ସମ୍ବଲପୁର ରେଳ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ବୈଠକ : କଣ୍ଟାବାଞ୍ଜିରେ ଓ୍ବାଗନ ଫ୍ୟାକ୍ଟ୍ରି ପ୍ରସ୍ତାବ, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼କୁ ଚଳାଚଳ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନର ଉନ୍ନତି ପାଇଁ ଗୁରୁବାର ସମ୍ବଲପୁର ହୋଟେଲ ଗ୍ରାଣ୍ଡ ଶିବାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଭିଜନର ଆଭ୍ୟନ୍ତରୀଣ ଓ ବାହ୍ୟ ବିକାଶ କରିବା ସହ ଅନ୍ୟ ସହରଗୁଡିକୁ ରେଳ ସଂଯୋଗ ନେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା। ଏଥି ମଧ୍ୟରେ ମୁଖ୍ୟ ଭାବେ କଣ୍ଟାବାଞ୍ଜିରେ ଓ୍ବାଗନ ନିର୍ମାଣ, ସମ୍ବଲପୁର ଷ୍ଟେଶନରେ ଟିକଟ ଘର ବୃଦ୍ଧି, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼ ପର୍ଯ୍ୟନ୍ତ ଚଳାଚଳ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ବରଗଡ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ଏମପି ନୀତେଶ ଗଙ୍ଗଦେବ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂ ଦେଓ, କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ଛତିଶଗଡର ମହାସମୁନ୍ଦ ଏମ୍‌ପି ଚୁନିଲାଲ ସାହୁ ଓ ରାଜ୍ୟ ସଭା ସଦସ୍ୟ ଏନ. ଭାସ୍କର ରାଓ ଏବଂ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହି ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ବିଷୟରେ ଜଣାଇଥିଲେ। ସେହି ପ୍ରସଙ୍ଗରେ ରେଳପଥର ଉଚ୍ଚ ପଦାଧିକାରୀମାନଙ୍କ ସହ ଏମ୍‌ପିମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଥିଲା। ବରଗଡ ଏମ୍‌ପି ସୁରେଶ ପୂଜାରୀ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ ରୋଡ କିମ୍ବା ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଚଳ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତା’ସହ ବଲାଙ୍ଗୀରରୁ ପ୍ରୟାଗରାଜ ଓ ବଲାଙ୍ଗୀରରୁ ଭୁବନେଶ୍ୱରକୁ ନୂଆ ଟ୍ରେନ ଆରମ୍ଭ, ବରଗଡ ରୋଡ ଷ୍ଟେଶନର ପ୍ଳାଟଫମ ୨କୁ ପ୍ରଶସ୍ତୀକରଣ ଏବଂ ଅତାବିରା, ବରପାଲି, ଗୋଡଭଗା ଷ୍ଟେଶନର ପ୍ଲାଟଫର୍ମ ୨ରେ ଶେଡ ନିର୍ମାଣ ଏବଂ ବରଗଡ଼ ରୋଡ୍‌ରେ ପାଣି ସୁବିଧା, ସମ୍ବଲପୁର ଓ ସମ୍ବଲପୁର ସିଟି, ରେଢ଼ାଖୋଲ ଓ ବାମୁର ଷ୍ଟେଶନର ଫାଟକରେ ଆଲୋକ ବ୍ୟବସ୍ଥା ପ୍ରସ୍ତାବ ରହିଛି। ସେହିଭଳି ସମ୍ବଲପୁରର ଉଭୟ ଫାଟକରେ କୋଚ ଡିସପ୍ଲେ, ବରଗଡ ଷ୍ଟେଶନରେ ଏକ୍ସପ୍ରେସ ଟ୍ରେନର ରହଣି ସୀମା ୫ ମିନିଟକୁ ବୃଦ୍ଧି, ଡୁଙ୍ଗୁରୀପାଲି ମାଲବାହୀ ଷ୍ଟେଶନରେ ଶେଡ ନିର୍ମାଣ, ଅତାବିରା ଷ୍ଟେଶନରେ ନାଗଓ୍ବାଲି ଏକ୍ସପ୍ରେସ ରହଣି ଆଦି ପ୍ରସ୍ତାବ ପୂଜାରୀ ବୈଠକରେ ରଖିଛନ୍ତି। ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ ସମ୍ବଲପୁର ଜଙ୍କସନରୁ ସମ୍ବଲପୁର ସିଟି ଭିତରେ ମଡେଲ ଲିଙ୍କ ରୋଡ, ସମ୍ବଲପୁର ଉଭୟ ଷ୍ଟେଶନରେ ୮ଘଣ୍ଟା ଆରପିଏଫ ମୁତୟନ, ସମ୍ବଲପୁର ଷ୍ଟେଶନରେ ଅଧିକ ଟିକଟ ଗୃହ ନିର୍ମାଣ ଆଦି ପ୍ରସ୍ତାବ ଦେଇଛନ୍ତି। ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂହଦେଓ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ ଶୀଘ୍ର ସାରିବାକୁ, କଣ୍ଟାବାଞ୍ଜିରେ ୭୫୦ ଏକର ରେଲଓ୍ବେ ଜମିରେ ଓ୍ବାଗନ ଫ୍ୟାକ୍ଟ୍ରି ନିର୍ମାଣ, କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ, ଭୁବନେଶ୍ୱର-ସମ୍ବଲପୁର ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଚଳ, ସମତା ଏକ୍ସପ୍ରେସକୁ ହରିୟାଣାର ଭିଓ୍ବାନୀ ପର୍ଯ୍ୟନ୍ତ ଚଳାଚଳ, ଦୁର୍ଗ-ଜଗଦଲପୁର ଏକ୍ସପ୍ରେସର ହରିଶଙ୍କର ରୋଡରେ ରହଣି ଆଦି ପ୍ରସ୍ତାବ ଦେଇଛନ୍ତି। ସେହିପରି ସପ୍ତଗିରି ଉଲାକାଙ୍କ ମୁନିଗୁଡା, ଡୋଇକାଲୁ ଷ୍ଟେଶନ ନିକଟରେ ଅଣ୍ଡରଗ୍ରାଉଣ୍ଡ ପ୍ୟାସେଜ ନିର୍ମାଣ, ଥେରୁବାଲି-ପୁଲମା ଲେଭଲ କ୍ରସିଂର ଉଭୟ ପାର୍ଶ୍ୱରେ ଶେଡ ନିର୍ମାଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଅନ୍ୟପଟେ ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ, ଚୁନିଲାଲ ସାହୁ ପ୍ରମୁଖ ନିଜ ଅଞ୍ଚଳର ସମସ୍ୟା ସହ ପ୍ରସ୍ତାବ ବିଷୟରେ ବୈଠକରେ ଉପସ୍ଥାପନ କରିଛନ୍ତି। ତେବେ ଏ ସମ୍ପର୍କରେ ରେଲଓ୍ବେ ବୋର୍ଡରେ ଆଲୋଚନା ହୋଇ ପ୍ରସ୍ତାବିତ ପ୍ରକଳ୍ପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।


All Right Reserved By

ତଦନ୍ତ ପାଇଁ ଚିଠି ଲେଖିଥିଲେ ବାଚସ୍ପତି: ଘରୋଇ ଟ୍ୟୁଶନରେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଚଢ଼ାଉ; ଅଭିଯୋଗ ଆସିଥିବା ଅଧ୍ୟାପକଙ୍କୁ ତାଗିଦ୍‌

ଦିଗପହଣ୍ଡି,୨୪ା୭(ଡି.ଏନ.ଏ.)-ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂଲିଶ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି। ଯେଉଁ ଛାତ୍ରୀମାନେ ତାଙ୍କ ପାଖରେ ଟ୍ୟୁଶନ ପଢ଼ିବେ ନାହିଁ,...

ବିଳମ୍ବ ହେବ ମୌସୁମୀ ଲେଉଟାଣି: ଆହୁରି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗି ରହିଛି। ନିର୍ଦ୍ଧାରିତ ସମୟର...

ଆଜି ୭୩ତମ ସ୍ବାଧୀନତା ଦିବସ:କଡ଼ା ସୁରକ୍ଷାରେ ରାଜଧାନୀ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):୭୩ତମ ସ୍ବାଧୀନତା ଦିବସ ପାଳନ ପାଇଁ ସାରା ରାଜ୍ୟ ପ୍ରସ୍ତୁତ ରହିଥିବାବେଳେ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ରୀୟ...

ଅପହରଣର ୨ମାସ ପରେ ବି ନାବାଳିକାଙ୍କ ପତ୍ତା ପାଉନି ପୋଲିସ: ନ୍ୟାୟ ଦାବିରେ ଧାରଣା ଦେଲେ ମହିଳା

ପୁରୀ ଅଫିସ,୧୭-୯:ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଅପହରଣ ଘଟଣାରେ ନାବାଳିକାଙ୍କ ପରିବାରକୁ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ...

୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର...

ବରିଷ୍ଠ ଆଇପିଏସ୍‌ ବି.କେ. ଶର୍ମାଙ୍କୁ ଇନ୍‌ଚାର୍ଜ ଡିଜିପି ଦାୟିତ୍ୱ

ଭୁବନେଶ୍ୱର, ୭।୮(ବ୍ୟୁରୋ): ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍‌ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଇନ୍‌ଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଡିଜିପି ରାଜେନ୍ଦ୍ର ପ୍ରସାଦ...

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ: ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଏମ୍‌ପି, ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୬।୮: ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ...

ଜଳବନ୍ଦୀ ପରେ ଚେତିଲେ ବିଏମ୍‌ସି କର୍ତ୍ତୃପକ୍ଷ: ସମ୍ପ୍ରସାରିତ ହେବ ସହରର ଡ୍ରେନ୍‌

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ପ୍ରତ୍ୟେକ ବର୍ଷ ଭୁବନେଶ୍ୱରବାସୀ ଡ୍ରେନେଜକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହ ଅଧିକାଂଶ ସମୟରେ ଡ୍ରେନେଜ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *