Posted inଜାତୀୟ

ଶିବସେନାକୁ ୧୦୬ ଆସନ ଯାଚିଲା ଭାଜପା

ମୁମ୍ବାଇ,୧୩-୯(ପି.ଟି.): ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ଶେଷ ଆଡ଼କୁ ହେବାକୁ ଥିବାବେଳେ ଏଥିପାଇଁ ଶାସକ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଲାଗି ଆଲୋଚନା ଆରମ୍ଭ ହୋଇଛି। ଭାଜପା ସହଯୋଗୀ ଦଳକୁ ୧୦୬ଟି ଆସନ ଯାଚିଥିବା ଜଣାପଡିଛି। ତେବେ ଶିବସେନା ଏଥିରେ ସନ୍ତୁଷ୍ଟ ନାହିଁ। ୧୨୦ରୁ କମ୍‌ ଆସନ ଗ୍ରହଣ କରିବାକୁ ଉଦ୍ଧବ ଠାକରେଙ୍କ ଦଳ ଚାହୁଁ ନ ଥିବା ଏକ ସୂତ୍ରରୁ ଜଣାପଡିଛି। ଅନ୍ୟତମ ସହଯୋଗୀ ଜନ ସ୍ବରାଜ୍ୟ ଶକ୍ତି ପାର୍ଟି ୪ ଆସନରେ ଲଢ଼ିପା ପାଇଁ ରାଜି ହୋଇଛି। ଗତ ଥର ଭାଜପା ଓ ଶିବସେନା ଅଲଗା ନିର୍ବାଚନ ଲଢ଼ିଥିଲେ। ଭାଜପା ୧୨୨ ଓ ଶିବସେନା ୬୩ ଆସନରେ ବିଜୟୀ ହୋଇଥିଲା। ଅନ୍ୟ ସହଯୋଗୀ ଦଳ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ, ଶିବ ସଂଗ୍ରାମ ଏବଂ ରାଷ୍ଟ୍ରୀୟ ସମାଜ ପାର୍ଟି ସହ ଆସନ ବୁଝାମଣା ନେଇ ଆଲୋଚନା ଜାରି ରହିଛି। ଏହି ଦଳଗୁଡ଼ିକର ପ୍ରାର୍ଥୀ ଭାଜପା ଚିହ୍ନରେ ଲଢ଼ିବା ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି।


All Right Reserved By Dharitri.Com

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତାଫା ଦେଇପାରନ୍ତି କମଲନାଥ

ଭୋପାଳ,୨୦।୩: ମଧ୍ୟପ୍ରଦେଶରେ ଚାଲିଥିବା ହାଇଭୋଲଟେଜ୍‌ ଡ୍ରାମା କେତେବେଳେ କେଉଁ ରୂପରେଖ ନେବ ସେନେଇ ସମସ୍ତଙ୍କ ନଜର ରହିଛି। ଶୁକ୍ରବାର ସୁପ୍ରିମକୋର୍ଟ ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର...

ଏନ୍‌କାଉଣ୍ଟରରେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଜିଲା କମାଣ୍ଡର ନିହତ

ଡୋଡା,୧୫।୧: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡୋଡାରେ ହୋଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡର ହାରୁନ ହାଫଜ...

ଟିକ୍‌ଟକ୍‌ରୁ ୬୦ ଲକ୍ଷ ଭିଡିଓ ହଟିଲା

ନୂଆଦିଲ୍ଲୀ, ୨୪।୭: ବିଶ୍ୱର ହଜାର ହଜାର ଯୁବପିଢ଼ିଙ୍କୁ ମାତ୍ର ୨୦ ସେକେଣ୍ଡରେ ନିଜକୁ ବ୍ୟକ୍ତ କରିବାର ଭିଡିଓ ଆପ ଟିକ୍‌ଟକ୍‌ ନିଶା ଘାରିଛି। ଏବେ ଭାରତରେ...

ନୂଆ ସରକାର ଗଠନ ପରେ ୫ ରାଜ୍ୟରେ ଅଟକି ରହିଛି ୬ ଲକ୍ଷ ୭୦ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ,୧୫।୧୨: ଭାରତର ୫ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି। ସେଥିମଧ୍ୟରୁ...

ମେ ୨୩ ପୂର୍ବରୁ ଭାଙ୍ଗିବ ଏସପି-ବିଏସପି ମେଣ୍ଟ: ଯୋଗୀ

ଲକ୍ଷ୍ନୌ, ୧୬।୫: ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ମଧ୍ୟରେ ମେଣ୍ଟ ହେବା ପରେ ଉତ୍ତର ପ୍ରଦେଶରେ ରାଜନୈତିକ ସମୀକରଣ ବଦଳିବାର ଅନୁମାନ କରାଯାଉଛି। ଏନେଇ...

ଜମାଟୋରେ ଅର୍ଡର କଲେ ରୋଲ୍‌: ଆକାଉଣ୍ଟରୁ କଟିଗଲା ୯୧ହଜାର ଟଙ୍କା

ନୂଆଦିଲ୍ଲୀ,୧୧।୧୨: ଜମାଟୋକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଥିବା ବେଳେ ଦିଲ୍ଲୀ ଗାଜିଆବାଦରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି। ଜମାଟୋରୁ ଆସିଥିବା...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପାର ଷ୍ଟାର୍‌ ପ୍ରଚାରକ ତାଲିକାରେ ମୋଦି, ଶାହା

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଂଗ୍ରେସ ପରେ ଭାଜପା ନିଜ ଷ୍ଟାର ପ୍ରଚାରକ ତାଲିକା ବୁଧବାର ଘୋଷଣା କରିଛି।...

କଂଗ୍ରେସକର୍ମୀଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀଙ୍କୁ ଆଗାମୀ ୨୪ ଘଣ୍ଟା ସତର୍କ...

Leave a comment

Your email address will not be published. Required fields are marked *