ଡକାୟତି ଉଦ୍ୟମ, ୪ ଗିରଫ

ବଳଙ୍ଗା,୧୩ା୯(ଡି.ଏନ.ଏ)- ବଳଙ୍ଗା ଥାନା ଅନ୍ତର୍ଗତ ଭାଣପୁର ପଞ୍ଚାୟତ ଅଧୀନସ୍ଥ ଶାଳଜଙ୍ଗ ପ୍ରଧାନସାହି ମଶାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ତେବେ ଗୁରୁବାର ୪ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ଖଣ୍ଡା ଓ ବମ୍‌ ଆଦି ମାରଣାସ୍ତ୍ର ଜବତ କରିଛି। ଗିରଫ ଯୁବକମାନେ ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହିର ଜୁଝେଇ ବେହେରା, ପୁରୀ ସଦର ଥାନା ଅନ୍ତର୍ଗତ ବାଟଗଁାର ଗଙ୍ଗାଧର ମହାପାତ୍ର ଓ ମେରାଇନ୍‌ ଥାନା ଅନ୍ତର୍ଗତ ସମଗରାର କୁଞ୍ଜ ପ୍ରଧାନ ଏବଂ ଗୌରାଙ୍ଗ ପ୍ରଧାନ। ଯୁବକମାନେ କୌଣସି ବଡ ଡକାୟତି ନେଇ ମଶାଣି ନିକଟରେ ଯୋଜନା କରୁଥିଲେ। ଏହି ସମୟରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଗ୍ୟାଙ୍ଗ ହୋଇ ବସିଥିବାବେଳେ ସନ୍ଦେହ କରି ଧରିବା ପରେ ପଚରାଉଚୁରା ବେଳେ ସମସ୍ତେ ସତକଥା ମାନିଥିଲେ। ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ନିମାପଡ଼ା ଉପ କାରାଗାରକୁ ପଠାଇ ଦିଆଯାଇଛି।


All Right Reserved By Dharitri.Com

ଜୁନାଗଡରେ ରୋଗୀ କଲ୍ୟାଣ ସମିତି ବୈଠକ: ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କରିବା ଉପରେ ଆଲୋଚନା

ଜୁନାଗଡ,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଚିଲଗୁଡା...

ଖରିଫରେ ୧,୩୦,୧୫୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ

ସୋନପୁର,୨୮ା୫(ନି.ପ୍ର.):  ୨୦୨୦-୨୧ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାରେ ୧,୩୦,୧୫୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବୁଧବାର ଜିଲାପାଳଙ୍କ ସମ୍ମିଳନୀ...

ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ନିମ୍ନମାନର: ପ୍ରତିବାଦ କଲେ ବଡବିଲ କଲେଜ ଛାତ୍ରୀଛାତ୍ର

ବଡବିଲ, ୨୯।.୧୧ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ସହରାଞ୍ଚଳ ଦେଇ ୪ ଲେନ ବିଶିଷ୍ଟ ୧୦ ନମ୍ବର ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା...

କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ, ୩ ଗିରଫ

ଦିଗପହଣ୍ଡି/ପାଟପୁର,୨୯ା୧୧(ଡି.ଏନ.ଏ.) – ଦିଗପହଣ୍ଡି ବନାଞ୍ଚଳ ପାଟପୁର ଉପବନାଞ୍ଚଳର ରତନେଇ ଜଙ୍ଗଲରୁ ବୁଧବାର କାଠ ଚୋରାଚାଲାଣ କରାଯାଉଥିବା ଖବରପାଇ ପାଟପୁର ବନପାଳ ଶିବରାମ ନାୟକ ସଦଳବଳ ପିପିଳିଗୁଡ଼ା...

ବର୍ଷାରେ ବେହାଲ ରାସ୍ତା

ପରଜଙ୍ଗ, ୨୮।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି ଅଦିନିଆ ବର୍ଷା। ଏଥିରେ ଶୋଚନୀୟ ହୋଇପଡ଼ିଛି ଗ୍ରାମ୍ୟ ସଡ଼କ। ଖାଲଖମାରେ...

ବାରାହା ଫାଶରେ ଫସି ଚାଷୀ ମୃତ

ଛେଣ୍ଡିପଦା,୭।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଗୋପିବଲ୍ଲଭପୁର ଗାଁରେ ବାରାହା ଫାସରେ ପଡି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ କୋଶଳା ଖଳିନାଳ...

ପାଟଣା ଅବକାରୀ ବିଭାଗର ଚଢ଼ାଉ: ୧୧୩ ଲିଟର ଦେଶୀ ମହୁଲି ଜବତ, ୪ ଗିରଫ

ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି।...

ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ

କର୍ଲାମୁଣ୍ଡା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ନକଲି ଶିକ୍ଷକଙ୍କୁ ଗିରଫ କରାଯାଇଛି। ଜାଲ ପ୍ରମାଣପତ୍ର...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *