Posted inଖେଳ

ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌ ସୁରକ୍ଷା ନେଇ ସମୀକ୍ଷା ହେବ

ନୂଆଦିଲ୍ଳୀ,୧୪।୯(ପି.ଟି.)- ଭାରତ ଓ ପାକିସ୍ତାନ ମଧ୍ୟରେ ଆୟୋଜନ ହେବାକୁ ଥିବା ଡେଭିସ୍‌ କପ୍‌ ମ୍ୟାଚ୍‌ ନେଇ ଅନିଶ୍ଚିତତା ଜାରି ରହିଛି। ପୁନଃ ନିର୍ଦ୍ଧାରିତ ନଭେମ୍ବର ୨୦ କିମ୍ବା ୩୦ ତାରିଖରେ ଆୟୋଜନ ହେବାକୁ ଥିବା ଏହି ମ୍ୟାଚ୍‌ରୁ ସୁରକ୍ଷା ତଥା ନିରାପତ୍ତା ନେଇ ଆଉ ଏକ ସମୀକ୍ଷା ହେବ ବୋଲି ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) କହିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ ଓ କୂଟନୈତିକ ତିକ୍ତତା କାରଣରୁ ଶୁକ୍ରବାର ଏଆଇଟିଏ ଏ ନେଇ ସୂଚନା ଦେଇଛି।
ପୂର୍ବରୁ ଏହି ମ୍ୟାଚ୍‌ ସେପ୍ଟେମ୍ବର ୧୪-୧୫ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଗତ ମାସ ସୁରକ୍ଷା ନେଇ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ସମୀକ୍ଷା ହେବା ପରେ ଏହାକୁ ପରେ ଘୁଞ୍ଚାଇ ଦିଆଯାଇଥିଲା। ନଭେମ୍ବର ୪ରେ ସୁରକ୍ଷା ନେଇ ସାନି ସମୀକ୍ଷା କରାଯିବ। ରାଜଧାନୀ ଇସ୍‌ଲାମାବାଦ କିମ୍ବା ଅନ୍ୟ କୌଣସି ନିରପେକ୍ଷ ସ୍ଥାନରେ ଏହି ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ଏଆଇଟିଏ ତରଫରୁ କୁହାଯାଇଛି। ଇସ୍‌ଲାମାବାଦ୍‌ରେ ଡେଭିସ୍‌ କପ୍‌ ମ୍ୟାଚ୍‌ ନଭେମ୍ବର ୨୯ ଓ ୩୦ କିମ୍ବା ୩୦ ଓ ଡିସେମ୍ବର ପହିଲାରେ ଖେଳାଯିବ। ଅଗଷ୍ଟ ୨୨ ତାରିଖରେ ଏହି ମ୍ୟାଚ୍‌କୁ ଘୁଞ୍ଚାଇବାକୁ ଆଇଟିଏଫ୍‌ ନିଷ୍ପତ୍ତି ନେଇଥିଲା। ଖେଳାଳିଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଅଗ୍ରାଧିକାର ଦେବାକୁ ଆଇଟିଏଫ୍‌ ସ୍ପଷ୍ଟ କରିଛି। ଏହି ଡେଭିସ୍‌ କପ୍‌ ମ୍ୟାଚ୍‌ ପାଇଁ ଭାରତ ଏକ ପୂର୍ଣ୍ଣ କ୍ଷମତା ସମ୍ପନ୍ନ ଦଳ ଘୋଷଣା କରିଛି।


All Right Reserved By Dharitri.Com

Posted inଖେଳ View All

ତ୍ରି-ରାଷ୍ଟ୍ରୀୟ ଟି୨୦: ଆଫଗାନିସ୍ତାନକୁ ଜିତାଇଲେ ନବି

ଢାକା, ୧୫।୯- ସ୍ଥାନୀୟ ଶେର୍‌ ଇ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୨୫ ରନରେ ଘରୋଇ...

ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ...

ସିଓଏର ଘୋଷଣା ପରେ ଅଡୁଆରେ ଓସିଏ

କଟକ ଅଫିସ,୭ା୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି...

ସାକ୍ଷୀ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ, ୨୦ା୮(ପି.ଟି.)-ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡ଼ି ଚାଲିଯାଇଥିବାରୁ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ବିରୋଧରେ କାରଣ...

ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂ ହେଲେ କ୍ରୀଡ଼ାମନ୍ତ୍ରୀ

ଚଣ୍ଡିଗଡ଼, ୧୬ା୧୧- ଭାରତର ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂ ହରିୟାଣା ରାଜ୍ୟର କ୍ରୀଡ଼ାମନ୍ତ୍ରୀ ହୋଇଛନ୍ତି। ଗୁରୁବାର ସେ ରାଜ୍ୟ ପାହ୍ୟା ମନ୍ତ୍ରୀ ଭାବେ ଶପଥ...

ବୋଲ୍ଟଙ୍କୁ ପଛରେ ପକାଇଲେ ମହିଳା ଆଥ୍‌ଲେଟ

ଦୋହା,୩୦।୯: ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ ଇତିହାସରେ ସଫଳତମ ଆଥ୍‌ଲେଟ କିମ୍ବଦନ୍ତୀ ଉସେନ ବୋଲ୍ଟଙ୍କୁ ପଛରେ ପକାଇଛନ୍ତି ଆମେରିକାର ମହିଳା ଧାବକ ଏଲିସନ ଫେଲିକ୍ସ। ସେ ଚଳିତ...

କ୍ରିଷ୍ଣା ‘ଆଇଏସ୍‌ଏଲ ହିରୋ ଅଫ୍‌ ଦି ମନ୍ଥ୍‌’

ଗୁଆହାଟୀ, ୮ା୧୨ (ପି.ଟି.)- ଫିଜିର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ରୟ କ୍ରିଷ୍ଣା ‘ଆଇଏସଏଲ ହିରୋ ଅଫ୍‌ ଦି ମନ୍ଥ୍‌’ ପୁରସ୍କାର ଲାଭ କରିଛନ୍ତି। ନଭେମ୍ବର ମାସରେ...

ଶୁଟିଂ ବିଶ୍ୱକପ୍‌: ମନୁ-ସୌରଭଙ୍କୁ ସ୍ବର୍ଣ୍ଣ, ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ରିଓ ଡି ଜେନିରୋ, ୩।୯ (ପି.ଟି.)- ଏଠାରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ୍‌ରେ ଭାରତର ଷ୍ଟାର୍‌ ଶୁଟର୍‌ ମନୁ ଭାକର ଓ ସୌରଭ ଚୌଧୁରୀ ଯୋଡ଼ି ମିକ୍ସଡ୍‌...

Leave a comment

Your email address will not be published. Required fields are marked *