ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡ଼ିଶାର ଅବଦାନ ବଢୁଛି

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡିଶାର ଅବଦାନ ଦ୍ରୁତ ଗତିରେ ବଢୁଛି। ଗୋଟିଏ ବର୍ଷରେ ଏହା ୦.୫୭%ରୁ ବୃଦ୍ଧି ଘଟି ଚଳିତ ବର୍ଷ ଜୁଲାଇ ସୁଦ୍ଧା ଏହା ୦.୮୫%ରେ ପହଞ୍ଚିଛି। ଏହି ସ୍ଥିତି କେବଳ ଓଡ଼ିଶାରେ ସୀମିତ ନ ରହି ସମଗ୍ର ପୂର୍ବାଞ୍ଚଳରେ ଉନ୍ନତ ରହିଛି। ଲୋକମାନେ ମ୍ୟୁଚୁଆଲ ଫଣ୍ଡରେ ସେମାନଙ୍କ ନିବେଶ ରାଶି ବଢାଉଥିବା ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ମୁଖ୍ୟ ମହାପ୍ରବନ୍ଧକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି।
ଶିଳ୍ପସଂଘ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିିସି) ପକ୍ଷରୁ ଚତୁର୍ଥ ରିଟେଲ ସେଭିଂ ଅପରଚୁନିଟି କନକ୍ଲେଭରେ ଅବସରରେ ସେ କହିଛନ୍ତି, ଲୋକମାନେ ନିଜ ସଞ୍ଚୟ ରାଶିକୁ ବିଭିନ୍ନ ସ୍ଥାନରେ ଜମା ରଖିଥିବା ବେଳେ ତାର ମାତ୍ର ୬% ମ୍ୟୁଚୁଆଲ୍‌ ଫଣ୍ଡରେ ରହିଛି। ଆମେରିକା ଭଳି ଦେଶରେ ପ୍ରାୟ ଶତ ପ୍ରତିଶତ ରାଶି ମ୍ୟୁଚୁଆଲ ଫଣ୍ଡରେ ଜମା ହେଉଥିବା ବେଳେ ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି। ମ୍ୟୁଚୁଆଲ ଫଣ୍ଡରେ ଘରୋଇ ସଞ୍ଚୟ ରାଶି ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଥିବା ସେ ଗୁରୁତ୍ୱାରୋପ କରିଛନ୍ତି।
ସେ କହିଛନ୍ତି ଯେ, ଲୋକମାନଙ୍କ ଘରେପଡି ରହିଥିବା ସଞ୍ଚୟ ରାଶିକୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ବିପୁଳ ସୁଯୋଗ ରହିଛି। ଦେଶ ମଧ୍ୟରେ ମୋଟ ଫାଇନାନ୍ସ ଉଦ୍ଦେଶ୍ୟରେ ଘରେ ରଖାଯାଇଥିବା ସଞ୍ଚୟ ରାଶିର ୧୬% ବୀମାରେ, ବ୍ୟାଙ୍କରେ ୩୯%, ଇକ୍ୱିଟି ବଜାରରେ ୨୪%, ଭବିଷ୍ୟନିଧିରେ ୭% ଜମା ହୋଇଛି। ବଳକା ଟଙ୍କାକୁ ଲୋକମାନେ ନଗଦ ଭାବେ ପାଖରେ ରଖୁଛନ୍ତି। ଦେଶର ମୋଟ ଜିଡିପିକୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପର ଅବଦାନ ୧୧% ରହିଛି।
ଦେଶର ମ୍ୟୁଚୁଆଲ ଫଣ୍ଡସଂସ୍ଥାଗୁଡିକର ସେବା ଯୋଗାଣ ଉପରେ ସୂଚନା ଦେଇ ସାହୁ କହିଛନ୍ତି, ବର୍ତ୍ତମାନ ମୋଟ ୪୩ ସଂସ୍ଥା ୯୦୦ରୁ ଅଧିକ ପ୍ରକାରର ସ୍କିମ୍‌ରେ ସେବା ଯୋଗାଉଛନ୍ତି। ଇକ୍ୱିଟି, ଡେଟ୍‌, ବଣ୍ଡ, ଏବଂ ଇଟିଏଫ୍‌ ବର୍ଗରେ ଏହି ସ୍କିମ୍‌ ସବୁ ରହିଛି। ଗତ ୩ ବର୍ଷରେ ଏହି ଶିଳ୍ପର ପରିଚାଳନା ସମ୍ପତ୍ତି ଦୁଇ ଗୁଣ ବଢି ୨୫ ଲକ୍ଷ କୋଟି ଟଙ୍କା ଛୁଇଁଛି। ଦେଶରେ ୨ କୋଟିରୁ ଅଧିକ ନିବେଶକ ୮ କୋଟିରୁ ଅଧିକ ଫୋଲିଓରେ ନିବେଶ କରିଥିବା ସେ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ଶକ୍ତିଧର ସିଂହ, ଆଇସିସି ଜାତୀୟ କମିଟି ସଦସ୍ୟ ସୁଧୀନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

୩ ରାଷ୍ଟ୍ରାୟତ୍ତ କମ୍ପାନୀର ଅଂଶଧନ ବିକ୍ରି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୨-୧୦: ୩ ରାଷ୍ଟ୍ରାୟତ୍ତ କମ୍ପାନୀର ଅଂଶଧନ ବିକ୍ରି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କମ୍ପାନୀଗୁଡିକ ମଧ୍ୟରେ କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ(କନ୍‌କର), ନେପ୍‌କୋ...

ପଦବୀ ଛାଡ଼ିଲେ ଅର୍ବାନ ଲ୍ୟାଡର ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୩-୧୦: ଷ୍ଟାର୍ଟଅପ୍‌ ଅର୍ବାନ ଲ୍ୟାଡରର ସହ ପ୍ରତିଷ୍ଠାତା ତଥା ପ୍ରଡକ୍ଟ ଏବଂ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରୁଥିବା ରାଜିବ ଶ୍ରୀବାସ୍ତବ ପଦବୀରୁ ଇସ୍ତଫା ଦେଇଛନ୍ତି।...

ସ୍ଥିତି ସୁଧୁରିବାକୁ ଲାଗିପାରେ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୪।୫: କରୋନା ଲଢ଼େଇ ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଫଳରେ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି। ବଜାରରେ ସ୍ଥିତି ସୁଧାର...

ନିରାପତ୍ତା କାର୍ଯ୍ୟ ଲାଗି ବାତିଲ ରହିବ ୩ ଟ୍ରେନ

ଭୁବନେଶ୍ୱର,୭-୨: ପାରାଦୀପ ରେଳ ଷ୍ଟେଶନଠାରେ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ସଂଯୋଗ ସମ୍ବନ୍ଧୀୟ ନିରାପତ୍ତା ତଥା ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ଫଳରେ କଟକ-ପାରାଦୀପ...

ପିଏନ୍‌ବିର ନୂଆ ସିଏଲ୍‌ପିସି ଶୁଭାରମ୍ଭ

ଭୁବନେଶ୍ୱର,୧୭-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ସ୍ଥାନୀୟ ଜୟଦେବ ବିହାରଠାରେ ଏକ କେନ୍ଦ୍ରୀକୃତ ଋଣ ପ୍ରୋସେସିଂ ସେଣ୍ଟର(ସିଏଲ୍‌ପିସି) ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ...

ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ...

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ...

ମାନ୍ଦା ପଡ଼ିବ ଆଇଟି କମ୍ପାନୀଙ୍କ ନିଯୁକ୍ତି

ବାଙ୍ଗାଲୋର,୨୯।୪: ଚଳିତ ବର୍ଷ ଦେଶର ଆଇଟି କମ୍ପାନୀଗୁଡ଼ିକରେ ନିଯୁକ୍ତି ଫିକା ପଡ଼ିପାରେ। ସେହିଭଳି ବରିଷ୍ଠ କର୍ମଚାରୀଙ୍କ ବେତନ ୨୦ରୁ ୨୫% ହ୍ରାସ ହୋଇ ପାରେ। ମହାମାରୀ...

Leave a comment

Your email address will not be published. Required fields are marked *