Posted inଜାତୀୟ

ରାଜ୍ୟ ସଭା ସଦସ୍ୟଙ୍କ ଆୟକୁ ନେଇ ଏଡିଆର୍‌ ରିପୋର୍ଟ: ଶେୟାରରୁ ମିଳୁଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ, ୧୨ା୯ (ପି.ଟି.): ରାଜ୍ୟ ସଭା ସଦସ୍ୟମାନେ ବେଳେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରି ସିଧା ପାର୍ଲାମେଣ୍ଟକୁ ଯାଇଥାନ୍ତି। ଏମିତିକି ରାଜନୈତିକ ସ୍ବାର୍ଥସାଧନ ଲାଗି ଏହି ଆସନ ବିକ୍ରି ମଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ପାର୍ଲାମେଣ୍ଟକୁ ଆସିବା ପରେ ଏହି ସଦସ୍ୟଙ୍କ ପକେଟ୍‌ ଗରମ ହେଇଯାଉଛି। ଏନେଇ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ଡଗ୍‌ ‘ଏଡିଆର୍‌’( ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ) ୨୧୩ ରାଜ୍ୟ ସଭା ସଦସ୍ୟଙ୍କ ଆୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି ଯେ, ୪୧.୮% ଅର୍ଥାତ୍‌ ୮୯ ସଦସ୍ୟଙ୍କ ଘୋଷଣା ଅନୁଯାୟୀ ପାରିଶ୍ରମିକ ଭିତ୍ତିରେ ନିର୍ଦ୍ଦେଶକ, ନିୟମିତ ପାରିଶ୍ରମିକ ଗତିବିଧି, ନିୟନ୍ତ୍ରଣକାରୀ ଅଂଶୀଦାର, ପ୍ରଦତ୍ତ ପରାମର୍ଶ ଦେବା କିମ୍ବା ପେସାଦାର ନିଯୁକ୍ତି ନେଇ ସେମାନଙ୍କ ଆର୍ଥତ୍କ ସ୍ବାର୍ଥ ଜଡ଼ିତ ଥାଏ। ତେବେ ୧୨୪ (୫୨.୨%) ଏମ୍‌ପି ଏଭଳି କୌଣସି ତଥ୍ୟ ଦେଇ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୪ ଏମ୍‌ପି (୧୧.୩%) ଏମ୍‌ପି କମ୍ପାନୀର ପାରିଶ୍ରମିକ ନିର୍ଦ୍ଦେଶକ ହୋଇ ଆର୍ଥିକ ସ୍ବାର୍ଥ ସହ ଜଡ଼ିତ ଥିବା ଦର୍ଶାଇଛନ୍ତି। କର୍ନାଟକର ଜେଡିଏସ୍‌ ଏମ୍‌ପି ଡି. କୁପେନ୍ଦ୍ର ରେଡ୍ଡୀ ପାରିଶ୍ରମିକ ନିର୍ଦ୍ଦେଶକ ଭାବେ ସର୍ବାଧିକ ଅର୍ଥ (ବାର୍ଷିକ ୪୦.୬୮ କୋଟି ଟଙ୍କା) ପାଉଥିବା ଘୋଷଣା କରିଛନ୍ତି। ତାଙ୍କ ପଛକୁ ଅଛନ୍ତି, ଭାଜପାର ରାଜୀବ ଚନ୍ଦ୍ରଶେଖର (୭.୦୩ କୋଟି) ଓ କେରଳର ଅବ୍‌ଦୁଲ ଓ୍ବାହାବ୍‌ (୩.୩୪ କୋଟି)।
୩୦ ଏମ୍‌ପି(୧୪.୧%) ନିୟମିତ ପାରିଶ୍ରମିକ ଗତିବିଧିରେ ଆର୍ଥିକ ସ୍ବାର୍ଥ ଜଡ଼ିତ ଥିବା ପ୍ରକାଶ କରିଛନ୍ତି। ଏଭଳି ଅର୍ଥ ଉତ୍ସରେ ଭାଜପାର ଝାଡ଼ଖଣ୍ଡ ଏମ୍‌ପି ମହେଶ ପୋଦ୍ଦାର (ବାର୍ଷିକ ୩.୧୧ କୋଟି) ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ମାରୀ କମ୍‌(୨.୫୦ କୋଟି), ସ୍ବପନ୍‌ ଦାସଗୁପ୍ତା(୬୬.୬୦ ଲକ୍ଷ ଟଙ୍କା)। ସେହିଭଳି ୪୪ ଏମ୍‌ପି(୨୦.୭%) ନିୟନ୍ତ୍ରଣକାରୀ ଅଂଶୀଦାର ସେମାନଙ୍କର ଆର୍ଥିକ ସ୍ବାର୍ଥ ଜଡ଼ିତ। ଏ କ୍ଷେତ୍ରରେ ସର୍ବାଧିକ କମ୍ପାନୀ ଶେୟାରହୋଲ୍ଡିଂ ରେକର୍ଡ ରହିଛି ବିହାରର ଭାଜପା ଏମ୍‌୍‌ପି ରବୀନ୍ଦ୍ର କିଶୋର ସିହ୍ନା(୭୪୭ କୋଟି)ଙ୍କ ନାମରେ। ତାଙ୍କ ପଛରେ କଂଗ୍ରେସ ସଭ୍ୟ ଅଭିଷେକ ମନୁ ସିଙ୍ଗ୍‌ଭି(୩୮୬ କୋଟି) ଓ ସ୍ବାଧୀନ ଏମ୍‌ପି ସଞ୍ଜୟ ଦତ୍ତାତ୍ରେୟ(୨୬୨ କୋଟି)। ମାତ୍ର ୨ (୦.୯%)ଏମ୍‌ପି ପ୍ରଦତ୍ତ ପରାମର୍ଶ ଦେବାଭଳି ନିଯୁକ୍ତିରେ ଅର୍ଥ କମାଉଥିବା ଦର୍ଶାଇଛନ୍ତି। ଏହି ଶ୍ରେଣୀରେ ଭାଜପା ମନୋନୀତ ଏମ୍‌ପି କେ.ଟି.ଏସ୍‌. ତୁଲସୀ (୨୭.୫୦ କୋଟି), ବିକାଶ ହରିଭାଉ ମହାତ୍ମେ(୫.୬୦ ଲକ୍ଷ) ରହିଛନ୍ତି। ଅନ୍ୟପକ୍ଷରେ ୪୦(୧୮.୮%) ଏମ୍‌ପି ପେସାଦାର ନିଯୁକ୍ତି ମାଧ୍ୟମରେ ଆୟ ବୃଦ୍ଧି କରିଥିବା କହିଛନ୍ତି। ଏହି ଶ୍ରେଣୀରେ ଅଛନ୍ତି, କଂଗ୍ରେସର ଅଭିଶେକ୍‌ ମନୁ ସିଙ୍ଗ୍‌ଭି(୧୭୭ କୋଟି), ପି. ଚିଦାମ୍ବରମ୍‌ ଓ କେ.ଟି.ଏସ୍‌. ତୁଲ୍‌ସୀ। ଆଶ୍ଚର୍ଯ୍ୟଜନକଭାବେ ୧୦୪ ଏମ୍‌ପି କୋଟିପତି ହୋଇଥିଲେ ହେଁ ସେମାନଙ୍କ ଆର୍ଥିକ ସ୍ବାର୍ଥ ସମ୍ପର୍କରେ କିଛି ଦର୍ଶାଇ ନ ଥିବା ଜଣାପଡ଼ିଛି। ଏମାନେ ହେଲେ କଂଗ୍ରେସର ଟି. ସୁବାରାମି ରେଡ୍ଡୀ (୪୨୨.୪୪ କୋଟିର ସମ୍ପତ୍ତିି), ଟିଡିପି ଏମ୍‌ପି ସି.ଏମ୍‌. ରମେଶ (୨୫୮.୨୦ କୋଟିର ସମ୍ପତ୍ତିି), ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ(୧୧୧.୪୨ କୋଟିର ସମ୍ପତି) ଏବଂ ଅମ୍ବିକା ସୋନି(୧୦୫.୮୨ କୋଟିର ସମ୍ପତ୍ତି)। ସେହିଭଳି ୧୭ ଏମ୍‌ପି ରଖିଥିବା ସମ୍ପତ୍ତିି ବିଷୟରେ ଆଦୌ ତଥ୍ୟ ଦେଇନାହାନ୍ତି। ଏମାନେ ହେଲେ ଆର୍‌ଜେଡିର ମିଶା ଭାରତୀ, ଟିଏମ୍‌ସିର ଦୋଳା ସେନ୍‌, ଜେଡିୟୁର ମlହେନ୍ଦ୍ର ପ୍ରସାଦ, କଂଗ୍ରେସର ରାଜମଣି ପଟେଲ, ଭାଜପାର ରାକେଶ ସିହ୍ନା ପ୍ରମୁଖ। ସ୍ବଚ୍ଛତା ରକ୍ଷା ପରିବର୍ତ୍ତେ କେତେକ ନେତା ଆର୍ଥତ୍କ ତଥ୍ୟ ଲୁଚାଉଥିବା ନେଇ ଏଡିଆର୍‌ ମୁଖ୍ୟ ମେଜର ଜେନେରାଲ ଅନିଲ ବର୍ମା କ୍ଷୋଭ ପ୍ରକାଶ କରିଛନ୍ତି।


All Right Reserved By

ସାଇକେଲରେ ଆସି ଦାୟିତ୍ୱ ନେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ

ଜୟପୁର,୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନକୁ ସମର୍ଥନ କରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆଲୋକ ସିଂ କ୍ଲେର ଦିଲ୍ଲୀରୁ ସାଇକେଲ ଚଳାଇ ଜୟପୁରସ୍ଥିତ ସାଉଥ...

ଆମ୍ବୁଲାନ୍ସ ନ ମିଳିବାରୁ ମରାଠି କଳାକାରଙ୍କ ସହ ନବଜାତକର ମୃତ୍ୟୁ

ମୁମ୍ବାଇ,୨୨।୧୦: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ନ ମିଳିବା ରୋଗୀ ବା ଗର୍ଭବତୀ ଖଟିଆରେ ବୁହାହେବା ଅବା ଚାଲି ଚାଲି ହସ୍ପିଟାଲ ଯିବା ଖବର ଦେଖିବାକୁ ମିଳିଛି।...

ବଦଳିଲେ ୫ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାର ରବିବାର ପାଞ୍ଚ ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରିଛନ୍ତିି। କେତେକ ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ଏପରି କରାଯାଇଥିବା ଆଲୋଚନା ହେଉଛି।...

୭୩ତମ ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା :ଲାଲକିଲ୍ଲାରୁ ଲାଲଚୌକ ଅଭେଦ୍ୟ

ନୂଆଦିଲ୍ଲୀ,୧୪ା୮: ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଶ୍ରୀନଗର କେନ୍ଦ୍ରସ୍ଥଳ ଲାଲଚୌକରେ...

ମୋହନ ଭାଗବତଙ୍କ ସହ ସାକ୍ଷାତ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି। ମୋଦି ନାଗପୁର ସ୍ଥିତ ସଂଘ...

କୁମାରୀତ୍ୱ ପରୀକ୍ଷା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ପରିବାରକୁ ବାସନ୍ଦ: ୪ ଗିରଫ

ମୁମ୍ବାଇ,୧୬।୫: ମହାରାଷ୍ଟ୍ର ଥାଣେ ଜିଲାରେ ବିବାହ ପୂର୍ବରୁ କନ୍ୟାଙ୍କ କୁମାରୀତ୍ୱ ପରୀକ୍ଷା ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଏକ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏହି...

ପିତାଙ୍କ ସହ ଦେଖା କରିବାକୁ ରାଞ୍ଚି ପହଞ୍ଚିଲେ ତେଜ ପ୍ରତାପ

ପାଟନା,୨୨।୬: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କଟୁଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଶନିବାର ରାଞ୍ଚି ପହଞ୍ଚିଛନ୍ତି ତାଙ୍କ ବଡ...

ଯୌନକର୍ମୀଙ୍କୁ ଗିରଫ କରିବା ଅନୁଚିତ

କଲିକତା,୧୨ା୮: ଯୌନକର୍ମୀମାନଙ୍କୁ ଗିରଫ କରିବା ଅନୁଚିତ। ସେମାନଙ୍କୁ ଅପରାଧର ଶିକାର ଭାବେ ବିବେଚନା କରାଯିବା ଜରୁରୀ ବୋଲି କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। କଲିକତାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *