ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ନେଇ ଆଲୋଚନା କରାଯାଇଛି। ଏହି ବୈଠକରେ ଆଇଜି ଅପରେଶନ, ଏଡିଜି କୋଷ୍ଟାଲ ସିକ୍ୟୁରିଟି, ଗୋଇନ୍ଦା ବିଭାଗ ଆଇଜି, ଗଞ୍ଜାମ ଏସ୍‌ପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆସନ୍ତା ୨୭ ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେ ସିଧାସଳଖ ରାଜଭବନ ଯିବେ। ସେଠାରେ ରାତ୍ରିଯାପନ କରିବା ପରେ ୨୮ ତାରିଖ ସକାଳ ୬ଟା ୧୦ ମିନିଟ୍‌ରେ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଗୋପାଳପୁର ଆର୍ମି ଅଫିସ ଯିବେ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଉକ୍ତଦିନ ହିଁ ନୂଆଦିଲ୍ଳୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର...

ଉପବାଚସ୍ପତି ନିର୍ବାଚନ ଘୋଷଣା: ରଜନୀକାନ୍ତଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର,୨୬।୬(ବ୍ୟୁରୋ): ବିଧାନସଭାରେ ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସକାଶେ ଘୋଷଣା କରାଯାଇଛି। ବୁଧବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସମ୍ପର୍କରେ ଗୃହରେ ସୂଚନା...

ସ୍ବାମୀ ଓମ୍‌ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୨।୧୦(ଡି.ଏନ୍‌.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍‌ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି...

ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ ଅଫିସ, ୫।୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରି ଶନିବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ହାଇକୋର୍ଟର ବରିଷ୍ଠ ବିଚାରପତି...

ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ୫ରୁ ନୃତ୍ୟ, ସଙ୍ଗୀତର ମହାକୁମ୍ଭ

ଭୁବନେଶ୍ୱର,୨୭।୮(ବ୍ୟୁରୋ):ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’ ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ୭ଦିନ...

ମଝି ଆକାଶରେ ଯୁବକଙ୍କ ଉତ୍ପାତ : ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଜଣେ ମାନସିକ ବିକୃତ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନ (୬ ଇ ୪୬୨) ଜରୁରୀ...

ବର୍ଷା ଜନିତ ସମସ୍ୟାର ମୁକାବିଲା ପାଇଁ ବିଏମ୍‌ସିର ତତ୍ପରତା: ସମ୍ବେଦନଶୀଳ ଅଞ୍ଚଳ ତଦାରଖ କଲେ ଅଧିକାରୀ

ଭୁବନେଶ୍ୱର, ୫।୭(ବ୍ୟୁରୋ)- ମୌସୁମୀ ବର୍ଷା ଜାରି ରହିଥିବାବେଳେ ରାଜଧାନୀବାସୀ ଯେପରି ଜଳ ନିଷ୍କାସନ ଜନିତ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ...

ହୀରାକୁଦ ଡ୍ୟାମ୍‌ରେ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର, ୧୯ା୮ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ସୋମବାର ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ୧୪ଟି ଗେଟ୍‌ରେ ପ୍ରତି ସେକେଣ୍ଟରେ ୧ଲକ୍ଷ ୭୫...

Leave a comment

Your email address will not be published. Required fields are marked *