ରାସ୍ତାକୁ ନେଇ ବିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୧୪ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତାକୁ ନେଇ ବିବାଦ ସୃଷ୍ଟି ହେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପିପଳସାହି ବାସିନ୍ଦା ଧ୍ୱଜ ବେହେରାଙ୍କ ପୈତୃକ ସମ୍ପତି ୩ ଏକର ଜାଗା ରହିଛି । ଏହି ଜାଗାକୁ ଲାଗି ଏକ ସରକାରୀ ଜାଗା ମଧ୍ୟ ରହିଛି । ଏହା ଅପରିସ୍କାର ଓ ଲଟାବୁଦା ଭର୍ତ୍ତି ହୋଇ ରହିଥିବାରୁ ବେଣାକେରା ଗଁ। ଲୋକେ ସେଠାରେ ମଳତ୍ୟାଗ କରୁଥିଲେ। ମାସେ ତଳେ ଉକ୍ତ ସରକାରୀ ଜାଗାକୁ ସଫା କରି ସେଠାରେ ଗଛ ଲଗାଇବାକୁ ଧ୍ୱଜ ବେହେରା ଉଦ୍ୟମ କରିଥିଲେ। ମାତ୍ର ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ଗଁ। ର ପିଲାମାନେ ଏଠାରେ ଖେଳକୁଦ କରୁଥିବା କହିଥିଲେ। ପରେ ଉଭୟ ଧ୍ୱଜ ବେହେରା ଓ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଆର୍‌ଆଇଙ୍କୁ ପଠାଇ ସରକାରୀ ଜାଗା ଓ ଧ୍ୱଜ ବେହେରାଙ୍କ ଜାଗା ଚିହ୍ନଟ କରିଥିଲେ। ପରେ ଧ୍ୱଜ ନିଜ ଜାଗାକୁ ବାଡ ଘେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଧ୍ୱଜଙ୍କ ଚିହ୍ନଟ ଜାଗା ଦେଇ ଏକ ରାସ୍ତା ରହିଛି ଏବଂ ଉକ୍ତ ରାସ୍ତାଦେଇ ଜାଗାର ମାଲିକ ଧ୍ୱଜ ବେହେରାଙ୍କ ପରିବାର ସମେତ ଗ୍ରାମବାସୀ ଯାତାୟତ କରନ୍ତି। ଯେହେତୁ ଉକ୍ତ ରାସ୍ତା ଧ୍ୱଜ ବେହେରାଙ୍କ ପଟ୍ଟା ଜମି ତେଣୁ ସେ ତାହାକୁ ମଧ୍ୟ ବାଡ ପକାଇବାକୁ ଉଦ୍ୟମ କରିବାରୁ ବିବାଦ ଉପୁଜିଥିଲା। ଉକ୍ତ ରାସ୍ତା ଗ୍ରାମକୁ ଯିବାର ଏକମାତ୍ର ରାସ୍ତା ଓ ଦୀର୍ଘଦିନ ଧରି ଗ୍ରାମବାସୀ ସେହି ରାସ୍ତା ଦେଇ ଯାତାୟତ କରୁଥିବାରୁ ଏହି ରାସ୍ତା ଅବରୋଧକୁ ଗ୍ରାମବାସୀ ବିରୋଧ କରିଥିଲେ। ପାଟିତୁଣ୍ଡ ସହ ଧ୍ୱଜ ବେହେରାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀ ମାଡମାରିଥିବା ନେଇ ନଂ.୭୧/୧୯ରେ ଫୁଲବାଣୀ ସଦର ଥାନାରେ ମାମଲା ହୋଇଛି। ବହୁ ସଂଖ୍ୟାରେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳ ବୀରେନ୍ଦ୍ର କୁମାର ଦାସ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ରାସ୍ତା ଅବରୋଧ ହଟାଇବାକୁ ପ୍ରତିଶ୍ରୁତି ଦେବାପରେ ଲୋକେ ଫେରିଥିଲେ। ଅନ୍ୟପକ୍ଷରେ ଧ୍ୱଜ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଉକ୍ତ ରାସ୍ତା ତାଙ୍କ ପଟା ଜମିରେ ରହିଛି ଓ ସେ ନିଜେ ଏହି ରାସ୍ତାକୁ ତାଙ୍କ ଘରୋଇ ବ୍ୟବହାର ପାଇଁ ନିର୍ମାଣ କରିଥିଲେ। ପୂର୍ବରୁ ଗ୍ରାମବାସୀଙ୍କୁ ସେହି ରାସ୍ତା ବ୍ୟବହାର କରିବାକୁ ପ୍ରତିବନ୍ଧକ କରୁନ ଥିଲି। ଏପରିକି ତାଙ୍କ ଜାଗାରେ ହୋଇଥିବା ମଣ୍ଡପ, କୂଅକୁ ସେ ଗ୍ରାମବାସୀଙ୍କ ପାଇଁ ଛାଡି ଦେଇଥିଲେ। ତେବେ ତାଙ୍କ ପରିବାରର ଆବଶ୍ୟକତା ପାଇଁ ଏବଂ ଏବେ ଉପୁଜିଥିବା ସମସ୍ୟା ପାଇଁ ସେ ତହସିଲଦାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପଟ୍ଟା ଜାଗାକୁ ପୋଲିସ ଉପସ୍ଥିତରେ ବାଡ ପକାଇଛନ୍ତି ବୋଲି କହିଥିଲେ। ଏନେଇ ଉପଜିଲାପାଳ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ଜାଗାର ପଟ୍ଟା ଧ୍ୱଜ ବେହେରାଙ୍କ ନାମରେ ଥିଲେ ମଧ୍ୟ ଯେହେତୁ ରେକର୍ଡରେ ଉକ୍ତ ଜାଗା ରାସ୍ତା ଭାବେ ରହିଛି ଓ ଦୀର୍ଘବର୍ଷ ଧରି ଗ୍ରାମବାସୀ ସେହି ରାସ୍ତା ବ୍ୟବହାର କରି ଆସୁଛନ୍ତି ଏବଂ ଆଉ କୌଣସି ବିକଳ୍ପ ରାସ୍ତା ନାହିଁ ତେଣୁ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ ା ତେଣୁ ସେ ତହସିଲଦାରଙ୍କୁ ଉକ୍ତ ରାସ୍ତା ଅବରୋଧ ହଟାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


All Right Reserved By

ବର୍ଷାରେ ଧୋଇଗଲା ପାଙ୍ଗାଲପଦର ରାସ୍ତା : ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କୋଟଗଡ଼,୧୮ା୮(ଡି.ଏନ.ଏ.)-କୋଟଗଡ ବ୍ଲକ ସଦର ମହକୁମାଠାରୁ ସାରତୁଲ ପଞ୍ଚାୟତ ପାଙ୍ଗାଲପଦର ଗାଁ ୧୨ କି.ମି ଦୂର। ଗତ ଲଗାଣ ବର୍ଷାରେ ଗାଁକୁ ଯାଇଥିବା ରାସ୍ତା ଧୋଇଯିବା ସହ...

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା ତଦନ୍ତ ଭାର ନେଲେ ଡିଏସ୍‌ପି

ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ...

ଆମ୍ବୁଲାନ୍ସ ଗଲାନି, ବୁହାହେଲେ ଗର୍ଭବତୀ

ଫୁଲବାଣୀ ଅଫିସ, ୧୫ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତା ଅବରୋଧକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜସ୍ବ ସ୍ଥାନରେ ରାସ୍ତା...

ପୋକରା ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା: ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୧୩ା୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ସାଧାରଣ ବଣ୍ଟନ ଟଙ୍କିକିଆ ଚାଉଳ ପୋକରା ଥିବା ଅଭିଯୋଗ ହୋଇଛି। ଅତି ନିମ୍ନମାନର...

ମାଓବାଦୀଙ୍କ ଶହୀଦ ସପ୍ତାହ : ଲାଗିଲା ମାଓ ପୋଷ୍ଟର, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୩୧।୭(ଡି.ଏନ.ଏ): ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ ଅର୍ଥାତ ବୁଧବାର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅନ୍ତର୍ଗତ ସିମନବାଡ଼ିର ଏକ ଦୋକାନ ସମ୍ମୁଖରେ ମାଓ ପୋଷ୍ଟର ଦେଖିବାକୁ...

ଚାଉଳ, ଭତ୍ତା ପାଇଁ ପାହାଡ଼ ଚଢି ଯାଉଛନ୍ତି ଗ୍ରାମବାସୀ

ଫିରିଙ୍ଗିଆ,୨୫ା୮-ଫିରିଙ୍ଗିଆ ବ୍ଲକ ଭୁଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଓ ମହଲିଙ୍ଗିଆ ଗ୍ରାମକୁ ରାସ୍ତା ନାହିଁ। ପଞ୍ଚାୟତ ସଦର ମହକୁମା ଠାରୁ ଏହି ୨ଗ୍ରାମ ପ୍ରାୟ ୬ କିମି...

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧ...

ସ୍କୁଲ ବନ୍ଦ କରିଦେଲେ, ପାଠ ଛାଡ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୧୮ା୯ -ବଣ ପାହାଡଘେରା କନ୍ଧମାଳ ଜିଲାର ଅନେକ ସ୍ଥାନକୁ ଏବେ ବି ଯାତାୟାତ ସୁବିଧା ନାହିଁ। ରାସ୍ତା ଘାଟ ଅଭାବରୁ ସର୍ବଦା ଶିକ୍ଷା,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *