Posted inଖେଳ

ଦୂତୀଙ୍କ ପାଇଁ ମୁଁ ଗର୍ବିତ: ଡିଜେନେରେସ

ନୂଆଦିଲ୍ଲୀ,୨୨।୫- ଦୂତୀ ଚାନ୍ଦଙ୍କ ସପକ୍ଷରେ ବାହାରିଛନ୍ତି ଆଉ ଜଣେ ବିଶ୍ୱସ୍ତରୀୟ ତାରକା। ସେ ହେଉଛନ୍ତି ହଲିଉଡ ଲୋକପ୍ରିୟ କମେଡିଆନ ତଥା ଜଣାଶୁଣା ଟକ୍‌ ଶୋ’ ଉପସ୍ଥାପିକା ଏଲେନ ଡିଜେନେରେସ। ଦୂତୀଙ୍କୁ ନେଇ ମୁଁ ଗର୍ବିତ ବୋଲି ସେ ଟୁଇଟ୍‌ କରିଛନ୍ତି। ଭାରତର ପ୍ରଥମ ଆଥ୍‌ଲେଟ ଭାବେ ନିଜକୁ ସମଲିଙ୍ଗୀ ବୋଲି ସ୍ବୀକାର କରିବା ସହ ସେ ଘାଷଣା କରି ସାହସିକତାର ପରିଚୟ ଦେଇଛନ୍ତି। ଏହି ଟ୍ରାକ୍‌ ଚାମ୍ପିୟନଙ୍କ ପ୍ରତି ମୋର ସମ୍ମାନ ବଢ଼ିଛି ବୋଲି ଡିଜେନେରେସ କହିଛନ୍ତି।
ଉଲ୍ଲେଖଥାଉ କି, ଦୁଇ ଦଶନ୍ଧି ତଳେ ଜେନେରେସ୍‌ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରି ସମସ୍ତଙ୍କ ନଜରକୁ ଆସିଥିଲେ। ଭାରତୀୟ ପରମ୍ପରା ଓ ସମାଜ ରକ୍ଷଣଶୀଳ ହୋଇଥିବା ବେଳେ ସମଲିଙ୍ଗୀ ପୁରୁଷ ଓ ମହିଳାଙ୍କୁ ସହଜରେ ଗ୍ରହଣ କରାଯାଇ ନ ଥାଏ ଓ ଏମାନଙ୍କୁ ଭିନ୍ନ ନଜରରେ ଦେଖାଯାଇଥାଏ। ଏହା ସତ୍ତ୍ୱେ ସେ ସାହସିକତାର ପରିଚୟ ଦେଇଛନ୍ତି। ସେ ପ୍ରଶଂସାର ପାତ୍ର। କେବଳ ଟ୍ରାକ୍‌ରେ ନୁହଁ, ଦୂତୀ ବ୍ୟକ୍ତିଗତ ଜୀବନରେ ମଧ୍ୟ ଜଣେ ଚାମ୍ପିୟନ ବୋଲି ସେ କହିଛନ୍ତି। ଡିଜେନେରେସ ଏବେ ତାଙ୍କ ସେଲିବ୍ରିଟି କମେଡି ଶୋ’ ‘ଦି ଏଲେନ ଶୋ’ର ୧୬ଶ ସଂସ୍କରଣର ଉପସ୍ଥାପନା କରୁଛନ୍ତି।


All Right Reserved By Dharitri.Com

Posted inଖେଳ View All

ବିଜୟ ହଜାରେ ଟ୍ରଫି: କର୍ନାଟକ-ତାମିଲନାଡ଼ୁ ଫାଇନାଲ

ବେଙ୍ଗାଲୁରୁ, ୨୩।୧୦ (ପି.ଟି.):  କର୍ନାଟକ ଓ ତାମିଲନାଡ଼ୁ ମଧ୍ୟରେ ବିଜୟ ହଜାରେ ଟ୍ରଫି ଅଷ୍ଟାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବୁଧବାର ଖେଳାଯାଇଥିବା ଉଭୟ ସେମିଫାଇନାଲରେ...

ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଶ୍ରୀ ଅରବିନ୍ଦ, ସୈନିକ ସ୍କୁଲ ସେମିରେ

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ଶ୍ରୀ ଅରବିନ୍ଦ...

ଅଶ୍ୱାରୋହୀ ମିର୍ଜାଙ୍କୁ ଐତିହାସିକ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୨୪।୧୧- ଅଶ୍ୱ ଚାଳନାରେ ଦୁଇଥର ଏସୀୟ ପଦକ ବିଜେତା ଫଓ୍ବାଦ ମିର୍ଜା ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଦୀର୍ଘ ୨୦...

ଟିମ୍‌ ଇଣ୍ଡିଆର ନୂଆ ଜର୍ସି: କଂଗ୍ରେସ ସମର୍ଥକ କ୍ଷୁବ୍ଧ

ବର୍ମିଂହାମ,୨୯।୬- ଭାରତୀୟ ଦଳ ତା’ର ପରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କମଳା ରଙ୍ଗର ଜର୍ସି ପିନ୍ଧିବ। ଜର୍ସିର ନୂଆ ଲୁକ୍‌ ସାମ୍ନାକୁ ଆସିବା...

ଷ୍ଟଟଗାର୍ଟ ଓପନରୁ ଜେଭରେଭ ବିଦା

ଷ୍ଟଟଗାର୍ଟ,୧୪।୬(ଏଏଫ୍‌ପି): ବିଶ୍ୱର ୫ମ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଆଲେକ୍ସଜାଣ୍ଡାର ଜେଭରେଭ ଏଠାରେ ଚାଲିଥିବା ଷ୍ଟଟଗାର୍ଟ ଏଟିପି ଇଭେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ...

ଅଷ୍ଟ୍ରେଲିଆ ମ୍ୟାଚ୍‌ ପୂର୍ବରୁ ମିଳିଥିଲା ଏହି ଖାସ୍‌ ଉପହାର: ଭାବୁକ ହୋଇପଡିଲେ କୋହଲି

ଲଣ୍ଡନ,୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ହାଇଭୋଲ୍ଟେଜ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚ୍‌ ପୂର୍ବରୁ...

ସଇନି ଦଣ୍ଡିତ

ନୂଆଦିଲ୍ଲୀ,୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଭାରତୀୟ ପେସର ନପଦୀପ ସଇନିଙ୍କୁ ଦଣ୍ଡିତ କରାଯାଇଛି। ଆମେରିକାର ଫ୍ଲୋରିଡାଠାରେ ଖେଳାଯାଇଥିବା ପ୍ରଥମ...

ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ୫ ବର୍ଷ ଜେଲ୍‌

ଜୋହାନ୍ସବର୍ଗ, ୧୮ା୧୦ (ଏଏଫ୍‌ପି)-ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ଜଣେ ପୂର୍ବତନ ବ୍ୟାଟ୍ସମ୍ୟାନ ଗୁଲାମ ବୋଦିଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡ ହୋଇଛି। ବୋଦି ନିଜ ଦେଶ ତରଫରୁ...

Leave a comment

Your email address will not be published. Required fields are marked *