ନିଆରା ବିବାହ : ମନ୍ତ୍ରରେ ନୁହେଁ, ଫିଲ୍ମ ଗୀତରେ ବିବାହ କାର୍ଯ୍ୟ ସମାପନ କଲେ ପଣ୍ଡିତ; ଦେଖନ୍ତୁ ଭିଡିଓ…

ସାଧାରଣତଃ ବିଧି ବିଧାନ ସହ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏଥିରେ ଅଧିକ ବି ସମୟ ଲାଗିଥାଏ। କିନ୍ତୁ ଏପରି ଏକ ବିବାହ ଉତ୍ସବର ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ନ ହସି ରହିପାରିବେନି। ଏହି ବିବାହ ଉତ୍ସବରେ ପଣ୍ଡିତ ମନ୍ତ୍ରପାଠ ଉଚ୍ଚାରଣ ନ କରି କିଛି ହିନ୍ଦୀ ଫିଲ୍ମର ଗୀତ ଗାଇ ବିବାହ କାର୍ଯ୍ୟ ସମାପନ କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାବିତ୍ରୀ ଆରୋରା ଏବଂ ରାହୁଲ ଗୁରୁନାନୀଙ୍କ ବିବାହରେ ପଣ୍ଡିତ ମନ୍ତ୍ରପାଠ ଉଚ୍ଚାରଣ କରିବା ପରିବର୍ତ୍ତେ ବଲିଉଡ୍‌ର କିଛି ଫିଲ୍ମ ଗୀତ ଗାଇଛନ୍ତି। ବରଯାତ୍ରୀମାନେ ମଧ୍ୟ ଏହି ଗୀତର ବେଶ୍‌ ମଜା ଉଠାଇଛନ୍ତି। ଏହି ବିବାହ ସମୟର ଫଟୋଟିକୁ କନ୍ୟା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଭିଡ଼ଭିତରେ ପଣ୍ଡିତ କନ୍ୟାକୁ କେଉଁ ମନ୍ତ୍ର ପାଠ କରିବେ ବୋଲି ପଚାରୁଛନ୍ତି। ହିନ୍ଦୀ ଗୀତ ନା ମନ୍ତ୍ର? ଏହା ଉତ୍ତରରେ କନ୍ୟା କହୁଛନ୍ତି ହିନ୍ଦୀ ଗୀତ। ପରେ ପଣ୍ଡିତ ହିନ୍ଦୀ ଫିଲ୍ମ ‘ଦିଲ୍‌ ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ର ତୁଝେ ଦେଖା ତୋଏ ଜାନା ସନମ୍‌ ଗୀତ ଗାଇଥିଲେ। ଭିଡିଓଟିିରେ ଦମ୍ପତି ଖୁବ୍‌ ମଜା ଉଠାଇବା ସହ ଉପସ୍ଥିତ ବନ୍ଧୁ ପରିଜନ ମଧ୍ୟ ମନଭରି ଗୀତଟିକୁ ଉପଭୋଗ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡିଓ…


All Right Reserved By Dharitri.Com

ପ୍ରେମ ବିବାହକୁ ରାଜିହେଉନାହାନ୍ତି କି ପରିବାର ଲୋକେ? ମନାଇବା ପାଇଁ ଜାଣନ୍ତୁ କିଛି ଟିପ୍ସ

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ବପ୍ନ ଥାଏ। ତେବେ ସବୁ ସ୍ବପ୍ନ ଭିତରୁ ବାହାଘରରେ ଘର...

ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ କଲା ଇସ୍ରୋ: ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୧୧।୧୨: ଭାରତୀୟ ମହାକାଶ କେନ୍ଦ୍ର ଇସ୍ରୋ ପକ୍ଷରୁ ସଫଳତାର ସହିତ ରିସାଟ୍‌-୨ବିଆର୍‌-୧ର ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ବୁଧବାର ଅପରାହ୍ନ ୩ଟା ୨୫ରେ...

କଂଗ୍ରେସ-ଶିବସେନା-ଏନ୍‌ସିପିକୁ ଘାରିଛି ବାଡ଼ଡିଆଁ ଭୟ !

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଡୋରି ଧରିଛନ୍ତି। ତେବେ ଶକ୍ତି ପରୀକ୍ଷା...

ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍‌ ଡ୍ରେସ୍‌ ରିହର୍ସାଲ

ନୂଆଦିଲ୍ଲୀ,୨୩।୧:ରାଜଧାନୀ ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗୁରୁବାର ଏଠାରେ ଫୁଲ୍‌ ଡ୍ରେସ୍‌ ରିହର୍ସାଲ କରାଯାଇଛି। ଏଥିପାଇଁ ଦିଲ୍ଲୀର କେତେଗୁଡିଏ ରାସ୍ତାକୁ...

ଚାଇନା ସୀମାରେ ପରାକ୍ରମ ଦେଖାଇଲା ଭାରତୀୟ ସେନା

ଲଦାଖ,୧୮।୯: ଭାରତୀୟ ସେନା ମଙ୍ଗଳବାର ଚାଇନା ସୀମା ଅର୍ଥାତ୍‌ ପୂର୍ବ ଲଦାଖ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସରେ ବଖତରବନ୍ଦ ସେନାର ସଦସ୍ୟ, ବାୟୁସେନା ଓ...

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସାଧାରଣ ଜନତାଙ୍କୁ ଭେଟିଲେ ଚୌତାଲା

ସିରସା,୨୮।୧୦: ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ହରିୟାଣାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ତାଙ୍କ ନିର୍ବାଚନ ମଣ୍ଡଳି ଗସ୍ତ...

ଆମେରିକା ରିପୋର୍ଟକୁ ଭାରତର ଖଣ୍ଡନ: ଦେଶ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୬: ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଭାରତ ଖଣ୍ଡନ କରିଛି। ଏହା ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଭିଶ୍‌ କୁମାର ଦେଶ ସବୁବେଳେ...

ମୃତ୍ୟୁ ପ୍ରମାଣ ପତ୍ର ମାଗିବାରୁ ମୃତଦେହ ସହ ବୀମା କାର୍ଯ୍ୟାଳୟ ପହଞ୍ଚିଲେ ପରିଜନ

କୌଣସି ବ୍ୟକ୍ତିଙ୍କର ଯଦି ବୀମା କରାଯାଇଥିବା ତେବେ ମୃତ୍ୟୁ ପରେ ପରିଜନ ଏହାର ପ୍ରମାଣ ଦେଇ ଲାଭ ରାଶି ଉଠାଇ ପାରିବେ। ହେଲେ ଦକ୍ଷିଣ ଆଫ୍ରିକାରେ...

Leave a comment

Your email address will not be published. Required fields are marked *