ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ ଥେରାପି ଦିଆଯାଉଛି। ଫଳରେ ଏମାନଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ ଏମାନେ ଅଧିକ ପରିମାଣରେ ଦୁଗ୍ଧ ଦେଉଛନ୍ତି ବୋଲି କୁହୁଛନ୍ତି ଏମାନଙ୍କ ଯତ୍ନ ନେଉଥିବା ଲୋକେ। ଜମ୍ମୁ ସହରର ଅମ୍ବଫଲାଠାରେ ଥିବା ଏହି ଗୋଶାଳା ୧୯୬୦ ମସିହାରେ ଆରମ୍ଭ ହୋଇଥିବା କୁହାଯାଏ। ସମାଜସେବୀ ମୁଲରାଜ ଶାସ୍ତ୍ରୀ ଓ ତାଙ୍କର କେତେଜଣ ବନ୍ଧୁ ଆହତ, ରୋଗଗ୍ରସ୍ତ ଓ ଅନାଥ ଗୋମାତାଙ୍କ ଯତ୍ନ ନେବାକୁ ଏହି ଗୋଶାଳା ଆରମ୍ଭ କରିଥିବା କୁହାଯାଏ। ଏହାର ଦେଖାରେଖା କରୁଥିବା ଜମ୍ମୁ-କଶ୍ମୀର ଗୋଶାଳା ସମିତିର ପ୍ରଧାନ ରାଜକୁମାର ରାଜା କୁହନ୍ତି ଏଥିପାଇଁ କୌଣସି ସରକାରୀ ସହାୟତା ମିଳୁନାହିଁ। ନିଜ ଉଦ୍ୟମରେ ଲୋକମାନଙ୍କ ସହଯୋଗରେ ଏହାକୁ ଚଳାଇବାକୁ ପଡୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଉକ୍ତ ଗୋଶାଳାରେ ପ୍ରାୟ ୪୫୦ ଗାଈ, ବାଛୁରୀ ରହିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ କିଣା ଯାଇ ନାହିଁ। ସମସ୍ତଙ୍କୁ ରାସ୍ତା କଡରୁ ଅନାଥ ଭାବେ ହେଉ ଅବା ଆହତ ଭାବେ ଉଦ୍ଧାର କରାଯାଇ ସେମାନଙ୍କର ଏଠାରେ ଚିକିତ୍ସା ପରେ ସୁସ୍ଥ କରାଯାଇ ରଖାଯାଇଛି। ଏଠାରେ ଥିବା ଗାଈମାନଙ୍କୁ ମୁକୁଳା ଛାଡି ଦିଆଯାଇଛି। ଦିନକୁ ଏଠାର ପ୍ରାୟ ୧୨ ଘଣ୍ଟା ବଂଶୀ ବାଜିଥାଏ ବୋଲି କୁହନ୍ତି ରାଜକୁମାର। ପ୍ରଥମେ ସକାଳ ୬ଟାରୁ ୧୨ଟା ଓ ପରେ ଦିନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏଠାରେ ବଂଶୀ ବାଦନ କରାଯାଇଥାଏ। ଆଉ ବଂଶୀ ବାଜିବା ମାତ୍ରେ ସେଠାରେ ଥିବା ସବୁ ଗାଈ ଠିଆ ହୋଇଯାଆନ୍ତି। ରାଜକୁମାର କୁହନ୍ତି ରାଧା ନାମକ ଏକ ଗାଈ ବଂଶୀ ବାଜିବା ମାତ୍ରେ ଝୁଲିବାକୁ ଆରମ୍ଭ କରେ। ତେବେ ଶ୍ରୀକୃଷ୍ଣ ଗାଈ ଚରାଇବା ବେଳେ ବଂଶୀ ବଜାଉଥିବାରୁ ଏହାକୁ ଏଠାରେ ପ୍ରୟୋଗ କରାଯାଇଛି ବୋଲି ସେ କୁହନ୍ତି। ଶେର-ଏ-କଶ୍ମୀର ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ସାଇନସେସ୍‌ ଆଣ୍ଡ ଟେକ୍ନୋଲୋଜିର ଭେଟେନାରୀ ଓ୍ବିଙ୍ଗର ବରିଷ୍ଠ ଡାକ୍ତର ନିଲେଶ ଶର୍ମା କୁହନ୍ତି ଦୁଗ୍ଧ ଦେଉଥିବା ପ୍ରାଣୀମାନେ ଯଦି ଚାପଗ୍ରସ୍ତ ପରିବେଶରେ ରୁହନ୍ତି ତେବେ ସେମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହୋଇ ନ ଥାଏ। ଫଳରେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୁଗ୍ଧ ଆସିପାରି ନ ଥାଏ। ହେଲେ ସଙ୍ଗୀତମୟ ପରିବଶେରେ ରହିଲେ ଏମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ ଓ ଏମାନେ ସୁସ୍ଥ ରହିଥାଆନ୍ତି।


All Right Reserved By

ଆସୁଛି ରାଖୀପୂର୍ଣ୍ଣିମା: ଶୁଣନ୍ତୁ ଏହି ଗୀତ, ଭଉଣୀଙ୍କ ସହ ସମ୍ପର୍କକୁ କରନ୍ତୁ ନିବିଡ଼

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାଖୀ। ତେବେ ବର୍ଷରେ ଥରୁଟିଏ ଆସୁଥିବା ଏହି ରାଖୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।...

କୁନି ମୁଣ୍ଡର ସୁରକ୍ଷା କବଚ ଏଇ ବ୍ୟାକ୍‌ପ୍ୟାକ୍‌

କୁନି ପିଲାଟି ବସିବା ଆରମ୍ଭ କଲେ ଅବା ଟଳମଳ ପାଦ ପକାଇ ଚାଲିବା ଆରମ୍ଭ କଲେ ମା’ବାପାଙ୍କୁ ବହୁତ ଖୁସି ଲାଗେ। ହେଲେ ଡର ଥାଏ...

ପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ଲକ୍ଷ୍ନୌ,୧୮।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଶ୍ରତୁଘ୍ନ ଭାଜପା...

ଏମିତି ରେଳଷ୍ଟେଶନ, ଯାହାର ପରିଚାଳନା ଦାୟିତ୍ୱ ନିର୍ବାହ କରିଥାନ୍ତି ଛୋଟ ପିଲା

ଯେକୌଣସି ଦେଶରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଏଥିମଧ୍ୟରୁ ରେଳପଥ ଅନ୍ୟତମ। ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ନିହାତି ଜରୁରୀ। ବିଶେଷକରି...

କୁକୁରର ନାମକରଣ କରି ଜେଲ୍‌ ଗଲେ ମାଲିକ

ପୋଷା ଜନ୍ତୁଙ୍କୁ ଅନେକ ଲୋକ ଆଦରରେ ବିଭିନ୍ନ ନାଁରେ ଡାକିଥାଆନ୍ତି। ହେଲେ ଚାଇନାରେ ଏବେ ଏଥିପାଇଁ ପୋଷା ଜନ୍ତୁଙ୍କ ମାଲିକଙ୍କୁ ଜେଲ୍‌ ଯିବାକୁ ପଡିଛି। ଚାଇନାର...

ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’: ଚିଠି ଦେଉଛି ପ୍ରେରଣା କହିଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ରବିବାର ଖୋଲି କହିଛନ୍ତି। ଅଲ୍‌...

ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ମାଗିଲେ ମୋଦି

ନୂଆଦିଲ୍ଲୀ,୧୬।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ମଙ୍ଗଳବାର ସଂସଦର ଲାଇବ୍ରେରୀ ବିଲଡିଂରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଏସ୍‌ପି ନେତା ନୀରଜ ଶେଖରଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬ା୭: ସମାଜବାଦୀ ପାର୍ଟି ନେତା ନୀରଜ ଶେଖର ସୋମବାର ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ଗୃହର ଅଧ୍ୟକ୍ଷ ଏମ୍‌....

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *