Posted inଜାତୀୟ

ଗଣେଶ ବିସର୍ଜନବେଳେ ଅଘଟଣ:ବୁଡିଲା ଡଙ୍ଗା,୧୧ ମୃତ

ଭୋପାଳ,୧୩।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରା ମନ୍ଦିର ଘାଟରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଭୋର ପ୍ରାୟ ସାଢେ ଚାରିଟା ସମୟରେ ଏହି ଘଟଣା ଘଟିଛି। ବେଳେ ଡଙ୍ଗା ଓଲଟି ପଡ଼ିବାରୁ ନଈରେ ଭାସିଯାଇ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୪ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ବାହାର କରିବା ସହ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଏକ ଛୋଟ ଡଙ୍ଗାରେ ଗଣେଶ ମୂର୍ତ୍ତି ନେଇ ପାଖାପାଖି ୨୦ ଊର୍ଦ୍ଧ୍ୱ ଜଣ ଲୋକ ବିସର୍ଜନ କରିବାକୁ ଯାଉଥିଲେ। ମୂର୍ତ୍ତିଟିକୁ ବିସର୍ଜନ କରିବାବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଡଙ୍ଗାରେ ଥିବା ଲୋକ ତଳେ ଚାପିହୋଇଯାଇଥିଲେ। ଖବର ପାଇ ପୋଲିସ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମଧ୍ୟପ୍ରଦେଶର ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି।


All Right Reserved By Dharitri.Com

ଜାମିନ ଆବେଦନର ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୨୧ା୯(ଆଇଏଏନ୍‌ଏସ୍‌): ନ୍ୟାୟପାଳିକାରେ ମାମଲା ବୋଝ କମାଇବା ପାଇଁ ଜଣିକିଆ ଖଣ୍ଡପୀଠ ଗଠନ ଲାଗି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହି ଖଣ୍ଡପୀଠଗୁଡ଼ିକରେ ଜାମିନ, ମାମଲା ସ୍ଥାନାନ୍ତର ଏବଂ...

ହାଇଟେକ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ହେବେ ମୁତୟନ

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ରଣନୀତିରେ କେତେକ ପରିବର୍ତ୍ତନ କରାଯାଉଛି। ଏହା...

ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ହେଲେ ଜାଓ୍ବେଦ ଅଶରଫ୍‌

ନୂଆଦିଲ୍ଲୀ,୨୬।୨: ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ଭାବେ ଜାଓ୍ବେଦ ଅଶରଫ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୧୯୯୧ ବ୍ୟାଚ୍‌...

କରୋନାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ମୁମ୍ବାଇ,୨୪।୩: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ସେଠାରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ...

ବଳାତ୍କାର ଘଟଣାକୁ ନେଇ ଚୁପ୍‌ ରହିଲେ ଉପ ମୁଖ୍ୟମନ୍ତ୍ରୀ

ପାଟନା,୭।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ସୁଶାସନ ଦେଉଥିବା ଦାବି କରୁଛନ୍ତି ସତ। ହେଲେ ଏବେ ବିହାର ବଳାତ୍କାରୀଙ୍କ ରାଜ୍ୟ ପାଲଟି ଯାଇଛି। ପ୍ରାୟ...

ରାଜସ୍ଥାନରେ ପକ୍ଷୀମଡ଼କ : ସମ୍ଭର ହ୍ରଦରେ ମଲେଣି ୧୦ ହଜାର

ଜୟପୁର,୧୮ା୧୧: ରାଜସ୍ଥାନରେ ପକ୍ଷୀମଡ଼କ ଦେଖାଦେଇଛି। ରାଜଧାନୀ ଜୟପୁର ନିକଟରେ ଥିତ୍ବା ସମ୍ଭର ହ୍ରଦ ପାଖରେ ସପ୍ତାହକ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରାଣ ହରାଇଲେଣି।...

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

ମୋଦି-ଶାହ ଅନୁପ୍ରବେଶକାରୀ କହିଲେ ଅଧିର ରଞ୍ଜନ: ଲୋକସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି  କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି। ସେମାନେ ଗୁଜରାଟରୁ...

Leave a comment

Your email address will not be published. Required fields are marked *