Posted inଜାତୀୟ

ଏସ୍‌ସି,ଏସ୍‌ଟି ଆଇନ ନେଇ ରାୟ ଆଜି

ନୂଆଦିଲ୍ଲୀ,୧୩-୯:ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିଶନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରଦାନ କରିପାରନ୍ତି। ୨୦୧୮ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଉକ୍ତ ଆଇନରେ ଗିରଫଦାରି ବ୍ୟବସ୍ଥାକୁ କୋହଳ କରିଥିଲେ। ରାୟର ପୁନର୍ବିଚାର ଲାଗି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ରିଭ୍ୟୁ ପିଟିଶନ ଦାଏର କରିଥିଲେ। ଶୁକ୍ରବାର ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ମେ ୧ରେ ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ। ଦେଶର ଆଇନ ଜାତି ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଥିଲେ।
ଏସ୍‌ସି/ଏସ୍‌ଟି ଆଇନକୁ ସରକାରୀ କର୍ମଚାରୀ ଓ ଅନ୍ୟମାନଙ୍କ ବିରୋଧରେ ଅପବ୍ୟବହାର କରାଯାଉଥିବା ଅନୁଭବ କରି ଏହି ଆଇନରେ ଅଭିଯୋଗ ଆସିଲେ ତୁରନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି ୨୦୧୮ ମାର୍ଚ୍ଚରେ ସୁପ୍ରିମକୋର୍ଟ କହିଥିଲେ। ଅନେକ କ୍ଷେତ୍ରରେ ନିରୀହ ନାଗରିକଙ୍କୁ ଅଭିଯୁକ୍ତ କରାଯାଉଛି। ସରକାରୀ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡୁଛି। ଏହା ଆଇନର ଉଦ୍ଦେଶ୍ୟ ନ ଥିଲା । ଯଥେଷ୍ଟ ପ୍ରମାଣ ନ ଥିଲେ ଆଗୁଆ ଜାମିନ ପ୍ରଦାନରେ ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି ଅଦାଲତ ମତ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ନେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏହି ହିଂସାରେ ଅନେକ ଲୋକ ମୃତାହତ ହୋଇଥିଲେ। ଏଭଳି ରାୟ ସମସ୍ୟା ସୃଷ୍ଟି କରୁଥିବାରୁ କୋର୍ଟ ଏହାର ସମୀକ୍ଷା କରିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ। ଉକ୍ତ ରାୟକୁ ଅକାମୀ କରିବା ପାଇଁ ଗତବର୍ଷ ଅଗଷ୍ଟ ୯ରେ ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ ହୋଇଥିଲା। ଆଗୁଆ ଜାମିନ ବ୍ୟବସ୍ଥା ହଟାଇ ଦିଆଯାଇଥିବା ଉକ୍ତ ସଂଶୋଧିତ ଆଇନ ଉପରେ ରହିତାଦେଶ ଦେବାକୁ ଜାନୁୟାରୀ ୩୦ରେ ସୁପ୍ରିମକୋର୍ଟ ମନା କରିଦେଇଥିଲେ।


All Right Reserved By

ଅଚାନକ ଜିଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଯୋଗୀ

ଲକ୍ଷ୍ନୌ,୨୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଅଚାନକ ଭାବେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ରୋଗୀଙ୍କୁ ଭେଟିବା ସହ ହସ୍ପିଟାଲରେ...

୫୦ ଟପିଲା ପିଆଜ

ନୂଆଦିଲ୍ଲୀ,୨୧।୯: ଖାଉଟିଙ୍କୁ ପୁଣି ଥରେ ପିଆଜ କନ୍ଦାଇଛି। ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ସପ୍ତାହ ତଳେ ଏହାର ଦାମ୍‌...

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି।...

ସଡ଼କ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୧୫।୫: ଝାଡ଼ଖଣ୍ଡରେ ମାଓବାଦୀ ପୁଣି ସକ୍ରିୟ ହୋଇଛନ୍ତି। ସ୍ଥାନୀୟ ରାଜପୁର ଥାନା ଅନ୍ତର୍ଗତ ବେଙ୍ଗୋକୋଲା ପଞ୍ଚାୟତର ପଥେଲ ଗାଁର ବଘମରିଠାରେ ମାଓବାଦୀମାନେ ସଡ଼କ ନିର୍ମାଣ କାର୍ଯ୍ୟରେ...

ଖରସ୍ରୋତା ନଦୀରେ ଭାସିଗଲେ ବିଏସ୍‌ଏଫ୍‌ ଯବାନ: ଲୋଡ଼ାଗଲା ପାକିସ୍ତାନ ସହାୟତା

ଶ୍ରୀନଗର,୨୯।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆର୍ନିଆ ସେକ୍ଟରରେ ଜଣେ ବିଏସ୍‌ଏଫ୍‌ ଯବାନ ଖରସ୍ରୋତା ନଦୀରେ ଭାସିଯାଇଛନ୍ତି। ୫୪ ବର୍ଷ ବୟସ୍କ ବିଏସ୍‌ଏଫ୍‌ ସବ୍‌...

ଭେଲୋର ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୭ା୪: ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ନିର୍ବାଚନ ବାତିଲ କରିଦିଆଯାଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଜଣେ ଡିଏମ୍‌କେ...

ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି: ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ

ନୂଆଦିଲ୍ଲୀ,୧।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ୨୦୧୮ ସେପ୍ଟେମ୍ବର...

ଡ୍ରେନ୍‌ ସଫାକଲେ ଜିଲାପାଳ

ରାମପୁର,୨୪।୮: ଉତ୍ତର ପ୍ରଦେଶ ରାମପୁର ଜିଲାର ଜିଲାପାଳ ଅନଜାନେୟ କୁମାର ସିଂ ଡ୍ରେନ୍‌ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ କହିଛନ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *