ଆକ୍ରମଣ କଲେ ପରିଣାମ ଭୋଗିବ

ଓ୍ବାଶିଂଟନ/ନ୍ୟୁୟର୍କ,୧୨ା୯ (ଏଏଫ୍‌ପି): ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବେ। ସେହିପରି ତାଲିବାନ ଉପରେ ସବୁଠୁ ବଡ଼ ଆକ୍ରମଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ଚେତାବନୀ ଦେଇଛନ୍ତି।
ଠିକ ଅଠର ବର୍ଷ ତଳେ ଆମେରିକା ଉପରେ ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ଆକ୍ରମଣ କରିଥିଲା। ଏଥିରେ ପ୍ରାଣ ହରାଇଥିବା ପ୍ରାୟ ୩,୦୦୦ ଲୋକଙ୍କୁ ବୁଧବାର ଆମେରିକାବାସୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୨୦୦୧ରେ ହୋଇଥିବା ଏହି ଘାତକ ଆକ୍ରମଣକୁ ନ୍ୟୁୟର୍କସ୍ଥିତ ଜାତୀୟ ସେପ୍ଟେମ୍ବର ୧୧ ସ୍ମାରକୀରେ ପୀଡ଼ିତଙ୍କ ପରିବାର, ପୋଲିସ ଅଧିକାରୀ, ଅଗ୍ନିଶମ ବାହିନୀ ଓ ନେତାମାନେ ଉପସ୍ଥିତ ରହି ମନେପକାଇଛନ୍ତି। ସେମାନେ ପୂର୍ବାହ୍ନ ୮ଟା ୪୬ରୁ ୯ଟା ୩ ମିନିଟ ପର୍ଯ୍ୟନ୍ତ (ନର୍ଥ ଓ ସାଉଥ୍‌ ଟାଓ୍ବାରରେ ଆକ୍ରମଣ ସମୟ) ନୀରବ ପ୍ରାର୍ଥନା କରିଛନ୍ତି। ଆମତ୍ୀୟ ସ୍ବଜନଙ୍କୁ ହରାଇଥିବା ଲୋକେ ପ୍ଳାକାର୍ଡ ଧରି ସ୍ମାରକୀସ୍ଥଳରେ ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଆମେରିକାର ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଛି।
ଆକ୍ରମଣରେ ନିହତଙ୍କ ସମ୍ମାନରେ ହ୍ବାଇଟ୍‌ ହାଉସ୍‌ ଉପରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସ୍ତ୍ରୀ ଫାର୍ଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ପୀଡ଼ିତଙ୍କ ପରିବାରକୁ ସ୍ବାଗତ କରି ନୀରବ ପ୍ରାର୍ଥନା କରିଛନ୍ତି। ପରେ ଟ୍ରମ୍ପ୍‌ ପେଣ୍ଟାଗନ ଯାଇ ସେଠାରେ ମୃତକଙ୍କୁ ସମ୍ମାନ ଜଣାଇଛନ୍ତି। ସେ ଏହାକୁ ‘ପାଟ୍ରିୟଟ୍‌ ଡେ’ ବାର୍ଷିକୀ ଭାବେ ପାଳନ କରି କହିଛନ୍ତି, ଆମେରିକାର ଶକ୍ତି, ସାହସ ଓ ସହାନୁଭୂତି କେବେ ଅସ୍ଥିର ହୋଇନାହିଁ। କ୍ୟାପିଟଲ ହିଲ୍‌ରେ କଂଗ୍ରେସ ସଦସ୍ୟମାନେ ନୀରବ ପ୍ରାର୍ଥନା କରିଥିବାବେଳେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଶାଙ୍କ୍‌ସଭିଲ୍ଲେରେ ଉଦ୍‌ବୋଧନ ଦେଇଛନ୍ତି।
୨୦୦୧ ସେପ୍ଟେମ୍ବର ୧୧ରେ ଓସାମା ବିନ୍‌ ଲାଡେନ୍‌ଙ୍କ ନେତୃତ୍ୱାଧୀନ ଅଲ୍‌-କାଏଦା ୪ଟି ବିମାନକୁ ଅପହରଣ କରିନେଇଥିଲା। ଅପହୃତ ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନକୁ ଧକ୍କା ଦେଇଥିଲା। ଫଳରେ ୨,୯୯୬ ନିହତ ହୋଇଥିବାବେଳେ ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହାସହ ୧୦ ବିଲିୟନ୍‌ ଡଲାରର ଭିତ୍ତିଭୂମି ଓ ସମ୍ପତ୍ତି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା।


All Right Reserved By Dharitri.Com

ବାହାରିନ୍‌ର ୨ ଶହ ବର୍ଷ ପୁରାତନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ରବିବାର ରାଜଧାନୀ ମାନାମାଠାରେ ଥିବା ୨ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ...

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ...

ଆତ୍ମଘାତୀ ବିସ୍ଫୋରଣରେ ୧୦ ନିହତ

କାବୁଲ,୬-୯: କାବୁଲରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ନାଟୋ ସେନା ମୁଖ୍ୟାଳୟ...

ବହି ଦୋକାନ ଯେଉଁଠି ନାହାଁନ୍ତି କୌଣସି କର୍ମଚାରୀ…

ଦୁବାଇର ‘ବୁକ୍‌ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି...

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

ଯୋଗାସନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲୋମ୍ବୋ,୨୧।୬: ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରସେନା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାସନ କରିଛନ୍ତି। ଯୋଗ କରୁଥିବାର ଏକ ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା...

ସୋଲେମାନୀ ନିହତ ଘଟଣା: ଆମେରିକାର ୭୦ ସହରରେ ବିରୋଧ ପ୍ରଦର୍ଶନ ଜାରି

ଓ୍ବାଶିଂଟନ୍‌,୫।୧: ଇରାନ୍‌ର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୋଲେମାନୀ ଆମେରିକା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ହେବାପରେ ଦୁଇ ଦେଶ ମଧ୍ୟରେ ବିବାଦ...

Leave a comment

Your email address will not be published. Required fields are marked *