Posted inUncategorized

ତମ୍ବାପାତ୍ରରେ ପିଅନ୍ତୁ ପାଣି: ମିଳିବ ଅନେକ ଉପକାର

ତମ୍ବାପାତ୍ରରେ ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ରାସାୟନିକ ଉପାଦାନ ରହିଛି, ଯାହାକି ଶରୀରରେ ମିନେରାଲ ଏବଂ ଜରୁରୀ ନ୍ୟୁଟ୍ରିଶନର ଅଭାବକୁ ପୂରଣ କରିଥାଏ। ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଇମ୍ୟୁନିଟି ପାଓ୍ବାର ବଢ଼ିବା ସହ ହଜମ ଠିକ୍‌ ଭାବେ ହୋଇଥାଏ। ଏଥିସହ କ୍ୟାନ୍‌ସର ପରି ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ତମ୍ବାପାତ୍ରରେ ପାଣି ରଖିବା ଦ୍ୱାରା ଏଥିରେ ଥିବା ସମସ୍ତ ପ୍ରକାର ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଏହି ପାଣି ପିଇଲେ ଶରୀର ଥଣ୍ଡା ରହେ।
ତମ୍ବାପାତ୍ର ପାଣିର ଉପକାରିତା:
ହଜମକ୍ରିୟା ବୃଦ୍ଧି: ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଉଦର ସମ୍ବନ୍ଧୀୟ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସାଙ୍ଗକୁ ହଜମ ଠିକ୍‌ ହୋଇଥାଏ। ଏଥିସହ ଲିଭର ଏବଂ କିଡ୍‌ନୀ ମଧ୍ୟ ଠିକ୍‌ ରହିଥାଏ।
ଯୌବନ ଦୀର୍ଘସ୍ଥାୟୀ: ମୁହଁରେ ଦେଖାଯାଉଥିବା ବୟସ୍କ ଛାପକୁ ନେଇ ଚିନ୍ତାରେ ଥିଲେ ତମ୍ବାପାତ୍ରରେ ପାଣି ପିଇବା ଆରମ୍ଭ କରିଦିଅନ୍ତୁ। କାରଣ ତମ୍ବାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ।
ହୃଦ୍‌ରୋଗରୁ ରକ୍ଷା: ଆଜିକାଲିର ବ୍ୟସ୍ତବହୁତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକେ ହୃଦ୍‌ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ପାଇଁ ତମ୍ବାପାତ୍ରରେ ପାଣି ପିଇବା ଭଲ। ବ୍ଲଡ୍‌ପ୍ରେସର ଠିକ୍‌ ରହିବା ସାଙ୍ଗକୁ ଖରାପ କୋଲେ୍‌ଷ୍ଟରଲକୁ କମ୍‌ କରିଥାଏ।
ଓଜନ ହ୍ରାସରେ ସହାୟକ: ତମ୍ବାପାତ୍ରରେ ପାଣି ପିଇ ପ୍ରାକୃତିକ ଉପାୟରେ ଓଜନ କମ୍‌ କରାଯାଇପାରିବ।
କ୍ୟାନ୍‌ସରରୁ ମୁକ୍ତି: ତମ୍ବାପାତ୍ରରେ ପାଣି ପିଇ କ୍ୟାନ୍‌ସର ପରି ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ। ତମ୍ବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରେ ଥିବା ଫ୍ରି ରେଡିକଲ୍ସର ପ୍ରଭାବକୁ ନ୍ୟୁଟ୍ରାଲାଇଟ୍‌ କରିଥାଏ, ଯାହାକି କ୍ୟାନ୍‌ସରର ଏକ ମୁଖ୍ୟ କାରଣ ବୋଲି କୁହାଯାଏ।


All Right Reserved By Dharitri.Com

Posted inUncategorized View All

ଏପ୍ରିଲ ୫ରୁ ବିଶାଳ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଆସନ୍ତା ଏପ୍ରିଲ ୫ରୁ୧୬ ଯାଏ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ରାଜ୍ୟର ୧୦ ଜିଲା ଯଥା, କଟକ,...

Featured Video Play Icon

ପଖାଳ ଦିବସ ସ୍ପେଶାଲ | Celebrating Pakhala Dibasa

ପଖାଳର ଲୋକପ୍ରିୟତାକୁ ନେଇ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଆଜିର ସମୟରେ ଖାଲି ଘରେ ଘରେ ନୁହେଁ ଝୁମ୍ପୁଡି...

ପୋଲ ତଳକୁ ଖସିଲା ଧାନ ବୋଝେଇ ଟ୍ରକ

ଠାକୁରମୁଣ୍ଡା/ଯଶିପୁର,୭ା୨(ଡ଼ି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯଶୀପୁର-ରରୁଆଁ ରାସ୍ତାର ମଉଦି ଗ୍ରାମ ନିକଟରେ ଗୁରବାର ସାରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପୋଲ ଉପରୁ ପ୍ରାୟ...

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ...

ପୋଖରୀରେ ବୁଡ଼ି ନିଶାସକ୍ତ ଯୁବକଙ୍କ ମୃତ୍ୟୁ: ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ବିକ୍ଷୋଭ

ଧରାକୋଟ,୬ା୧୧(ଡି.ଏନ.ଏ.)-ଧରାକୋଟ ବ୍ଲକର ଜାହାଡ଼ା ଗ୍ରାମରେ ସୋମବାର ରାତିରେ ପୋଖରୀରେ ବୁଡ଼ି ଜଣେ ନିଶାସକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଶ୍ୱନାଥ ନାୟକ (୨୭)। ଅଗ୍ନିଶମ...

Leave a comment

Your email address will not be published. Required fields are marked *