୪ବର୍ଷ ପୁରୁଣା ବିବାଦ;ସମାଧାନ ଲାଗି ଫ୍ରାନ୍ସକୁ ୭୬୦୦କୋଟି ଦେବ ଗୁଗଲ

ପ୍ୟାରିସ୍‌,୧୪-୯: ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ ଫ୍ରାନ୍ସ ସହ ଚାଲିଥିବା ଏକ ପୁରୁଣା ବିବାଦର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛି। ଏହା ଫ୍ରାନ୍ସ ସରକାରଙ୍କୁ ୯୬.୫ କୋଟି ୟୁରୋ ବା ପ୍ରାୟ ୭୬୦୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜି ହୋଇଛି। ଗତବର୍ଷ କମ୍ପାନୀ ଉପରେ ୩୪ ହଜାର କୋଟି ଟଙ୍କାର ଜରିମାନା ଲାଗିଥିଲା। ୨୦୧୧ରୁ ୨୦୧୪ ମଧ୍ୟରେ ଟିକସ ଫାଙ୍କି ସମ୍ପର୍କିତ ମାମଲାରେ କୋର୍ଟରେ ଫ୍ରାନ୍ସ ସହ କମ୍ପାନୀର ସେଟେଲମେଣ୍ଟ ପାଇଁ ସହମତି ହୋଇଛି। ପ୍ୟାରିସର କୋର୍ଟ ଅଫ୍‌ ଅପିଲ ପକ୍ଷରୁ ଗୁଗଲ୍‌କୁ ୫୦ କୋଟି ୟୁରୋ ଏବଂ ୪୬.୫ କୋଟି ୟୁରୋ ଅତିରିକ୍ତ ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ରେ ଗୁଗଲ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଥିଲା। ସେତେବେଳେ କମ୍ପାନୀ ବିରୋଧରେ ଫ୍ରାନ୍ସ ଟିକସ ଫାଙ୍କି ଅଭିଯୋଗ ଅଣାଯାଇଥିଲା। ଇତିପୂର୍ବେ ୟୁରୋପୀୟ ସଂଘ ପକ୍ଷରୁ ପ୍ରତିଯୋଗିତା ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଗଲ ଉପରେ ୧.୪୯ ବିଲିୟନ ୟୁରୋ ଅର୍ଥାତ୍‌ ୧୧୭ ବିଲିୟନ ଟଙ୍କା ଜରିମାନା ଆଦାୟ ଆଦେଶ ଦିଆଯାଇଥିଲା।


All Right Reserved By Dharitri.Com

୭୦ ହଜାର କୋଟିର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି...

ତ୍ୱରିତ ହେବ ଚେକ୍‌ କ୍ଲିୟରାନ୍ସ ଧାରା

ନୂଆଦିଲ୍ଲୀ,୭-୨: ଚେକ୍‌ କ୍ଲିୟରାନ୍ସ ଧାରାକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ପଦକ୍ଷେପ ହାତକୁ ନେଇଛି। ଏହା ପଦକ୍ଷେପ ଅନ୍ତର୍ଗତ ସେପ୍ଟେମ୍ବରରୁ ଚେକ୍‌ ଟ୍ରଙ୍କେଶନ...

କେନ୍ଦ୍ର ଖଣି ମନ୍ତ୍ରୀଙ୍କ ନାଲ୍‌କୋ ଗସ୍ତ

ଭୁବନେଶ୍ୱର,୧୦-୧୧: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଳାଦ ଯୋଶୀ ସ୍ଥାନୀୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ(ନାଲକୋ) ଭବନ ଗସ୍ତ କରିଛନ୍ତି। ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ସେ...

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ...

ବଦଳିକୁ ବିରୋଧ;ସୁଭାଷ ଗର୍ଗ ଭିଆର୍‌ଏସ୍‌ ନେବେ

ନୂଆଦିଲ୍ଲୀ,୨୬-୭: ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଧିକାରୀ ସୁଭାଷ ଚନ୍ଦ୍ର ଗର୍ଗ ବିଭାଗ ବଦଳିବାର ଦିନକ ପରେ ସ୍ବେଚ୍ଛା ଅବସର ଯୋଜନା(ଭିଆର୍‌ଏସ୍‌)ରେ ଆବେଦନ କରିଛନ୍ତି। ତାଙ୍କୁ ବୁଧବାର...

ଇଛାକୃତ ଖିଲାପକାରୀଙ୍କୁ ନେଇ ଚିନ୍ତାରେ ବ୍ୟାଙ୍କ: ୫ ବର୍ଷରେ ବଢିଛନ୍ତି ୬୦%; ୨୦୧୪-୧୫ ପରଠାରୁ ବଢୁଛି

ନୂଆଦିଲ୍ଲୀ,୨୫-୬: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୬୦% ବଢି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୫୮୨ ଛୁଇଁଛି।...

ରପ୍ତାନି କଟକଣା ସତ୍ତ୍ୱେ ଶୀଘ୍ର ଖସିବନି ପିଆଜ ଦର

ନୂଆଦିଲ୍ଲୀ,୩୦-୯ : ପିଆଜ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ରବିବାର ରପ୍ତାନି ଉପରେ ନିଷେଦ୍ଧାଦେଶ ଜାରି କରିଥିଲେ ମଧ୍ୟ ପିଆଜ...

ସେବା କ୍ଷେତ୍ରକୁ ମାନ୍ଦାବସ୍ଥା ମାଡ; ପିଏମ୍‌ଆଇ ୫୨.୪ ପଏଣ୍ଟକୁ ହ୍ରାସ

ନୂଆଦିଲ୍ଲୀ,୫।୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ମାଡି ଚାଲିଛି। ସର୍ଭିସ ସେକ୍ଟର ବା ସେବା କ୍ଷେତ୍ର ସେଥିରୁ ବାଦ...

Leave a comment

Your email address will not be published. Required fields are marked *