Posted inଫୁରସତ

ଗୋଟିଏ ଡାଳରେ ଏକାଥରକେ ଫଳାଇଛନ୍ତି ୮୩୯ ଟମାଟୋ , ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି

ବ୍ରିଟେନର ଜଣେ ବ୍ୟକ୍ତି ଗୋଟିଏ ଡାଳରେ ୮୩୯ ଟମାଟର ଫଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଷ୍ଟେନଷ୍ଟେଡ୍‌ ଆବଟସ୍‌ରେ ରହୁଥିବା ୪୩ ବର୍ଷୀୟ ଡଗ୍‌ଲସ ସ୍ମିଥ୍‌ କହିଛନ୍ତି, ମାର୍ଚ୍ଚରେ ସେ ମଞ୍ଜି ଲଗାଇଥିଲେ। ଏହି ମାସରେ ସେ ଗୋଟିଏ ଡାଳରୁ ୮୩୯ ଟମାଟର ତୋଳିଛନ୍ତି। ସ୍ମିଥ୍‌ ଏପରି ଟମାଟର ଉତ୍ପାଦନ କରି ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି। ସ୍ମିଥ୍‌ଙ୍କ ପୂର୍ବରୁ ୨୦୧୦ରେ ଗ୍ରାହମ ଟେଣ୍ଟର ନାମକ ଜଣେ ବ୍ୟକ୍ତି ଗୋଟିଏ ଡାଳରୁ ୪୪୮ ଟମାଟର ଉତ୍ପାଦନ କରିଥିଲେ। ଏହା ପରେ ତାଙ୍କ ନାମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡରେ ସ୍ଥାନ ପାଇଥିଲା। ଏବେ ସ୍ମିଥ୍‌ ସେହି ରେକର୍ଡକୁ ଭାଙ୍ଗିଛନ୍ତି।

ସ୍ମିଥ୍‌ ବୃତ୍ତିରେ ଜଣେ ଆଇଟି ଇଞ୍ଜିନିୟର। ସେ ନିଜ ପାଇଁ ଏହି ଚ୍ୟାଲେଞ୍ଜ ନେଇଥିଲେ। ଏଥିପାଇଁ ସେ ମାଟି ନମୁନା ନେଇ ଏହାକୁ ବିଶ୍ଳେଷଣ କରିଥିଲେ। ସେ ସିଧାସଳଖ ମଞ୍ଜିରୁ ଏକ ଟମାଟୋ ଚାରା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟରେ ବହୁତ ସମୟ ଅତିବାହିତ କରିଥିଲେ। ସେ କେବଳ ଏତିକି ଚାହୁଁଥିଲେ ଯେମିତି ଗୋଟିଏ ଡାଳରୁ ଏକାଥରକେ ବହୁତ ଟମାଟୋ ଫଳିପାରିବ। ତୋଳିବା ସମୟରେ ସେ ପୋଲିସକୁ ଡାକିଥିଲେ। ଯାହାକି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ପାଇଁ ଯାଞ୍ଚ ହୋଇପାରିବ। ସେ ତାଙ୍କ ଫାର୍ମରେ ଥିବା ଟମାଟୋ ଗଛର ଏକ ଡାଳରୁ ମୋଟ୍‌ ୮୩୯ ଟମାଟୋ ତୋଳିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏନେଇ ବହୁତ ଖୁସି ବ୍ୟକ୍ତି କରିଛନ୍ତି ସ୍ମିଥ୍‌। ସେ କହିଛନ୍ତି, ଟମାଟୋ ଲଗାଇବା ଏବଂ ତୋଳିବା ସମୟରେ ସେ ଗିନିଜ୍‌ର ସମସ୍ତ ନିୟମ ପାଳନ କରିବା ପାଇଁ ସାବଧାନ ଥିଲେ। ଯେମିତି କି ନିଜ ନାମ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରୁ। ଲୋକେ ଏବେ ସ୍ମିଥ୍‌ଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ବିଶ୍ୱ ରେକର୍ଡ କରିଥିବାରୁ ତାଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri