Posted inଜାତୀୟ

ଆଖିରେ ଲୁହ ନେଇ ରାବ୍ରୀଙ୍କ ଘରୁ ବାହାରିଲେ ବୋହୂ ଐଶ୍ୱର୍ଯ୍ୟା

ପାଟନା,୧୩।୯:  ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ସ୍ତ୍ରୀ ଐଶର୍ଯ୍ୟା କାନ୍ଦି କାନ୍ଦି ନିଜ ବାପଘରକୁ ଚାଲିଯାଇଥିବା ଜଣାପଡ଼ିଛି। ତେଜ ପ୍ରତାପଙ୍କ ସହ ମତାନ୍ତର ହେବା ପରେ ଐଶର୍ଯ୍ୟା ଶାଶୁ ରାବ୍ରୀ ଦେବୀଙ୍କ ଦେବୀଙ୍କ ସହ ଘରେ ରହୁଥିଲେ। କିନ୍ତୁ ଶୁକ୍ରବାର ହଠାତ୍‌ ଐଶର୍ଯ୍ୟା ଘରୁ କାନ୍ଦି କାନ୍ଦି ବାହାରକୁ ବାହାରି ଏକ କାର୍‌ରେ ନିଜ ବାପଘରକୁ ଚାଲିଯାଇଥିଲେ। ଆଉ ଏହି ଗାଡ଼ି ଐଶ୍ୱର୍ଯ୍ୟାଙ୍କ ବାପା ଆର୍‌ଜେଡି ନେତା ଚନ୍ଦ୍ରିକା ରାୟ ପଠାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୮ ମେ’ରେ ତେଜପ୍ରତାପ ଓ ଐଶର୍ଯ୍ୟାଙ୍କ ବିବାହ ହୋଇଥିଲା। ହେଲେ ବିବାହର ୫ମାସ ପରେ ତେଜ ପ୍ରତାପ ପାଟନା ହାଇକୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି। ପୂର୍ବରୁ ଦୁହିଁଙ୍କ ସମ୍ପର୍କରେ ସୁଧାର ଆସିଯାଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସଫା ସଫା ଖଣ୍ଡନ କରିଥିଲେ ତେଜ ପ୍ରତାପ।


All Right Reserved By Dharitri.Com

ଚିଦାମ୍ବରମ୍‌ଙ୍କ ଜନ୍ମ ଦିନରେ ପୁଅ କାର୍ତ୍ତି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୬।୯ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ସୋମବାର ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଜନ୍ମଦିନରେ ସେ ଜେଲ୍‌ରେ ଥିବାରୁ ଏହା ପାଳନ ହୋଇପାରିବ...

ଭାଜପାର ମହାଭୋଜ ଅଭିଯାନ ଆରମ୍ଭ: ପ୍ରତିଦିନ ୫କୋଟି ଲୋକଙ୍କୁ ଦିଆଯିବ ଭୋଜନ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହି...

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ

ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା...

ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ...

ଆଜମ୍‌ ଖାନ୍‌ଙ୍କ ଉପରେ ପୁଣି ଅଙ୍କୁଶ: ୪୮ ଘଣ୍ଟା ପ୍ରଚାର ମନା

ନୂଆଦିଲ୍ଲୀ,୧ା୫(ପି.ଟି.):ସମାଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ଆଜମ୍‌ ଖାନ୍‌ଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ମଙ୍ଗଳବାର ପୁଣିଥରେ ୪୮ ଘଣ୍ଟିଆ କଟକଣା ଜାରି...

ଜେସିବି-ଡମ୍ପର ସମେତ ୯ ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ

ଦନ୍ତଓ୍ବାଡା,୨୪।୧୧: ଛତିଶଗଡ଼ ଦନ୍ତଓ୍ବାଡାରେ ମାଓବାଦୀମାନେ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଁ ସରକାରଙ୍କ...

ଜଣେ ବଳାତ୍କାରୀଙ୍କ ସମେତ ୩ କଏଦୀ ଜେଲ୍‌ରୁ ଫେରାର

ଅମୃତସର,୨।୨: ଜଣେ ବଳାତ୍କାରୀଙ୍କ ସମେତ ୩ ଜଣ କଏଦୀ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି। ଅମୃତସର ଜେଲ୍‌ରେ ଏଭଳି ଘଟଣା ଘଟିଛି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରେ...

ମିଛ ବିଇଡି ସାର୍ଟିଫିକେଟ୍‌ ଦେଇ ସରକାରୀ ଶିକ୍ଷକ ହୋଇଥିଲେ, ଏବେ ୨୦ ବର୍ଷର ଦରମା ଫେରେଇବେ

ଲକ୍ଷ୍ନୌ, ୧୦।୯: ନକଲି ବିଇଡି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୦ ବର୍ଷ ସରକାରୀ ଶିକ୍ଷକ ଭାବେ...

Leave a comment

Your email address will not be published. Required fields are marked *