ଜରିମାନା ଜାଲରେ ପୋଲିସ

ପାଟନା: ମୋଟର ଯାନ ଆଇନ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଯେଭଳି ଜରିମାନା କରାଯାଉଛି ତାହା ଭାବିହେଉନି। ଅତ୍ୟଧିକ ଜରିମାନାକୁ ନେଇ କେତେକ ରାଜ୍ୟ ଏହାକୁ ଲାଗୁ କରିବା ନିର୍ଦ୍ଦେଶକୁ ଫେରାଇନେବା ଓ କିଛି ରାଜ୍ୟ ଏହା ଉପରେ ବିଚାର କରୁଥିବାବେଳେ ବିହାର ଆଉ ପାଦେ ଆଗେଇଯାଇଛି। କଥାରେ କହନ୍ତି ପୋଲିସ ଯଦି ଚୋରି କରିବ ତାକୁ ଧରିବ କିଏ। କିନ୍ତୁ ଏବେ ବିହାରରେ ପୋଲିସକୁ ପୋଲିସ ଧରିବ। ସେଠାରେ ଲୋକମାନେ ଜରିମାନ ଦେଉଛନ୍ତି , ପୋଲିସ ଆଦାୟ କରୁଛନ୍ତି। ଏହି ଆଳରେ ସେମାନେ ଯଦି ଜରିମାନା ଜାଲରେ ପଡୁଛନ୍ତି ପଦ ଉପଯୋଗ କରି ଖସିଯାଉଛନ୍ତି। କିନ୍ତୁ ଏବେ ଖସିବାର ବାଟ ପୂରା ବନ୍ଦ। ପୋଲିସ ନିୟମ ଫାଶରେ ଛନ୍ଦି ହୋଇଯାଇଛିି । ଟ୍ରାଫିକ ନିୟମ ଭଙ୍ଗ କଲେ ସେମାନେ ଜରିମାନା ଦେବେ, ତାହା ପୁଣି ଧାର୍ଯ୍ୟ ରାଶିର ଦୁଇଗୁଣ ଗଣିବେ। ବିହାର ପୋଲିସ ପରିବହନ ମୁଖ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଟ୍ରାଫିକ ନିୟମ ସମସ୍ତଙ୍କ ଲାଗି ଲାଗୁ ହୋଇଛି ଓ ତାହାକୁ ଭଙ୍ଗ କଲେ କେହି ବି ସେଥିରୁ ଖସି ଯାଇପାରିବେନାହିଁ । ଏବେ ପୋଲିସ ପଦ ଆଉ କାମ କରିବନାହିଁ, ଜରିମାନା ଦେବାକୁ ହିଁ ପଡିବ। ଜରିମାନା ସେମାନଙ୍କ ଦରମାରୁ କଟିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।


All Right Reserved By Dharitri.Com

ଭାଜପା- ଟିଏମ୍‌ସି କର୍ମକର୍ତ୍ତା ମୁହାଁମୁହିଁ

କୋଲକାତା,୨।୯: ପଶ୍ଚିମବଙ୍ଗ ବାରାକପୁରରେ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା) ଓ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାଜପାର ୨୫ କର୍ମକର୍ତ୍ତା ଆହତ ହୋଇଥିବା...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ କାନପୁର: ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍‌ ବିକାଶ କରିଛନ୍ତି । ଷ୍ଟ୍ରୋକ୍‌...

ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍‌

ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍‌ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ...

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା...

ଗୌତମ ଗମ୍ଭୀରଙ୍କ ନାମରେ ଠକେଇ ଅଭିଯୋଗ: ଚାର୍ଜଶିଟ୍‌ ଦାଖଲ

ନୂଆଦିଲ୍ଲୀ,୨୯।୯: ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନାମରେ ଏକ ଠକେଇ ଅଭିଯୋଗ ହୋଇଛି। ଏନେଇ ଚାର୍ଜଶିଟ୍‌ ସାକେତ୍‌ କୋର୍ଟରେ ଦାଖଲ ହୋଇଛି।...

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ...

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ...

ଭାଜପାରୁ ପ୍ରାର୍ଥୀ ହେବା ସନ୍ନିଙ୍କର ଭଲ ନିଷ୍କତ୍ତି: ହେମା ମାଳିନୀ

ମୁମ୍ବାଇ,୨୯।୪: ପଞ୍ଜାବ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ୍‌ ନାୟକ ସନ୍ନି ଦେଓଲ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏହାକୁ ନେଇ ମତ ରଖିଛନ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *