ପୂର୍ବ ଶତ୍ରୁତାରୁ ଛୁରାମାଡ, ଅଭିଯୁକ୍ତ ଗିରଫ

କୋଦଳା,୧୪ା୯(ଡି.ଏନ.ଏ.): କୋଦଳା ଥାନା ଫାସି ପଞ୍ଚାୟତର ମେଦିନୀପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୨୩୫/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରିଥିବା ଥାନାଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି। ସେ ହେଲେ ମିଥୁନ ମଣ୍ଡଳ। ଘଟଣାରେ ବ୍ୟବହୃତ ଛୁରୀକୁ ଜବତ ହୋଇଛି। ଏତଲା ପ୍ରକାରେ, ମେଦିନୀପୁରର ସୀମାଞ୍ଚଳ ମିଶ୍ର (୫୬) ଓ ମିଥୁନଙ୍କ ମଧ୍ୟରେ ଜମିବାଡ଼ିିକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ବୁଧବାର ସକାଳୁ ମିଥୁନଙ୍କ ମା’ ଘର ଝାଡୁ କରି ସୀମାଞ୍ଚଳଙ୍କ ଘର ଆଗରେ ଅଳିଆ ପକାଇବାପରେ ସୀମାଞ୍ଚଳ ଏହାର ପ୍ରତିବାଦ କରିଥିଲେ। କିଛି ସମୟ ପରେ ଉଭୟେ ଘରକୁ ଫେରିଯାଇଥିଲେ। ରାତି ୮ଟାରେ ସୀମାଞ୍ଚଳ ଘରେ ଥିବା ସମୟରେ ମିଥୁନ ତାଙ୍କୁ ଡାକିଆଣି ବାହାରେ ଏକ ଛୁରୀରେ ପେଟକୁ ଭୂଶି ଦେଇଥିଲେ। ସୀମାଞ୍ଚଳ କୌଶଳକ୍ରମେ ସେଠାରୁ ଖସିଯାଇ ଜଣଙ୍କ ଘରେ ପଶି ଯାଇଥିଲେ। ଏ ନେଇ ଗୁରୁବାର ସୀମାଞ୍ଚଳଙ୍କ ପରିବାର କୋଦଳା ଥାନାରେ ଏତଲା ଦେଇଥିଲେ।


All Right Reserved By Dharitri.Com

ଅଟୋ ଓଲଟି ୬ ଶ୍ରମିକ ଆହତ

ହିଞ୍ଜିଳିକାଟୁ,୨୪ା୯(ଡି.ଏନ୍‌.ଏ.) -ହିଞ୍ଜିଳି ଥାନା ପୋଚିଲିମା ଛକରେ ସୋମବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ଡ଼ାଲା ଅଟୋ ଓଲଟି ପଡ଼ିବାରୁ ଏଥିରେ ଥିବା ୬ ଜଣ ମହିଳା...

ମନ୍ଦିରରୁ ଚୋରି: ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତି ଉଦ୍ଧାର, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମସ୍ଥିତ କପିଳେଶ୍ୱରଙ୍କ ମନ୍ଦିରରୁ ଶନିବାର ସନ୍ଧ୍ୟାରେ ୧ଫୁଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିଥିବା ଅଭିଯୁକ୍ତ ରବିବାର...

ଦାରିଙ୍ଗବାଡିରେ ୪୯ ମି.ମି. ବର୍ଷା: ୩୫କୁ ଖସିଲା ପାରଦ

ଦାରିଙ୍ଗବାଡି,୨୯।୫(ଡି.ଏନ୍‌.ଏ.)- ଦାରିଙ୍ଗବାଡ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ପବନ ସହ ବର୍ଷା ହୋଇଛି। ୪୯ ମି.ମି. ବର୍ଷା ହୋଇଥିବା ବ୍ଲକ ପ୍ରଶାସନ...

ଆଶାକର୍ମୀ ସଂଘର ଧାରଣା

ଛତ୍ରପୁର,୯ା୧୧(ଡି.ଏନ.ଏ)-ରାଜ୍ୟ ଆଶା ଓ ଆଶାସାଥୀ ସଂଘର ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା...

ଜଳଛତ୍ରରୁ ପାଣି ପିଉନାହାନ୍ତି ଲୋକେ

ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଏନଏସିର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଲୋକେ ଏହି ପାଣି ପିଇବାକୁ ଅମଙ୍ଗ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଜଳଛତ୍ର...

ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୧୮।୪(ଡି.ଏନ.ଏ): ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳରେ ବୁଧବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଉକ୍ତ ଗଁ।ର ସଦାଶିବ ପ୍ରଧାନଙ୍କ (୨୪) ମୃତ୍ୟୁ...

ଏକ ତରଫା ପ୍ରେମରେ ବିଫଳ: ମହିଳାଙ୍କୁ ପିସ୍ତଲ ଦେଖାଇ ଧମକ, ୨ ଅଟକ

ବ୍ରହ୍ମପୁର ଅଫିସ,୧୨ା୮-ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ...

ବିବାହ ପୂର୍ବରୁ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି। ବିବାହ ପୂର୍ବରୁ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ...

Leave a comment

Your email address will not be published. Required fields are marked *