ପିଏନ୍‌ବି ସହ ମିଶିପାରେ ୩ ବ୍ୟାଙ୍କ

ନୂଆଦିଲ୍ଲୀ,୨୨-୫: କେନ୍ଦ୍ର ସରକାର ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକୁ ମିଶାଇ ଏକ ବଡ଼ ବ୍ୟାଙ୍କ ଗଠନ କରିବା ପ୍ରୟାସ ଜାରି ରଖିଛନ୍ତି। ଇତିମଧ୍ୟରେ ଏସ୍‌ବିଆଇ ସହ ୫ ସହାୟକ ବ୍ୟାଙ୍କ ଏବଂ ମହିଳା ବ୍ୟାଙ୍କର ମିଶ୍ରଣ ହେବା ପରେ ବ୍ୟାଙ୍କ ଅଫ୍‌ ବରୋଦା ସହ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣ ପର୍ବ ଶେଷ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଏସ୍‌ବିଆଇ ପରେ ଦେଶର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କ କୁହାଯାଉଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ୩ କ୍ଷୁଦ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି), ଆନ୍ଧ୍ରା ବ୍ୟାଙ୍କ ଏଂ ଆଲ୍ଲାହାବାଦ୍‌ ବ୍ୟାଙ୍କକୁ ମିଶାଇ ଦେବା ନେଇ ଯୋଜନା ପ୍ରସ୍ତୁତ ହେଉଛି। ଆସନ୍ତା ୩ ମାସ ମଧ୍ୟରେ ଏହି ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ, ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ନିକଟରେ କହିଥିଲେ ଯେ, ବିଶ୍ୱ ବଜାରରେ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ହେଲେ ଦେଶରେ କେତେକ ବଡ଼ ବ୍ୟାଙ୍କ ଗଠନ କରିବାକୁ ହେବ। ଏଥିପାଇଁ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକୁ ମିଶାଇ ଦିଆଯିବା ଆବଶ୍ୟକ। ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ।


All Right Reserved By Dharitri.Com

୧ ଟ୍ରିଲିୟନ ଡଲାର ଅର୍ଥନୀତି ଗଠନରେ ଯୁବପିଢିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୩୧-୮(ବ୍ୟୁରୋ): ଓଡ଼ିଶା ନିକଟ ଭବିଷ୍ୟତରେ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଦିଗରେ ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଏନ୍‌ଟିପିସିର ଚିକିତ୍ସା

ଭୁବନେଶ୍ୱର,୨୪।୫: ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି) ପକ୍ଷରୁ ଭ୍ରାମ୍ୟମାଣ ମେଡିକାଲ ମେଡିକାଲ ଚିକିତ୍ସା ଶିବିରରେ ୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଚିକିତ୍ସା କରାଯାଇଛି। ଏହି ଶିବିରଗୁଡିକ...

ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଲା ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧-୧୧: ଦେଶର ବିତ୍ତୀୟ ନିଅଣ୍ଟ ବଜେଟ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଛି। ଚଳିତ ଆର୍ଥତ୍କ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୬.୫୨...

ମାନ୍ଦାବସ୍ଥା ଦୂର ପାଇଁ ସୀତାରାମନ୍‌ଙ୍କ ଘୋଷଣା: ଋଣମେଳାରେ ସାମିଲ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଘରୋଇ ବ୍ୟାଙ୍କ,ଏନ୍‌ବିଏଫ୍‌ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ ମୁଖ୍ୟମାନଙ୍କ ସହ ବୈଠକରେ ବସି ଋଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।...

ରେପୋ ରେଟ୍‌ ହ୍ରାସ ପ୍ରଭାବ;୪୩୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୫-୧୦: ଦେଶର ଜିଡ଼ିପି ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି କମିଟି ବୈଠକରେ ପୂର୍ବାନୁମାନ କରିଛି।...

କୋଇଲା ଚାହିଦା ଏବେ କମିବନି: କୋଲ୍‌ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶରେ ବିକଳ୍ପ ଶକ୍ତି ଉତ୍ସଗୁଡିକର ଚାହିଦା ବର୍ତ୍ତମାନ ବଢୁଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ ଶକ୍ତି ଚାହିଦା ଅନେକ ବର୍ଷ ଯାଏ କମିବନି।...

ଭାରତର ଅର୍ଥନୀତି ମଜବୁତ୍‌: ଶକ୍ତିକାନ୍ତ

ମୁମ୍ବାଇ,୨୦-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଦେଶର ବାଣିଜ୍ୟ ହ୍ରାସକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ,...

ଜମ୍ମୁ-କଶ୍ମୀରରେ ହେବ ନିଯୁକ୍ତି ବର୍ଷା;ସରକାରଙ୍କୁ ସମର୍ଥନ ଜଣାଇଲା ସିଆଇଆଇ

ନୂଆଦିଲ୍ଲୀ,୧୦-୮: ଦେଶର ଉଦ୍ୟୋଗ ସଂଗଠନ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଜମ୍ମୁ-କଶ୍ମୀରରେ ନିବେଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା...

Leave a comment

Your email address will not be published. Required fields are marked *