ମେହସୁଦ୍‌ ବିଶ୍ୱ ଆତଙ୍କବାଦୀ

ଓ୍ବାଶିଂଟନ,୧୨ା୯: ୯/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତି ଅବସରରେ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ସନ୍ଦିଗ୍ଧ ଆତଙ୍କବାଦୀ, ସେମାନଙ୍କ ସମର୍ଥକ ଓ ଆର୍ଥିକ ସହାୟତା ଯୋଗାଉଥିବା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାକ୍ଷରରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପାକିସ୍ତାନର ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି) ମୁଖ୍ୟ ମୁଫ୍‌ତି ନୁର୍‌ ମେହସୁଦ୍‌ ସମେତ ୧୨ ଆତଙ୍କବାଦୀଙ୍କୁ ଆମେରିକା ପରରାଷ୍ଟ୍ର ବିଭାଗ ସ୍ବତନ୍ତ୍ର ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଟିଟିପି ମୁଖ୍ୟ ମୁଲ୍ଲା ଫଜ୍‌ଲୁଲ୍ଲାଙ୍କ ମୃତ୍ୟୁ ପରେ ୨୦୧୮ ଜୁନ୍‌ରେ ମେହସୁଦ୍‌ ସଂଗଠନର ନେତୃତ୍ୱ ନେଇଥିଲେ। ପାକିସ୍ତାନରେ ହୋଇଥିବା ଏକାଧିକ ଆକ୍ରମଣ ପାଇଁ ଟିଟିପି ନିଜକୁ ଦାୟୀ କରିଥିଲା। ମେହସୁଦ୍‌ ସମେତ ୧୧ ଆତଙ୍କବାଦୀ ସଂଗଠନର ନେତା, କାର୍ଯ୍ୟକର୍ତ୍ତା ଓ ସହଯୋଗୀଙ୍କୁ ଆମେରିକା ଉକ୍ତ ତାଲିକାରେ ସାମିଲ କରିଛି। ସେଥିରେ ଅଛନ୍ତି ହିଜବାଲ୍ଲା, ଇରାନ୍‌ର କୁଦ୍‌ସ ଫୋର୍ସ, ହମାସ, ପାଲେଷ୍ଟାଇନ୍‌ ଇସ୍‌ଲାମିକ୍‌ ଜେହାଦ, ଆଇଏସ୍‌, ଆଇଏସ୍‌ ଫିଲିପାଇନ୍ସ, ଆଇଏସ୍‌-ପଶ୍ଚିମ ଆଫ୍ରିକା, ଅଲ୍‌ କାଏଦା ଓ ସେମାନଙ୍କ ସହଯୋଗୀ ସଂଗଠନ।


All Right Reserved By

ପୃଥିବୀର ସବୁଠାରୁ ଉଚ୍ଚା ଗଛ: କୁତବ୍‌ ମିନାରଠାରୁ ବି ଅଧିକ

ସ୍କାରାମେଣ୍ଟୋ,୧୩।୭: ପୃଥିବୀର ସବୁଠାରୁ ଉଚ୍ଚା ଗଛ କାର୍ଲିଫର୍ନିଆ ରେଡ୍‌ ଉଡ୍‌ ଜାତୀୟ ଉଦ୍ୟାନରେ ରହିଛି। ଏହାର ଉଚ୍ଚତା ୧୧୫.୮୫ ମିଟର। ଏହି ଗଛ ସମ୍ପର୍କରେ ୨୦୦୬ରେ...

ସ୍ମାର୍ଟଫୋନ୍‌ ବ୍ୟବହାର ନ କଲେ କମ୍ପାନୀ ଦେଉଛି ମାଗଣା ପିଜା

ସ୍କାରାମେଣ୍ଟୋ, ୧୫।୬: ଏବେ ପୃଥିବୀରେ ସ୍ମାର୍ଟଫୋନ୍‌ ବ୍ୟବହାର ବଢ଼ିବାରେ ଲାଗିଛି। ତେବେ ଏହାଦ୍ୱାରା ପିଲାଙ୍କଠାରୁ ବୟସ୍କଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି ବୋଲି କାର୍ଲିଫର୍ନିଆର ଏକ...

ଇମ୍ରାନଙ୍କଠାରୁ ଭଲ ଥିଲା ପାକିସ୍ତାନର ଲୁଟ୍‌ କରୁଥିବା ସରକାର

ଇସ୍‌ଲାମାବାଦ,୩।୯: ପାକିସ୍ତାନ ଜନତା ଏବେ ମହଙ୍ଗା ମାଡକୁ ନେଇ ଚେପା ହୋଇ ଗଲେଣି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଉଦ୍ୟୋଗପତି ସଭିଏଁ ପାକିସ୍ତାନର ମହଙ୍ଗା...

ଆମେରିକାରେ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା

ହ୍ୟୁଷ୍ଟନ,୨୯ା୯(ପି.ଟି.): ଆମେରିକାର ଟେକ୍ସାସରେ ଜଣେ ଭାରତୀୟ-ଆମେରିକୀୟ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା କରାଯାଇଛି। ଆମେରିକା ପୋଲିସ ବିଭାଗରେ ସନ୍ଦିପ୍‌ ସିଂ ଧଲିଓ୍ବାଲଙ୍କୁ ଦାଢ଼ି ରଖିବା ଓ...

ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନ: ପୁଣି ବାଜି ମାରିଲେ ଜୋକୋ ଓ୍ବିଡୋଡୋ

ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ଜୋକୋ ଓ୍ବିଡୋଡୋ। ସେ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଭାଓ୍ବ ସୁବିଆଣ୍ଟୋଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟଥର...

ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ: ୧୦ ବର୍ଷରେ ଲକ୍ଷେ ୬୦ ହଜାର ଚିହ୍ନଟ

ଇସଲାମାବାଦ୍‌,୧୧।୯: ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ ଦେଖାଦେଇଛି। ଗତ ୧୦ ବର୍ଷ ମଧ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇ ଲକ୍ଷେ ୬୦ ହଜାରରେ...

ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା

ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା...

କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା ଉଦ୍ୟମ କଲେ ବିଚାରପତି

ବ୍ୟାଙ୍କକ,୫।୧୦: ଥାଇଲାଣ୍ଡରେ ଜଣେ ବିଚାରପତି କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି। ତାଙ୍କ ରାୟରେ ଅନ୍ୟ ଜଣେ ଉପରିସ୍ଥ ବିଚାରପତି ହସ୍ତକ୍ଷେପ କରିବାରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *