ଦୁଇ ବାଇକ୍‌ ମୁହାଁମୁହିଁ: ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଉମରକୋଟ, ୧୨।୯(ଡି.ଏନ୍‌.ଏ.)- ଉମରକୋଟ ବ୍ଲକ କାରଗା ନିକଟରେ ବୁଧବାର ରାତିରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ଏଥିରେ ଗୁରୁତର ଅଛନ୍ତି। ମୃତକ ହେଲେ ଫୁକାଗୁଡ଼ା ଗ୍ରାମର କୈଳାସ ମାଝି। ସେହିଭଳି ଗୁରୁତର ସିଂସାରୀ ଗ୍ରାମର ରଣବିଜୟ ଶର୍ମାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଫୁକାଗୁଡ଼ ଗାଁର ଏକ ଛୋଟ ଛୁଆର ନାକରୁ ରକ୍ତ ପଡିବାରୁ କୈଳାସ ଓ ଅନ୍ୟଜଣେ ଉକ୍ତ ଶିଶୁକୁ ବାଇକ୍‌ ଯୋଗେ ଉମରକୋଟ ଡାକ୍ତରଖାନାକୁ ନେଉଥିଲେ। କାରଗା ନିକଟ ପୋଲ ପାଖରେ ବିପରୀତ ଦିଗରୁ ଆସୁଥିବା ରଣବିଜୟଙ୍କ ବାଇକ୍‌ ସହ କୈଳାସଙ୍କ ଗାଡି ଧକ୍କା ହୋଇଥିଲା। ଘଟଣାସ୍ଥଳରେ କୈଳାସ ପ୍ରାଣ ହରାଇଥିଲେ। ଏହାପରେ ରଣବିଜୟଙ୍କୁ ସ୍ଥାନୀୟ ଜିଲା ପରିଷଦ ରବି ଧଳଙ୍କ ସହାୟତାରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ରଣବିଜୟଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ପଠାଯାଇଛି। ସୀଙ୍ଗସାରି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଇକ୍‌ ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି।


All Right Reserved By

ଏମ୍‌ଭି ପଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୪ ଗିରଫ

କଟକ ଅଫିସ,୧୨ା୮: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନ୍‌ନଗର ଏମ୍‌ଭି ପଡିଆରେ ଗତ ଜୁଲାଇ ୧ରେ ଘଟିଥିବା ଶୁଭ୍ରାଂଶୁ ଶତପଥୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି ପୋଲିସ।...

୯ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର, ୩୧ା୭ (ସ୍ବ.ପ୍ର.)-ମଙ୍ଗଳବାର ଅପରାହ୍ବରେ ଏକ ଘରୋଇ ବସ ଉପରେ ଚଢାଉ କରି ଶ୍ରମ ବିଭାଗ ନାବାଳିକା ଶିଶୁ ଶ୍ରମିକଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର...

୧୫୫୦୧ ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମ

ବଇଣ୍ଡା,୧୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଗ୍ରାମରେ ଚାଲିଥିବା ସପ୍ତାହେବ୍ୟାପୀ ଦୁର୍ଗାପୂଜାର ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ମା’ଙ୍କଠାରେ ଲାଗିଥିବା...

ପ୍ରଦୂଷଣ ଜ୍ୱାଳାରେ କାରୋ ନଦୀ

ବଡବିଲ, ୧୮।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ବୋହିଯାଇଥିବା ଜୀବନରେଖା ଭାବେ ପରିଚିତ କାରୋନଦୀ ଏବେ ସଙ୍କଟରେ। ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ...

ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ...

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତ ବାପ ପୁଅ ଗିରଫ

ଭଦ୍ରକ ଅଫିସ, ୨୬।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଉତରାଗଡିଆ ପାଟଣାରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ...

ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ବାଙ୍ଗିରିପୋଷି,୮।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଝାରପୋଖରୀଆ ଥାନା ଆମଡିହା ପଞ୍ଚାୟତର ଗୁଲୁବଣି ଠାରେ ଚାଷୀ ଦୁଗଡୁ ମାଝି (୫୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ...

ବିଜେପୁର: କଂଗ୍ରେସର ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ୨୧ତାରିଖରେ ବିଜେପୁର ଆସନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ସବୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *