ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ପାର୍ଲାମେଣ୍ଟ କାର୍ଯ୍ୟରେ ବାଧା ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା କୋର୍ଟ ମତ ଦେଇଛନ୍ତି। ପ୍ରବଳ ବିରୋଧ ସତ୍ତ୍ୱେ ମଙ୍ଗଳବାରଠାରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ପାର୍ଲାମେଣ୍ଟକୁ ସ୍ଥଗିତ ରଖାଯାଇଛି। ହାଉସ ଅଫ୍‌ କମନ୍ସର ବାଚସ୍ପତି ଜନ୍‌ ବେର୍‌କୋଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହାର ବିରୋଧ କରିଥିଲେ। ପାର୍ଲାମେଣ୍ଟ ସ୍ଥଗିତ ଘୋଷଣାକୁ ବ୍ରିଟେନ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଆସନ୍ତା ମଙ୍ଗଳବାର ଏହାର ଶୁଣାଣି ହେବ। ଅକ୍ଟୋବର ୩୧ ବ୍ରେକ୍‌ଜିଟର ଶେଷ ତାରିଖ ଥିବାବେଳେ ଆଲୋଚନାକୁ ଏଡାଇବା ପାଇଁ ପାର୍ଲାମେଣ୍ଟକୁ ସ୍ଥଗିତ ରଖାଯାଇଥିବା ଲେବର ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସେସନ୍ସ କୋର୍ଟଙ୍କ ରାୟକୁ ନେଇ ଆମେ ଅସନ୍ତୁଷ୍ଟ ଓ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ ବୋଲି ସରକାରଙ୍କ ମୁଖପାତ୍ର କହିଛନ୍ତି।


All Right Reserved By

୧୭ ବର୍ଷ ଧରି ଚାଲିଥିବା ଯୁଦ୍ଧ ହେବ ଶେଷ: ଆମେରିକା-ତାଲିବାନ୍‌ ମଧ୍ୟରେ ୭ମ ପର୍ଯ୍ୟାୟ ଶାନ୍ତି ଆଲୋଚନା

ଦୋହା,୩୦।୬: ଆଫଗାନୀସ୍ତାନରେ ୧୭ ବର୍ଷ ଧରି ଜାରି ରହିଥିବା ଗୃହଯୁଦ୍ଧ ଶେଷ ହେବାର ସମ୍ଭାବନା ଦେଖାଦେଇଛି। ଏନେଇ ଆମେରିକା ଏବଂ ତାଲିବାନ୍‌ର ପ୍ରତିନିଧିସ୍ତରୀୟ ୭ମ ପର୍ଯ୍ୟାୟ...

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି।...

ପାକିସ୍ତାନର ୟୁଟର୍ଣ୍ଣ: କହିଲା ଭାରତ ପାଇଁ ବନ୍ଦ ହୋଇନି ଆକାଶମାର୍ଗ

ଇସ୍‌ଲାମାବାଦ,୨୯।୮: ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଭାରତ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରି ଦେଇଥିବା ସୂଚନା ମିଳିଥିଲା। ହେଲେ ଗୁରୁବାର ପାକିସ୍ତାନ ବୈଦେଶିକ...

ଭାରତର ଉଦ୍ୟମକୁ ଗ୍ରହଣ କରିଛି ୟୁଏନ୍‌ଏସ୍‌ସି

ଜାତିସଂଘ,୧୭ା୮(ପି.ଟି.): କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଚାଲିଥିବା ଉଦ୍ୟମକୁ ୟୁଏନ୍‌ଏସ୍‌ସି ଗ୍ରହଣ କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ...

ମହାରାଣୀଙ୍କ ପାଖରେ ଚାକିରି କଲେ ମାସକୁ ଦରମା ୨୬ ଲକ୍ଷ

ଲଣ୍ଡନ,୨୨।୫: ମାସକୁ ଦରମା ୨୬ ଲକ୍ଷ। ଶୁଣିଲେ ଯେକେହି ଚକିତ ହୋଇଯିବେ। ତେବେ ଏହା ସତ୍ୟ, ବ୍ରିଟେନ୍‌ ମହରାଣୀ ଏଲିଜାବେଥ୍‌ଙ୍କ ରୟାଲ ହାଉସ୍‌ରେ ଏଭଳି ଏକ...

ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌

ଓ୍ବାଶିଂଟନ୍‌, ୩।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍‌ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି।...

ସିରିଆରେ ଶକ୍ତିଶାଳୀ ବିସ୍ଫୋରଣ: ୧୮ ମୃତ

ଦାମାସକସ୍‌,୨୫।୪: ଉତ୍ତର ପଶ୍ଚିମ ସିିରିଆରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି।...

ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର

ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *