ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ) ର଼୍ୟାଙ୍କିଙ୍ଗ୍‌ରେ ଭାରତର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ହୋଇଥିବା ବେଳେ ଏବେ ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କରେ ଲମ୍ବ ଡିଆଁ ମାରିଛି। ୧୬୨ ଦେଶଙ୍କ ମଧ୍ୟରେ ଭାରତ ୭୯ତମ ସ୍ଥାନକୁ ଉଠି ଆସିଛି। ଗତବର୍ଷ ଏହି ସୂଚକାଙ୍କରେ ଭାରତର ସ୍ଥାନ ୯୬ ଥିଲା।
କାନାଡିଆନ ଥିଙ୍କଟ୍ୟାଙ୍କ ଫ୍ରେଜର ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଭାରତୀୟ ଥିଙ୍କଟ୍ୟାଙ୍କ କୁହାଯାଉଥିବା ସେଣ୍ଟର ଫର୍‌ ସିଭିଲ ସୋସାଇଟି ଦ୍ୱାରା ମିଳିତ ଭାବେ ଶୁକ୍ରବାର ‘ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ, ୨୦୧୯’ ଜାରି କରାଯାଇଛି। ସାରା ବିଶ୍ୱରେ ସରକାରଙ୍କ ଆକାର, ଆଇନ ବ୍ୟବସ୍ଥା ଓ ସମ୍ପତ୍ତି ଅଧିକାର, ମୁଦ୍ରାର ସୁଗମତା, ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟରେ ସ୍ବାଧୀନତା ଓ ନିୟମ ଆଦି ୫ କ୍ଷେତ୍ରକୁ ବିଚାର କରି ଏହି ର଼୍ୟାଙ୍କ ସ୍ଥିର କରାଯାଇଛି। ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କରେ ହଂକଂ ଶୀର୍ଷରେ ରହିଥିବା ବେଳେ ସିଙ୍ଗାପୁର ଦ୍ୱିତୀୟ ସ୍ଥାନରେ, ନ୍ୟୁଜିଲାଣ୍ଡ ତୃତୀୟ, ସୁଇଜରଲ୍ୟାଣ୍ଡ ଚତୁର୍ଥ ଓ ଆମେରିକା ପଞ୍ଚମ ସ୍ଥାନରେ ରହିଛି। ପ୍ରତିଷ୍ଠିତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧୭ ସ୍ଥାନ ଉପରକୁ ଉଠିଥିବା ବେଳେ ପଡୋଶୀ ଚାଇନା ତଳକୁ ଖସିଛି। ସୂଚକାଙ୍କରେ ଭୁଟାନ ୮୭, ଶ୍ରୀଲଙ୍କା ୧୦୪, ନେପାଳ ୧୧୦, ଚାଇନା ୧୧୩, ବାଂଲାଦେଶ ୧୨୩, ପାକିସ୍ତାନ ୧୩୬ ଓ ମ୍ୟାନମାର୍‌କୁ ୧୪୮ତମ ସ୍ଥାନ ମିଳିଛି। ଗତବର୍ଷ ଏହି ଦେଶଗୁଡ଼ିକ କ୍ରମଶଃ ୭୩,୧୦୬,୧୦୨,୧୦୮, ୧୨୦, ୧୩୨ଏବଂ ୧୫୧ ତମ ସ୍ଥାନରେ ରହିଥିଲା। ଅନ୍ୟ ବିକଶିତ ଦେଶଗୁଡ଼ିକ ମଧ୍ୟରେ ଜାପାନ, ଜର୍ମାନୀ, ଇଟାଲି, ଫ୍ରାନ୍ସ, ମେକ୍ସିକୋ, ରୁଷ ଓ ବ୍ରାଜିଲ ଯଥାକ୍ରମେ ୧୭,୨୦, ୪୬,୫୦, ୭୬, ୮୫ ଏବଂ ୧୨୦ ତମ ସ୍ଥାନରେ ରହିଛି।


All Right Reserved By

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। କାରଣ...

ରିଲାଏନ୍ସ ଯୋଗାଇବ ସବ୍‌ସିଡିଯୁକ୍ତ ଏଲ୍‌ପିଜି

ନୂଆଦିଲ୍ଲୀ,୧୨-୬: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦେଶରେ ରୋଷେଇ ଗ୍ୟାସ୍‌ ଅର୍ଥାତ ଏଲ୍‌ପିଜି ସିଲିଣ୍ଡର ଯୋଗାଉଛନ୍ତି। ତେବେ ଘରୋଇ କମ୍ପାନୀଙ୍କୁ ସବ୍‌ସିଡିଯୁକ୍ତ ରୋଷେଇ ଗ୍ୟାସ୍‌ ଯୋଗାଇବା ଲାଗି...

ଜେଟ୍‌ ବନ୍ଦ ହେବା ଲାଗି ସରକାର ଦାୟୀ : ସ୍ପାଇସ୍‌ଜେଟ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅଚାନକ ବନ୍ଦ ହୋଇଯିବାକୁ ନେଇ ସ୍ପାଇସ୍‌ଜେଟ୍‌ ଅଧ୍ୟକ୍ଷ ଅଜୟ ସିଂ ମୁହଁ ଖୋଲିଛନ୍ତି। ଜେଟ୍‌ ବନ୍ଦ ହୋଇଯିବା...

କୁଶଳୀ ହେବେ ୨୦ ହଜାର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ, ୧୦-୯: ଦେଶର ୨୦ ହଜାର ନିର୍ମାଣ ଶ୍ରମିକଙ୍କୁ କୁଶଳୀ କରି ଗଢି ତୋଳିବା ଲାଗି ନ୍ୟାଶନାଲ ସ୍ମିଲ ଡେଭଲପମେଣ୍ଟ କାଉନସିଲ(ଏନ୍‌ଏସ୍‌ଡିସି) ଏବଂ ରିୟଲ ଇଷ୍ଟେଟ...

ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।...

ଲୋକ ସଭାରେ ଓ୍ବେଜେସ୍‌ କୋଡ୍‌ ବିଲ୍‌ ଅନୁମୋଦିତ

ନୂଆଦିଲ୍ଲୀ,୩୧-୭: ଲୋକ ସଭାରେ ମଙ୍ଗଳବାର ଓ୍ବେଜେସ୍‌ କୋଡ୍‌ ବିଲ୍‌ ଅନୁମୋଦନ ଲାଭ କରିଛି। ଫଳରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ ସୁବିଧା ହେବ। ଏହାଛଡ଼ା...

ନୀରବ ମୋଦିଙ୍କ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି

ଲଣ୍ଡନ,୨୩-୮: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି ପାଇଛି। ଭାରତକୁ ପ୍ରତ୍ୟର୍ପଣ ନେଇ ଆଗତ ମାମଲାର...

ତନିଷ୍କର ଅହଲ୍ୟା କଲେକ୍ସନ ପ୍ରଦର୍ଶିତ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ତନିଷ୍କ ପକ୍ଷରୁ ନୂଆ ଅହଲ୍ୟା କଲେକ୍ସନ ଓଡ଼ିଶାରେ ବଜାର ପ୍ରବେଶ କରିଛି। କମ୍ପାନୀର ଏଭିପି ଏବଂ ରିଟେଲ ମୁଖ୍ୟ ଅରୁଣ ନାରାୟଣ, ଆଞ୍ଚଳିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *