରାଣିଙ୍କୁ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡାକି କେଉଁ କର୍ମଚାରୀ କେବେଠାରୁ ଏଠାରେ ରହିଲେଣି ସେ ନେଇ ପ୍ରଶ୍ନ କରିଥିଲେ। ପରିମଳ ବ୍ୟବସ୍ଥା ଠିକ୍‌ ହେଉ ନ ଥିବାରୁ କର୍ମଚାରୀଙ୍କୁ ତାଗିଦ କରିଥିଲେ। ପରେ ସ୍ବଚ୍ଛ ସାଥୀ ଓ ୱାର୍ଡ ଅଫିସରଙ୍କ ସହ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ। ୱାର୍ଡର ପରିମଳ ବ୍ୟବସ୍ଥା ସୁଧାର ଆଣିଲେ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ। ସହରର ୩ଟି ସ୍ଥାନ ୧୪ ନମ୍ବର ୱାର୍ଡ ମତ୍ସ୍ୟ ସମ୍ପଦ ବିଭାଗ କାର୍ଯ୍ୟାଳୟ ପଛ ପାଖ, ୩ ନମ୍ବର ୱାର୍ଡ ହେମସୁରପଡ଼ା ଦୁର୍ଗାମଣ୍ଡପ ପାଖ, ୮ ନମ୍ବର ୱାର୍ଡ ହୁଲୁରିସିଂହା କମ୍ୟୁନିଟି ସେଣ୍ଟର ପାଖରେ ହୋଇଥିବା ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପରିଦର୍ଶନ କରିଥିଲେ। ପରେ ଡିଆରଡିଏ୍‌ କକ୍ଷରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଅନୁଗୋଳରେ ପ୍ରତି ଘରେ ପାଣି ପହଞ୍ଚୁଛି କି ନାହିଁ, ପିଏଚ୍‌ଡି ସହଯୋଗ ସମ୍ପର୍କରେ ଯୁଗ୍ମ ଶାସନ ସଚିବ ପଚାରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କ ସହ ପାନୀୟ ଜଳ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି, ତାଳଚେର ପୌର ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା, ଆଠମଲ୍ଲିକ ଏନ୍‌ଏସି ନିର୍ବାହୀ ଅଧିକାରୀ ରବିନ କୁମାର ଦାସ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସୁବ୍ରତ କୁମାର ବେହେରା, ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର ପ୍ରମୁଖ ଯୁଗ୍ମ ସଚିବଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନରେ ଯାଇଥିଲେ।


All Right Reserved By Dharitri.Com

ଭରତପୁର ଖଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ତାଳଚେର, ୬ା୮(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବେଳେ ସୋମବାର ଏକ ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର...

ଶିଶୁର ବିକାଶ ପାଇଁ ଉଦ୍ୟମ ଆବଶ୍ୟକ

ଅନୁଗୋଳ ଅଫିସ, ୧୮।୧୨-ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ୧୯୭୯ରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଶିଶୁ ଉତ୍ସବ ପାଳନ କରାଯାଉଛି।...

ଫସଲ ବଞ୍ଚାଇବାକୁ ଜୀବନ ବାଜି: ମଞ୍ଚାରେ ବିତୁଛି ମାସ ପରେ ମାସ

ବନ୍ତଳା, ୧୪।୧୨ (ଦିନେଶ ଦେହୁରୀ) – ପରିବାର ପ୍ରତିପୋଷଣ ପାଇଁ ସେମିତି କିଛି ଆୟ ନାହିଁ। ଯେଉଁ ଅଳ୍ପ କିଛି ଜମି ଅଛି ସେଥିରେ ଦିନରାତି...

ସହର ଅଳିଆକୁ ନେଇ ତୁଟୁନି ବିବାଦ: ଆବର୍ଜନା ଗାଡ଼ି ଅଟକାଇଲେ ଲୋକେ

ଅନୁଗୋଳ ଅଫିସ, ୨୦।୯-ଅନୁଗୋଳ ପୌରପାଳିକାର ଅଳିଆ ବିବାଦ ଥମିବାର ନା ଧରୁନି। ଯୁଆଡ଼େ ଅଳିଆ ନେଇ ଗଲେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ...

ଉଦ୍‌ଘାଟନକୁ ୧୫ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହୋଇପାରିନି ଉପଖଣ୍ଡ ଷ୍ଟାଡିୟମ

ତାଳଚେର,୧୧ା୮(ନି.ପ୍ର.) – କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବହୁ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ହେଲେ ତାଳଚେର ରାଜବାଟୀ ନିକଟରେ ୨୦୦୪ରୁ...

ଅନୁଗୋଳରେ ଯୋଗଦେଲେ ନୂତନ ଆର୍‌ଟିଓ

ଅନୁଗୋଳ ଅଫିସ, ୭।୧୨ – ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଭାବେ ଜିତେନ୍ଦ୍ର କୁମାର ଭୋଇ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ କେନ୍ଦୁଝରରେ...

୨ ନାବାଳିକାଙ୍କୁ ଅପହରଣ ଘଟଣା:୫ କୋର୍ଟଚାଲାଣ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ୧୭ ବର୍ଷିୟା ୨ ଜଣ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପୋଲିସ ରବିବାର ୫ ଜଣଙ୍କୁ ଗିରଫ...

ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଓଡ଼ିଶାକୁ ୨୦ ପଦକ

ବଅଁରପାଳ, ୨୭।୭(ଡି.ଏନ.ଏ.) – ଚଳିତ ମାସ ୧୮ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ହରିୟାଣାର ରୋହତକ ସ୍ଥିତ ଏମ୍‌ଡିୟୁ ବିଶ୍ୱ ବିଦ୍ୟାଳୟରେ ସିନିୟର ରାଷ୍ଟ୍ରୀୟ କିକ୍‌...

Leave a comment

Your email address will not be published. Required fields are marked *