Posted inଜାତୀୟ

ଉନ୍ନାଓ ମାମଲା: ଏମ୍ସରେ ଶୁଣାଣି

ନୂଆଦିଲ୍ଲୀ,୧୨ା୯ (ପି.ଟି./ଆଇଏଏନ୍‌ଏସ୍‌): ଉନ୍ନାଓ ପୀଡ଼ିତା ଚିକିତ୍ସିତ ହେଉଥିବା ନୂଆଦିଲ୍ଲୀର ଏମ୍ସରେ ବୁଧବାର ‘ଇନ୍‌ କ୍ୟାମେରା’ ପ୍ରୋସିଡିଂ ଆରମ୍ଭ ହୋଇଛି। ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ସେଠାରେ ଏକ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରାଯାଇଛି। ଏମ୍ସର ଆପେକ୍ସ ଟ୍ରମା ସେଣ୍ଟରରେ ଜିଲା ଜଜ୍‌ ଧର୍ମେଶ ଶର୍ମା ତାଙ୍କର ବୟାନ ରେକର୍ଡ କରିଛନ୍ତି। ଭାଜପାରୁ ନିଲମ୍ବିତ ବିଧାୟକ କୁଳଦୀପ ସିଂ ସେନଗାର ଓ ସହଅଭିଯୁକ୍ତ ଶଶୀ ସିଂଙ୍କୁ ମଧ୍ୟ ଅସ୍ଥାୟୀ ଅଦାଲତକୁ ନିଆଯାଇଛି। ‘ଇନ୍‌ କ୍ୟାମେରା’ ପ୍ରୋସିଡିଂ ବେଳେ ସର୍ବସାଧାରଣ ଓ ଗଣମାଧ୍ୟମକୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇନାହିଁ। ପ୍ରକାଶ ଯେ, ୨୦୧୭ରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ତାଙ୍କର ସମ୍ପର୍କୀୟଙ୍କ ସହ ଗତ ଜୁଲାଇ ୨୮ରେ କାର୍‌ରେ ଯାଉଥିବାବେଳେ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏଥିରେ ତାଙ୍କର ଦୁଇଜଣ ଖୁଡୀ ପ୍ରାଣ ହରାଇଥିବାବେଳେ ପୀଡ଼ିତା ଗୁରୁତର ହୋଇଥିଲେ। ଏମ୍ସରେ ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୀଡ଼ିତାଙ୍କୁ ଲକ୍ଷ୍ନୌର ଏକ ହସ୍ପିଟାଲରୁ ଉନ୍ନତ ଚିକିତ୍ସା ପାଇଁ ବିମାନରେ ଦିଲ୍ଲୀ ଅଣାଯାଇଥିଲା। ଏ ସମ୍ପର୍କିତ ସମସ୍ତ ମାମଲା ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି।


All Right Reserved By Dharitri.Com

ଏକ୍‌ଜିଟ ପୋଲ୍‌ ଉପରେ କଟକଣା

ନୂଆଦିଲ୍ଲୀ,୩୦ା୧: ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସେଦିନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏକ୍‌ଜିଟ ପୋଲ୍‌ ଉପରେ...

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା...

୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

ମୁମ୍ବାଇ,୪ା୨(ଆଇଏଏନ୍‌ଏସ୍‌): ମୁମ୍ବାଇ ପୋଲିସ ୫୧ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ସେମାନେ ଶନିବାର ଏକ ର଼୍ୟାଲିରେ ଯୋଗଦେଇ ଦେଶଦ୍ରୋହ ଅଭିଯୁକ୍ତ ଜେଏନ୍‌ୟୁ ଛାତ୍ର...

ବାରାଣସୀ ପହଞ୍ଚିଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ବାରାଣସୀ ପହଞ୍ଚିଛନ୍ତି। ସେଠାରେ ସେ ପ୍ରଥମେ ଜଙ୍ଗମଓ୍ବାଡି ମଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ତାଙ୍କ...

ସ୍ବାଭାବିକ ହେବ ମନ୍ତ୍ରଣାଳୟ କାର୍ଯ୍ୟ

ନୂଆଦିଲ୍ଲୀ,୧୩ା୪: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆସନ୍ତା ୧୪ ତାରିଖ ଯାଏ ରହିଛି। ଇତିମଧ୍ୟରେ...

କୁପଓ୍ବାରାରେ ବିସ୍ଫୋରଣ: ଜଣେ ଯବାନ ଆହତ

ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୋମବାର ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେନା ଯବାନ ଆହତ ହୋଇଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ନିକଟରେ ପିମ୍ପଲ ପୋଷ୍ଟ...

ମାସ୍କ ପିନ୍ଧି, ସାନିଟାଇଜର ଲଗାଇ କଲେ ବିବାହ

ପାଟନା,୧୬।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ମେ’ ୩ ପର୍ଯ୍ୟନ୍ତ ଚାଲିଥିବା ଲକ୍‌ଡାଉନକୁ ଦେଖି ଅନେକ ଲୋକ ସେମାନଙ୍କ ବିବାହ ତାରିଖରେ ପରିବର୍ତ୍ତନ କରୁଥିବା...

ଛତିଶଗଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୧୪।୬: ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟରରେ ୨ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

Leave a comment

Your email address will not be published. Required fields are marked *