Posted inଜାତୀୟ

ଟ୍ରାଫିକ ନିୟମ ବଦଳାଇଲେ ରାଜ୍ୟ ଦାୟୀ: ‘ଟଙ୍କା ନୁହେଁ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ’

ନୂଆଦିଲ୍ଲୀ,୧୨ା୯: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନା ରାଶିକୁ ହ୍ରାସ କରାଇବାକୁ ଉଦ୍ୟମ କରୁଥିବା ରାଜ୍ୟ ଏହାର ପରିଣାମ ପାଇଁ ଦାୟୀ ରହିବେ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ବୁଧବାର କହିଛନ୍ତି। ପାର୍ଲାମେଣ୍ଟ ସଂଶୋଧିତ ମୋଟରଯାନ ଆଇନକୁ ଅନୁମୋଦନ କରିବା ପରେ ଭାଜପା ଶାସିତ ରାଜ୍ୟ ଗୁଜରାଟ ଜରିମାନା କମାଇଥିବାରୁ ଏହା ଦଳକୁ ଶକ୍ତ ଧକ୍କା ଦେଇଛି। କେତେକ ରାଜ୍ୟ ଜରିମାନା ଲାଗୁ କରିବେ ନାହିଁ ବୋଲି କହୁଥିବାବେଳେ ଟଙ୍କାଠାରୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଗଡକରୀ କହିଛନ୍ତି। ଜୀବନ ବଞ୍ଚାଇବା ପାଇଁ ମୋଟରଯାନ ଆଇନକୁ କଠୋର କରାଯାଇଛି। ଆଇନ ପ୍ରତି ଲୋକଙ୍କ ଭୟ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ପରିମାଣ ୯୦ ପ୍ରତିଶତ ହ୍ରାସ କରାଯିବ ବୋଲି ଗୁଜରାଟ ସରକାର ମଙ୍ଗଳବାର କହିଥିଲେ। ଏଭଳି ଜରିମାନାକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋକ୍‌ଠୋକ କହିଛନ୍ତି। ଭାରତରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ। ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ନୂଆ ଆଇନ ଆଣିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। ଏହାକୁ ଦଳ ଓ ରାଜ୍ୟ ସରକାରଙ୍କଠାରୁ ଊର୍ଦ୍ଧ୍ୱରେ ଦେଖାଯିବା ଆବଶ୍ୟକ ବୋଲି ଗଡ଼କରୀ କହିଛନ୍ତି। ବ୍ରିଟେନ, କାନାଡା, କାଲିଫର୍ନିଆ ଓ ଆର୍ଜେଣ୍ଟିନା ଭଳି ଦେଶର ମୋଟରଯାନ ଆଇନକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ସଂଶୋଧିତ ଆଇନ ଆଣିଥିଲେ। ସବୁ ମୁଖ୍ୟମନ୍ତ୍ରୀ ଏହାକୁ ଅନୁଧ୍ୟାନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

‘ଓଡ଼ିଶାରେ ଜରିମାନା କମାଇବାକୁ ବିଚାର ଚାଲିଛି’

ଟ୍ରାଫିକ୍‌ ନିୟମକୁ ହେୟଜ୍ଞାନ କରି ଗାଡ଼ିର କାଗଜପତ୍ର ଠିକ୍‌ କରି ନ ଥିବା ଲୋକମାନେ ଏବେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। କାରଣ ସେମାନଙ୍କୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେବାକୁ ପଡ଼ୁଛି ୧୦ଗୁଣା ଜରିମାନା। ଏବେ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍‌, ବୀମା, ଫିଟ୍‌ନେସ ଓ ଅନ୍ୟାନ୍ୟ କାଗଜପତ୍ର ଯୋଗାଡ଼ ନ କଲେ ରାସ୍ତାରେ ଗାଡ଼ି ଗଡ଼ାଇବା ମୁସ୍କିଲ। ପୂର୍ବରୁ ଅବଧି ପୂରି ଯାଇଥିଲେ ମଧ୍ୟ ଗାଡ଼ିର କାଗଜପତ୍ର ନବୀକରଣ ହେଉ ନ ଥିଲା। ଏବେ ଜୋରଦାର ଧରପଗଡ଼ ପରେ ଗତ କିଛିଦିନ ହେବ ପରିବହନ କାର୍ଯ୍ୟାଳୟରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ବଡ଼ଧରଣର ଜରିମାନା ଯୋଗୁ ବିଭିନ୍ନ ଜାଗାରେ ଆଶାନ୍ତି ସୃଷ୍ଟି ହୋଇଥିଲେ ମଧ୍ୟ ଲୋକେ ନିଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗାଡ଼ିର କାଗଜପତ୍ର

ଠିକ୍‌ ରଖିବା ଓ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ଆସ୍ତେ ଆସ୍ତେ ପ୍ରସ୍ତୁତ ହେଉଛନ୍ତି, ଯାହା ପରିବହନ କାର୍ଯ୍ୟାଳୟରେ ହେଉଥିବା ଭିଡ଼ରୁ ସ୍ପଷ୍ଟ ହେଉଛି। କିନ୍ତୁ ରାଜ୍ୟ ସରକାର ଜରିମାନା ପରିମାଣ ହ୍ରାସ କରିବାକୁ ବିଚାର କରୁଛନ୍ତି। ଗୁଜରାଟ ସରକାରଙ୍କ ଭଳି ମୋଟର ଯାନ ଜରିମାନା ପାଖାପାଖି ଅଧା ହ୍ରାସ କରିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୋଟର ଯାନ ଆଇନ କାର୍ଯ୍ୟକାରିତାକୁ ନେଇ ଅନ୍ୟ ରାଜ୍ୟଗୁଡ଼ିକର ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ସେମାନଙ୍କ ଗେଜେଟ ନୋଟିଫିକେଶନଗୁଡିକୁ ଅନୁଧ୍ୟାନ କରାଯିବା ପରେ ଜରିମାନା ରାଶି କମାଇବା ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧କୁ ସଚିବ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ଡ୍ରାଇଭିଂ ଲାଇସେନ୍ସ, ଲର୍ନିଂ ଲାଇସେନ୍ସ ଆଦି ଦେବାକୁ କି ବ୍ୟବସ୍ଥା କରାଯାଇଛି ସେସବୁର ଅନୁଧ୍ୟାନ କରିଥିଲେ। ଲୋକମାନଙ୍କୁ ଗାଡି କାଗଜପତ୍ର ଯୋଗାଇ ଦେବାକୁ ପରିବହନ କାର୍ଯ୍ୟାଳୟରେ ଅଧିକ କାଉଣ୍ଟର ଖୋଲିବାକୁ ସେ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।


All Right Reserved By

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ...

କର୍ନାଟକର ଆଉ ୫ କଂଗ୍ରେସ ବିଧାୟକ ଗଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ,୧୩।୭: କର୍ନାଟକର ମେଣ୍ଟ ସରକାର ସଙ୍କଟରେ ଥିବା ବେଳେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୂର୍ବରୁ କୋର୍ଟ ଏହି...

ପଶ୍ଚିମବଙ୍ଗରେ ପ୍ରଚାର ଶେଷ:ବଳ କଷିଲେ ମୋଦି, ଦିଦି

କୋଲ୍‌କାତା/ମଉ,୧୭।୫:ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨ ଆସନ ମଧ୍ୟରୁ ୩୩ଟିରେ ମତଦାନ ଶେଷ ହୋଇଥିବାବେଳେ ରବିବାର ଶେଷ ପର୍ଯ୍ୟାୟରେ...

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ...

ଘରୋଇ ସହାୟିକା-ସହାୟକଙ୍କ ପାଇଁ କେନ୍ଦ୍ର ସରକାର ଆଣିବେ ନୂଆ ଆଇନ: ମିଳିବ ଭବିଷ୍ୟ ନିଧି ସୁବିଧା

ନୂଆଦିଲ୍ଲୀ,୨୫।୬: ଘରୋଇ ସହାୟିକା-ସହାୟକଙ୍କ ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନୂଆ ଆଇନ ଆଣିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଏନେଇ ଶ୍ରମ...

୨୨ ବର୍ଷ ତଳର ବିବାହ ସମୟର ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୭: ଏବେ ସୋସିଆଲ୍‌ ମିଡ଼ିଆରେ କେତେକ ଶାଢ଼ି ପିନ୍ଧିଥିବା ଫଟୋ ଶେୟାର କରୁଛନ୍ତି। ଏଥିରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ବାଦ୍‌...

ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ଥାଏ ବଂଶୀ

ଆସୁଛି ଜନ୍ମାଷ୍ଟମୀ। ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସାରା ଦେଶରେ ଖୁବ୍‌ ଆଡ଼ମ୍ବର ସହକାରେ ପାଳନ କରାଯିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଶ୍ରୀକୃଷ୍ଣଙ୍କ...

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ପୁଲଓ୍ବମା ଜିଲାରେ ବୁଧବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ତ୍ରାଲ୍‌ ଅଞ୍ଚଳର ନାଗବଳ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *