ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତି ବୈଠକ: ୧୨ ମଣ୍ଡପରେ ଦୁର୍ଗା, ୨୯ ମଣ୍ଡପରେ ଲକ୍ଷ୍ମୀ ପୂଜା

ଅନୁଗୋଳ ଅଫିସ, ୧୩।୯-ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତିର ଏକ ବୈଠକ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦୁର୍ଗାପୂଜା ଓ ମା’ ଲକ୍ଷ୍ମୀଙ୍କ ପୂଜା ଆୟୋଜନ ଉପରେ ଆଲୋଚନା ହୋଇଥିଲା। ଅକ୍ଟୋବର ୪ରେ ସହରର ୧୨ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ସେହିପରି ୧୩ ତାରିଖରେ ୨୯ଟି ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏହି ଅବସରରେ କର୍ମକର୍ତ୍ତା ମଧ୍ୟ ଚୟନ କରାଯିବା ସହ ପୂର୍ବ ବର୍ଷର ଆୟବ୍ୟୟ ହିସାବ କରାଯାଇଥିଲା।
କେନ୍ଦ୍ରୀୟ ପୂଜା ସମିତି ସଭାପତି ଅକ୍ଷୟ କୁମାର ସାମନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ପୂର୍ବ ପଦବୀରେ କର୍ମକର୍ତ୍ତାମାନେ ରହି କାର୍ଯ୍ୟ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ କିଛି ସଦସ୍ୟ ସମିତିର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସମିତି ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ସହ ସହରର ସମସ୍ୟା ନେଇ ସକ୍ରିୟ ହେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଗତବର୍ଷ ପୂଜାରେ ୭୦ ହଜାର ଟଙ୍କା ଆଦାୟ ହୋଇଥିବାବେଳେ ୭୦ ହଜାର ୫୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। ତେଣୁ ଚଳିତବର୍ଷ ସବୁ ପୂଜା କମିଟି ସମୟ ସୀମା ମଧ୍ୟରେ କେନ୍ଦ୍ରୀୟ ପୂଜା ସମିତି ନିକଟରେ ଅର୍ଥ ଦାଖଲ କରିବାକୁ କୁହାଯାଇଥିଲା। ଅକ୍ଟୋବର ୪ ତାରିଖରେ ଦୁର୍ଗାପୂଜା ଆରମ୍ଭ ହେଉଥିବାବେଳେ ୯ ତାରିଖରେ ଭସାଣି କରାଯିବ। ୧୩ ତାରିଖରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ୨୩ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସଭାପତିଙ୍କ ସହ ସାଧାରଣ ସମ୍ପାଦକ ଦିଲୀପ କୁମାର ପ୍ରଧାନ, ଉପସଭାପତି କିଶୋର କୁମାର କର, ପଦ୍ମଲୋଚନ ସାହୁ, ସତ୍ୟାନନ୍ଦ ଦଳବେହେରା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ, ସମ୍ପାଦକ ରତିକାନ୍ତ ଦାସ, ଅଶୋକ ଅଗ୍ରୱାଲ, ଲକ୍ଷ୍ମୀ ପ୍ରମୁଖଙ୍କ ସହ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।


All Right Reserved By Dharitri.Com

ଭାର୍ଗବୀ ନଦୀବନ୍ଧରେ ଘଳିଆ

ସାକ୍ଷୀଗୋପାଳ, ୧୬।୮(ଡି.ଏନ.ଏ.): ବଢି ପାଣି ଆସିବା ପରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ ପ୍ରବାହିତ ଭାର୍ଗବୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି। ବିପଦପୂର୍ଣ୍ଣ ଅବସ୍ଥାରେ...

ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍‌ପର ଗୁରୁତର

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ...

ମନ୍ଦିରରୁ ଚୋରି ସାମଗ୍ରୀ ଉଦ୍ଧାର ଲାଗି ତତ୍ପରତା ନାହିଁ, ଭକ୍ତ ମହଲରେ ଅସନ୍ତୋଷ

ଆନନ୍ଦପୁର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦଧିବାମନଜୀଉଙ୍କ ମନ୍ଦିରରୁ ରାଧା ଓ କୃଷ୍ଣଙ୍କ ପିତ୍ତଳ ମୂର୍ତ୍ତି ଆଜକୁ ୧୧ ଦିନ ତଳେ ଚୋରି ହେଇଥିଲା। ହେଲେ ଏହି...

ବ୍ରହ୍ମପୁରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ: କ୍ୟାନସରର ଏକ ତୃତୀୟାଂଶ ଧୂମପାନ ଲାଗି ହୁଏ

ବ୍ରହ୍ମପୁର ଅଫିସ୍‌,୩୧।୫: ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ୭ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

କେନ୍ଦୁଝର,୧୪।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର...

କୋଇଲା ଚୋରି ମାମଲା: ଗାଡି ଚାଳକ, ହେଲପର ଓ କ୍ରେତା ଦଣ୍ଡିତ

କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-କୋଇଲା ଚୋରି କରି ଅନ୍ୟ ଜଣଙ୍କୁ ବିକିଥିବା ଟ୍ରକ ଚାଳକ ଓ ହେଲପରଙ୍କ ସମେତ କୋଇଲା କିଣିଥିବା ଜଣେ ଇଟା କାରଖାନା ମାଲିକଙ୍କୁ...

ଅବହେଳିତ ବୈଦ୍ୟନାଥ ପୀଠ: ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ

ବଡ଼ସାହି,୧୦-୯:(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀଠାରେ ବହୁ ପୁରାତନ ପ୍ରସିଦ୍ଧ ଶୈବପୀଠ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ଅବସ୍ଥିତ। ଐତିହ୍ୟପୂର୍ଣ୍ଣ ପ୍ରାକୃତିକ ସୌନ୍ଦଯର୍‌ୟ ଓ ଆଧ୍ୟାମତ୍ିକ...

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *