Posted inଜାତୀୟ

ଗଣେଶ ଭକ୍ତଙ୍କୁ ଚାଲାଣ ଡର

ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଦେବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ଏହି ପରିପ୍ରେକ୍ଷୀରେ ଗୁଜରାଟ ସୁରଟ ସହରର ଗଣେଶ ପୂଜାର ଏକ ପେଣ୍ଡାଲରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଭାବିବେ ଏହା ଟ୍ରାଫିକ ନିୟମ ପ୍ରତି ସଚେତନତା ନା ନୂଆ ନିୟମର ଡର। ଉକ୍ତ ସହରର ଏକ ପେଣ୍ଡାଲରେ ଭକ୍ତମାନେ ହେଲ୍‌ମେଟ ପିନ୍ଧି ଭଗବାନ ଗଣେଶଙ୍କୁ ଦର୍ଶନ କରି ଆଳତୀ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ସୁରଟର ବେସୁ ଅଞ୍ଚଳ ନିକଟରେ ଥିବା ନନ୍ଦିନୀ-୧ରେ ଅନ୍ୟ ପେଣ୍ଡାଲମାନଙ୍କ ଭଳି ଭଗବାନ ଗଣେଶଙ୍କୁ ବିଦାୟ ଦେବା ପାଇଁ ଆଳତୀର ଆୟୋଜନ କରାଯାଇଥିଲା। ଏଠାରେ ଅତ୍ୟଧିକ ଭକ୍ତ ହେଲ୍‌ମେଟ ପିନ୍ଧି ପହଞ୍ଚିଥିଲେ। ତେବେ ସେଠାରେ ଏକ ମହିଳା ହେଲ୍‌ମେଟ ପିନ୍ଧି ଠାକୁରଙ୍କ ଆଳତୀ କରିଥିଲେ। ଏହାଦ୍ୱାରା ସେ ଲୋକଙ୍କୁ ହେଲ୍‌ମେଟ ପିନ୍ଧିବା ନେଇ ସଚେତନତା କରାଉଛନ୍ତି। ସରକାର ଟ୍ରାଫିକ ନିୟମରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତାହା ଲୋକଙ୍କ ସୁରକ୍ଷା ପାଇଁ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ...

ଗୁଜରାଟରେ କଂଗ୍ରେସକୁ ବଡ଼ ଝଟ୍‌କା: ଆଉ ଜଣେ ବିଧାୟକ ଦେଲେ ଇସ୍ତଫା

ଗାନ୍ଧୀନଗର,୧୬।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁଜରାଟ କଂଗ୍ରେସର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହାସହିତ...

‘ଭଗବାନ କହିଲେ ବି କ୍ଷମାଦେବିନି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କରିଥିବା...

ଛତିଶଗଡ଼ ଏନ୍‌କାଉଣ୍ଟର: ୨ଯବାନ ଶହୀଦ

ବିଜାପୁର,୨୮।୬: ଛତିଶଗଡ଼ର କେଶକୁତୁଲ ଅଞ୍ଚଳରେ ଶୁକ୍ରବାର ମାଓବାଦୀ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସିଆର୍‌ପିଏଫ୍‌ର...

ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ଅନୁଷ୍ଠିତ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ...

ମାନେକା ପଛରେ, ସୋନିଆ, ବରୁଣ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସବୁଠି ରାଜନୀତି ସରଗରମ ଥିବା ବେଳେ ଭାଜପା ନେତ୍ରୀ ମାନେକା ଗାନ୍ଧୀ ସୁଲତାନପୁର ଆସନରୁ ପଛରେ ଥିବା...

ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍‌ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ...

ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୋଦି ଦେଲେ ୩୦ ଲକ୍ଷ

ନୂଆଦିଲ୍ଲୀ,୨୩।୬: ଜଣେ ୧୬ ବର୍ଷ ବୟସ୍କ ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ଲକ୍ଷ ଟଙ୍କାର ପ୍ରଦାନ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ରିଲିଫ୍‌...

Leave a comment

Your email address will not be published. Required fields are marked *