ଶ୍ରେଣୀଗୃହ ବିମ୍‌ରୁ ପ୍ଲାଷ୍ଟର ଖସିଲା

କଟକ ଅଫିସ, ୧୨।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍‌ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ ଛାତ୍ରୀ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏପରି କି ଶ୍ରେଣୀଗୃହରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ହେବ ବିଶ୍ୱବିଦ୍ୟାଳୟ ଆଇଟିଏମ ବିଭାଗ ଶ୍ରେଣୀଗୃହର ଛାତରୁ ବାରମ୍ବାର ସିଲିଂ ଖସୁଛି। ଏ ନେଇ ବହୁବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ହେଲେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇନାହିଁ। ଫଳରେ ବୁଧବାର ଲଗାଣ ବର୍ଷା ଯୋଗୁ ଛାତରେ ଥିବା ବିମ୍‌ରୁ ପ୍ଲାଷ୍ଟର ଖସିବା ସହ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। କେବଳ ଶ୍ରେଣୀଗୃହର ଛାତରୁ ନୁହେଁ ବିଭାଗର ଲ୍ୟାବ୍‌ରୁ ମଧ୍ୟ ସିଲିଂର ଖସିଛି। ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରମାମାନେ କ୍ଲାସ କରୁଛନ୍ତି। ଅଧିକ ବର୍ଷା ହେଲେ ପାଠପଢା ସମ୍ପର୍ଣ୍ଣ ଭାବେ ବନ୍ଦ ହୋଇଯାଉଛି। ଏ ନେଇ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରିଚୟ ଗୋପନ ରଖି କହିଛନ୍ତି, ଶ୍ରେଣୀଗୃହ ବର୍ତ୍ତମାନ ବିପଜ୍ଜନକ ଅବସ୍ଥାରେ ରହିଛି। ବହୁବାର ଛାତରୁ ପ୍ଲାଷ୍ଟର ଖସି ସାରିଲାଣି। କ୍ଲାସ ଭିତରକୁ ପ୍ରବେଶ କରିବାକୁ ଡର ଲାଗୁଛି। ଏପରି କି ସାମାନ୍ୟ ବର୍ଷାରେ ମଧ୍ୟ ଶ୍ରେଣୀଗୃହରେ ପାଣି ଜମି ରହୁଛି। ସେହିପରି ବିଭାଗର ଜଣେ ଛାତ୍ରୀ ପରିଚୟ ଗୋପନ ରଖି କହିଛନ୍ତି, ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀଗୃହ ଏବେ ଅସୁରକ୍ଷିତ। ବିଭାଗର ସମସ୍ତ ଛାତର ଅବସ୍ଥା ଅତି ଶୋଚନୀୟ। ଅନେକ କ୍ଲାସକୁ ମଧ୍ୟ ବାତିଲ କରିଦିଆଯାଉଛି। ଫଳରେ ପାଠପଢାରେ ଅସୁବିଧା ହେଉଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି। ଏ ସମ୍ପର୍କରେ କୁଳସଚିବ ଅଶୋକ କୁମାର ଦାସ କୁହନ୍ତି, ଶ୍ରେଣୀଗୃହ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ହେବା ଫଳରେ ମରାମତି କାର୍ଯ୍ୟରେ ବାଧା ଉପୁଜୁଛି। ପାଗରେ ପରିବର୍ତ୍ତନ ଆସିଲେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୦ଦିନ ମଧ୍ୟରେ ଶେଷ କରାଯିବ। ସୂଚନାଯୋଗ୍ୟ, କିଛିଦିନ ତଳେ ଜାତୀୟ କବି ବୀର କିଶୋର (ଜେକେବିକେ) ସରକାରୀ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ସିଲିଂ ଭୁଷୁଡ଼ିଥିଲା। ହେଲେ ସୌଭାଗ୍ୟ ବଶତଃ କୌଣସି ବଡ଼ ଧରଣର ବିପତ୍ତି ଘଟି ନ ଥିଲା।


All Right Reserved By

ଦ୍ୱିତୀୟ ଦିନରେ ବି ଖୋଲିଲାନି ତାଲା, ଗଛ ମୂଳେ ପାଠ ପଢିଲେ ଛାତ୍ରୀଛାତ୍ର

ତଳଗାଁ,୨୫।୭(ଡି.ଏନ.ଏ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗଣ୍ଡାପାଜୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଅଭିଭାବକମାନେ ସ୍କୁଲରେ ପକାଇଥିବା ତାଲା...

ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱ: ଅସମାହିତ ପ୍ରଶ୍ନର ସମାହାର

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜନୀତିରେ ସବୁକିଛି ସମ୍ଭବ। ଏଠି କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହନ୍ତି। ରାଜ୍ୟରେ ଖାଲିଥିବା ୩ଟି ରାଜ୍ୟ ସଭା ଆସନ...

ଶ୍ରୀମନ୍ଦିର ଜଗମୋହନର ଭିତର ଦୃଶ୍ୟ ଭାଇରାଲ

ପୁରୀ ଅଫିସ,୨୦ା୬: ଶ୍ରୀମନ୍ଦିର ପରିସର ମହାଲକ୍ଷ୍ମୀ ମନ୍ଦିର ଜଗମୋହନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ପାଟରା ସେବାୟତ ଚତୁର୍ଦ୍ଧା ବିଗ୍ରହଙ୍କ ଲାଗି ପଇତା...

ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର କାରବାର: ୩ ଗିରଫ

ରାଇରଙ୍ଗପୁର,୯।୯(ଡି.ଏନ.ଏ.)-ନୂଆ ମୋଟର ଯାନ ଆଇନ ଲାଗୁ ପରେ ବିଭିନ୍ନ ଗାଡିର ନକଲି ପ୍ରମାଣପତ୍ର କାରବାର ବୃଦ୍ଧି ପାଇଛି। ଗାଡି ଚାଳକଙ୍କୁ ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର...

ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା

ଜଳେଶ୍ୱର, ୬।୮-ମଣିଷ ବଞ୍ଚିଥିବା ବେଳେ ଯେତେ ବାଦବିବାଦ ଥାଉ ନା କାହିଁକି ମୃତ୍ୟୁ ପରେ ସମସ୍ତେ ତାହାକୁ ଭୁଲିଯାଇଥାନ୍ତି। ଏହାକୁ କୁହାଯାଏ ମଣିଷପଣିଆ। ହେଲେ ବାଲେଶ୍ୱର...

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ଚାଷ ଜମି ଫାଟି ଆଁ ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୪।୭(ଡି.ଏନ.ଏ.): ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ...

ମଦ ବିକ୍ରି ବନ୍ଦ କରିବାକୁ ମହିଳାଙ୍କ ଦାବି

ଜି.ଉଦୟଗିରି,୧୬ା୯(ଡି.ଏନ.ଏ.)-ଜି.ଉଦୟଗିରି ଥାନା ଅଞ୍ଚଳର କଳିଙ୍ଗା ଠାରେ ଅବାଧ ମଦ କାରବାର ଚାଲିଛି। ଏସବୁ ମଦ ବିକ୍ରିକୁ ଦଳମତ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଳିଙ୍ଗା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *